ଭୁବନେଶ୍ୱର, ନିରପେକ୍ଷ ଖବର, ୧୧/୧୦: ରେଳପଥର ସୁରକ୍ଷା ଓ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି ପାଇଁ ଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ହୋଇଛି ପୂର୍ବତଟ ରେଳପଥ। ବର୍ତ୍ତମାନ ୧୧ଟି ଡ୍ରୋନ୍ ମାଧ୍ୟମରେ ୨୮୪ଟି ଷ୍ଟେସନ୍ ଓ ୨,୭୦୮ ରୁଟ୍ କିଲୋମିଟର ରେଳପଥରେ ନଜର ରଖାଯାଉଛି।
ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ୪ଟି, ସମ୍ବଲପୁରରେ ୬ଟି ଓ ରାୟଗଡ଼ା ମଣ୍ଡଳରେ ଗୋଟିଏ ଡ୍ରୋନ୍ ନିୟୋଜିତ ହୋଇଛି। ଜାନୁଆରୀରୁ ୧୫ ସେପ୍ଟେମ୍ବର ୨୦୨୬ ମଧ୍ୟରେ ମୋଟ ୩,୦୩୩ଟି ଡ୍ରୋନ୍ ଉଡ଼ାଣ କରାଯାଇଛି।

ନାଇଟ୍ ଭିଜନ୍ ଓ ଥର୍ମାଲ୍ କ୍ୟାମେରା ସହ ଏହି ଡ୍ରୋନ୍ଗୁଡ଼ିକ ଚୋରି, ପଥରମାଡ଼, ବେଆଇନ ଅନୁପ୍ରବେଶ ଓ ଅଗ୍ନିକାଣ୍ଡ ଭଳି ଘଟଣା ଉପରେ ନଜର ରଖୁଛନ୍ତି। ପୁରୀ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ ହୋଇଥିଲା।
ରେଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ମାର୍ଚ୍ଚ ୨୦୨୭ ସୁଦ୍ଧା ଡ୍ରୋନ୍ ସଂଖ୍ୟା ୨୨କୁ ବୃଦ୍ଧି କରିବାକୁ ପୂର୍ବତଟ ରେଳପଥ ଯୋଜନା କରିଛି।

