Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବ ଜିଲ୍ଲା ଓକିଲ ସଂଘ

0

ବାରିପଦା(ନିରପେକ୍ଷ ଖବର)ତା-୭/ଅଗଷ୍ଟ/୨୦୧୯- ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ବୁଧବାର ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବାକୁ ଚେତାବନୀ ଦେଲା ଜିଲ୍ଲା ଓକିଲ ସଂଘ। ସ୍ଥାୟୀ କୋର୍ଟ ରହିଥିବା ଜାଗାରେ ନୂତନ ଗୃହ ନିର୍ମାଣ କରିବାକୁ ବାରମ୍ବାର ସଂଘ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ବ୍ରୁକ୍ଷେପ ନକରି ୫ କିମି ଦୂର ମହାରାଜପୁର ଠାରେ ନୂତନ କୋର୍ଟ ଗୃହ ନିର୍ମାଣ ପାଇଁ ଜାଗା ସ୍ଥିର କରଛନ୍ତି। ଫଳରେ କୋର୍ଟକୁ ଆସୁଥିବା ଜନସାଧାରଣମାନେ ବିଭିନ୍ନ ଅସୁବିଧାରେ ସମ୍ବୁଖିନ ହେବେ ବୋଲି ସାମ୍ବାଦିକ ସମ୍ବିଳନୀ ସଂଘ ଅଭିଯୋଗ କରିଛି। ମୋକଦ୍ଦମା ପରିଚାଳନାରେ ଓକିଲମାନେ ମଧ୍ୟ ଅସୁବିଧାରେ ସମ୍ବୁଖିନ ହେବେ।ବାରିପଦା ବିଚାର ବିଭାଗୀୟ ସଂଲଗ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ସବ ରେଜିଷ୍ଟାର ତହସିଲ ଅଫିସ ଓ ଅନ୍ୟାନ୍ୟ ଅଫିସ ମାନ ଥିବା ଦୃଷ୍ଟିରୁ ଜନସାଧାରଣ ତଥା ପକ୍ଷମାନଙ୍କର ଯେଉଁ ସୁବିଧା ସୁଯୋଗ ପାଉଥିଲେ ତାହା ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହେବ। ବର୍ତ୍ତମାନ ପରିଚାଳିତ କୋର୍ଟ ନିକଟରେ ମ୍ୟୁନିସିପାଲଟି, ବସଷ୍ଟାଣ୍ଡ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବାରୁ କେଶ ପରିଚାଳନାରେ ସୁବିଧା ହେଉଛି। କୋର୍ଟ ପରିସରରେ ଯଥେଷ୍ଟ ଜାଗା ଥିବା ବେଳେ କୋର୍ଟର ସ୍ଥାୟୀଗୃହ ୫ କିମି ଦୂରକୁ ଉଠାଇ ନେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେମାନେ କହିଛନ୍ତି। ଓକିଲ ସଂଘର ବିନା ପରାମର୍ଶରେ ମନମୁଖି ଭାବରେ କୋର୍ଟର ନୂତନ ସ୍ଥାୟୀ ଗୃହ ନିର୍ମାଣ ପାଇଁ ପ୍ରଶାସନର ଏଭଳି ପଦକ୍ଷେପକୁ ସଂଘ ବିରୋଧ କରୁଛି । ପ୍ରଶାସନର ଏଭଳି ନୀତି ବିରୁଦ୍ଧରେ ଜିଲ୍ଲା ଓକିଲ ସଂଘ ବୁଧବାର ବାରିପଦାସ୍ଥିତ ବିଚାର ବିଭାଗୀୟ ସମସ୍ତ କୋର୍ଟ ତଥା କଲେକଟର ଓ ଅନ୍ୟାନ୍ୟ କୋର୍ଟରେ ହରତାଳ କରିବାକୁ ଚେତାବନୀ ଦିଇଛି।

Mo sapath

Leave A Reply

Your email address will not be published.