Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ପୁଣି ଏକ ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିଲା……

ଛାତ୍ରୀଙ୍କ ବଳାତ୍କାରର ଫୋଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି..

0

ବାରିପଦା(ନିରପେକ୍ଷ ଖବର)ତା-୧୦/ଅଗଷ୍ଟ/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଲୋମହର୍ଷକାରୀ ଓ ଲଜ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ କଲେଜ ପଢୁଆ ଝିଅର ଲଗ୍ନ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଣିଷରୂପୀ ରାକ୍ଷସଙ୍କ କବଳରେ ଶିକାର ହେଲେ ଏହି କଲେଜ ପଢ଼ୁଆ ନାବାଳିକା ଝିଅ। ନାବାଳିକା ଛାତ୍ରୀ ଜଣଙ୍କୁ ଦୁଷ୍କର୍ମ ଓ ପରେ ତାର ଫୋଟକୁ ଭାଇରାଲ ହେବା ଭଳି ଏକ ଜଘନ୍ୟ ଘଟଣା ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି। ଗୋରୁମହିଷାଣି ଥାନା ଅଂଚଳର ଏକ ଗ୍ରାମରେ ଶନିବାର ଏଭଳି ଏକ ଅମାନୁସିକ ଘଟଣା ଘଟିଛି। ସୂଚନା ମୁତାବକ ଗୋରୁମହିଷାଣି ଥାନା ଜାମଦା ଅଞ୍ଚଳର ଲେମ୍ଭ ନାମକ ଯୁବକ ଏମିତି କାଣ୍ଡ ରଚିଛି। ନିକଟସ୍ଥ ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ କଲେଜରୁ ଫେରୁଥିବା ସମୟରେ ଗ୍ରାମ ନିକଟସ୍ଥ ଥିବା ଓଶାଦା ଜଙ୍ଗଲକୁ ଟେକି ନେଇ ଏହି ନାବାଳିକା ଛାତ୍ରୀ ଜଣଙ୍କୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରିବା ସହ ତାର ଉଲଗ୍ନ ଫୋଟ ଉତ୍ତୋଳନ କରିଥିଲା । ଦୁଷ୍କର୍ମ କଥା ଘରେ ଜଣାଇଲେ ଉଲଗ୍ନ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବ ବୋଲି ସେ ଧମକ ଦେଇଥିଲା। ଫଳରେ ଫୋଟ ଭାଇରାଲ ହେବା ଭୟ ଓ ଲଜ୍ୟାରେ ଛାତ୍ରୀ ଜଣକ ଦୁଷ୍କର୍ମ କଥା କାହାକୁ ଜଣାଇନଥିଲେ । କିନ୍ତୁ ଫୋଟ ଭାଇରାଲ ହେବା ପରେ ଘର ଲୋକ ଜାଣିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ଅଭିଯୁକ୍ତ ଯୁବକଙ୍କୁ ପଚାରିବାରୁ ପରିବାରଲୋକଙ୍କୁ ସେ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ଲଜ୍ଜ୍ୟାରେ ଭାଙ୍ଗି ପଡିଥିବା ପରିବାର ଲୋକେ ଶନିବାର ଗୋରୁମହିଷାଣି ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ତଦନ୍ତ ଜାରି ରଖିଥବା ପୁଲିସ କହିଛି।

Mo sapath

Leave A Reply

Your email address will not be published.