ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୮/୦୨ ଆଜି ଏଡିଟର ଏବଂ ଓନରସ ଆସୋସିଏସନ ଡିଜିଟାଲ ମେଡ଼ିଆ ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆସୋସିଏସନ ର ଲୋଗୋ ଉନ୍ମୋଚନ ହୋଇ ଯାଇଅଛି। ଭୁବନେଶ୍ୱର ର ଏକ ଘରୋଇ ହୋଟେଲ ଠାରେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସାରଦା ପ୍ରସାଦ କର, ଆଇନଜୀବି ତଥା ଆସୋସିଏସନ ର ଲିଗାଲ ଆଡ଼ଭାଇଜର ଅମିତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପରିଡା ଅତିଥିଭାବେ ଯୋଗଦେଇ ଆସୋସିଏସନ ର ଅଗ୍ରଗତି ପାଇଁ ଶୃଙ୍ଖଳିତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ୱେବ ଚାନେଲର ମାଲିକ ମାନେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ଅନୁଷ୍ଠାନ କିଭଳି ଭାବେ ଅଗ୍ରଗତି କରିବ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ୱେବ ମିଡ଼ିଆ ର କାର୍ଯ୍ୟକଳାପକୁ ରାଜନୈତିକ ମହଲରେ ବୈମାତୃକ ମନୋଭାବକୁ ଆଗାମୀ ଦିନରେ ଏକତ୍ରିତ ହୋଇ ସାମ୍ନା କରିବାପାଇଁ ଆନ୍ତରିକତା ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଆବାହକ ସ୍ୱରୂପ ମହାନ୍ତି ଓ ସଂଗଠନ ସମ୍ପାଦକ ଦେବବ୍ରତ ମହାନ୍ତି ସମ୍ପୂର୍ଣ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିବାବେଳେ, ଚକ୍ରଧର ମଝି ଧନ୍ୟବାଦ ବାର୍ତ୍ତା ଦେଇ ସଭା ସାଙ୍ଗ କରାଯାଇଥିଲା।


