Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ବିଶ୍ଵଦରବାରରେ ପହଚାଇବାର ଲକ୍ଷ୍ୟ

0

ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯: ମୟୁରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ବେଲଗଡ଼ିଆ ରାଜପ୍ରାସାଦରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ତିନିଦିଆ ମୟୁରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ରବିବାର ଉଦଯାପିତ ହୋଇଯାଇଛି । ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଆର୍ଯ୍ୟକବି ପ୍ରମୋଦ କୁମାର ମିଶ୍ରଙ୍କ ଦ୍ୱାରା ମୟୁରଭଞ୍ଜ ଜିଲ୍ଲାର
ଇତିହାସକୁ ଲିଖିତ ପୁସ୍ତକକୁ ରାଜମାତା ଲୋକାର୍ପିତ କରିଥିଲେ।ଏହି ସମାରୋହରେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ମୟୁରଭଞ୍ଜର କଳା ସଂସ୍କୃତିର ସୁରକ୍ଷା ସାଙ୍ଗକୁ ବିଶ୍ୱ ଦରବାରରେ ଏହାକୁ ପହଞ୍ଚାଇବା ପାଇଁ ଏହି ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀରେ ଚିତ୍ରଶିଳ୍ପୀ କଲ୍ୟାଣ ବାରିକଙ୍କ
ବିଭିନ୍ନ ଚିତ୍ରକଳା ସମେତ ମୟୁରଭଞ୍ଜର ଚିତ୍ରଶିଳ୍ପୀଙ୍କ ସମେତ ପଡୋଶୀ ରାଜ୍ୟର ନାମିଦାମୀ ଚିତ୍ର ଶିଳ୍ପୀମାନଙ୍କର କଳାକୃତୀ ଏଥିରେ ସ୍ଥାନ ପାଇଥିଲା। ସେହିପରି ଚିତ୍ରଶିଳ୍ପୀ ପ୍ରଦର୍ଶନୀରେ ମୟୁରଭଞ୍ଜର ସବାଇ କାରୁକାର୍ଯ୍ୟ,ଟସର ଏବଂ ହସ୍ତତନ୍ତ ସାମଗ୍ରୀର ଷ୍ଟଲ୍ ସହିତ ଶିଳ୍ପୀ କେଶୁ ଦାଶଙ୍କ ଜଉ କଣ୍ଢେଇ ଷ୍ଟଲ ମଧ୍ୟ ସ୍ଥାନ ପାଇଥିଲା। ଏହି ଅବସରରେ ବାଲୁକା ଶିଳ୍ପୀ ଦଶରଥ ମହାନ୍ତଙ୍କର
ଏକ ବାଲୁକା କଳା ମଧ୍ୟ ଚିତ୍ରକଳା ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା। ପରିଦିନ ସଂଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସମେତ ବିଜେପିର ବରିଷ୍ଠ ନେତା ତଥା ମହାରାଜା କନକ ବର୍ଦ୍ଧନ ସିଂଦେଓ ଓ ରାଜପରିବାରର ସଦସ୍ୟ ଏବଂ ମୟୁରଭଞ୍ଜର ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତଥିଲେ । ଏହି ଅବସରରେ ଓଡ଼ିଶୀ ଓ ଛଉ ନୃତ୍ୟ ପ୍ରଦର୍ଶନ ସହିତ ଫୁଟବଲ ଖେଳାଳି ପରେଶ ଚନ୍ଦ୍ର ଦାସ, ଚଳଚିତ୍ର ସାଉଣ୍ଡ ରେକର୍ଡିଷ୍ଟ ଜ୍ୟୋତିପ୍ରକାଶ ମାହାନ୍ନା, ଚିତ୍ରଶିଳ୍ପୀ ଚାରୁଚନ୍ଦ୍ର ଦାସ, ଛଉନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତଙ୍କ ସମେତ ବଳାଙ୍ଗୀ ମହୋତ୍ସବ ଏବଂ ଲାଇସ କ୍ଳବକୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଦର୍ଶନୀର ଆବାହକ ବିଭୁ ଦତ୍ତ ଦାସ ଓ ମାରଵାରୀ ଯୁବମଞ୍ଚର ଅଧ୍ୟକ୍ଷ ହେମନ୍ତ ସାହା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Mo sapath

Leave A Reply

Your email address will not be published.