Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ପୂର୍ତ ବିଭାଗର ଧୂର୍ତ ସଚିବ ଏବେ ବିଜେଡି ଟ୍ରେଜେରର: ବିଜେପି

0

ଶାସକ ବିଜେଡିର ଦଳୀୟ ପୋଷ୍ଟରରେ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ ନଳିନୀ
ପ୍ରଧାନ…..

ଭୁବନେଶ୍ୱର, ତା ୦୨/୦୧: ଶାସକ ବିଜେଡିର ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ ନଳିନୀ ପ୍ରଧାନଙ୍କ ପୋଷ୍ଟର ଲାଗାଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏବେ ରାଜ୍ୟରେ ଶାସକ ବିଜେଡି ଦଳ ଏବଂ
ରାଜ୍ୟସରକାରଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ପ୍ରଶାସନକୁ ରାଜନୈତିକ କାର୍ଯ୍ୟରେ ଲଗାଯାଉଛି । ଦଳୀୟ ସମାବେଶରେ
ସରକାରୀ ସଚିବଙ୍କ ଫଟୋ ଗଣତନ୍ତ୍ରର ହତ୍ୟା । ପୂର୍ତ ବିଭାଗର ଧୂର୍ତ ସଚିବ ଏବେ ବିଜେଡି ଟ୍ରେଜେରର ଭାବେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ସାଂଘାତିକ ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି କି, ଦକ୍ଷତା ନୁହେଁ ବରଂ ଡିଲ୍ ମାଧ୍ୟମରେ ଏବଂ କଳାପାହାଡମାନଙ୍କ ସହାୟତାରେ ୨୦୧୩ ମସିହାରେ ୨୨ ଜଣ ମୁଖ୍ୟ ଯନ୍ତ୍ରୀଙ୍କୁ ଉପେକ୍ଷା କରାଯାଇ ନଳିନୀ ପ୍ରଧାନଙ୍କୁ ପୂର୍ତ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା । ୨୦୧୮ ମସିହାରେ ଅବସରନେବା ପରେ ରାଜ୍ୟ
ସରକାର ପୁଣିଥରେ ଶ୍ରୀ ପ୍ରଧାନଙ୍କ ଚାକିରୀ ଅବଧୀକୁ ୧ ବର୍ଷ ବଢାଇ ନିଜ ଦଳୀୟ କାର୍ଯ୍ୟରେ ଲଗାଯାଉଛି । ରାଜ୍ୟରେ
ଅନେକ ଦକ୍ଷ ସଚିବ ଥିବା ସତ୍ୱେ କ’ଣ ପାଇଁ ଶ୍ରୀ ପ୍ରଧାନଙ୍କୁ ଏତେ ଗୁରୁତ୍ୱ ଦିଆଯାଉଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି
କରିଛି । ନଳିନୀ ପ୍ରଧାନ ହେଉଛନ୍ତି ମୃତ୍ୟୁର ସୌଦାଗର । ତାଙ୍କ ସମୟରେ ୮ଟିରୁ ଉଦ୍ଧ୍ୱର୍ ପୋଲ ଭୁଷଡି ରେରର୍ଡ ସୃଷ୍ଟି କରିଛି ।
ଖୋଦ୍ ରାଜଧାନୀ ଭୁବନେଶ୍ୱରର ବମିଖାଲ ଫ୍ଲାଏଓଭର ଦୁଇ ଦୁଇ ଥର ଭୁଶିଡିବା ଶ୍ରୀ ପ୍ରଧାନଙ୍କ ଦକ୍ଷତାକୁ ସ୍ପଷ୍ଟ କରୁଛି । ବମିଖାଲ ଫ୍ଲାଏଓଭର କରୁଥିବା ପଣ୍ଡା ଇନଫ୍ରା ସହ ଶାସକ ଦଳର ନେତା ଓ ସଚିବ ମିଶି ଯୌଥ ବ୍ୟବସାୟ କରୁଥିଲେ । ଏବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନଙ୍କ ମାଧ୍ୟମରେ ନିର୍ବାଚନୀ ପାଣ୍ଠି ଆଦାୟ କରାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ
କହିଛନ୍ତି । ଶାସକ ଦଳ ଓ ସରକାର ବାବୁମାନଙ୍କ ଭିତରେ ହୋଇଥିବା ସନ୍ଧିକୁ ରାଜ୍ୟବାସୀ ବୁଝିସାରିଲେଣି । ଆଗାମୀ ଦିନରେ
ରାଜ୍ୟର ସାଧାରଣ ଜନତା ରାଜ୍ୟସରକାରଙ୍କୁ ଜବାବ ମାଗିବା ସହ ସରକାର ବିରୁଦ୍ଧରେ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.