Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

"ରଙ୍ଗବତୀ" - ମୁଖ୍ୟମନ୍ତ୍ରୀ

0

 କେନ୍ଦୁଝର, ନିରପେକ୍ଷ ଖବର: ତା ୦୬/୦୫ ରଙ୍ଗବତୀ ପରି କାର୍ଯ୍ୟକ୍ରମ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଏକ ଘୋଷଣା ଯେ, ଓଡ଼ିଶା ଏବେ ତାଙ୍କର ଅନୁପମ କଳାକୁ ଗର୍ବ ର ସହ ଆଗକୁ ବଢ଼ାଉଛି। ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ନିଜ ଅତ୍ମୀୟତାର ଅନୁଭବ, ରମ୍ୟତା ଓ ଉଦ୍ଦୀପନାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କେନ୍ଦୁଝର ଜିଲ୍ଲାର କାଳି ପଡିଆ ଠାରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ ‘ରଙ୍ଗବତୀ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ।

 

ଏହି ଅବସରରେ, ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ଓଡ଼ିଆ, ସବୁଠୁ ବଢିଆ। ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଲୋକଗୀତ, ଲୋକନୃତ୍ୟର ମଧୁର ମୂର୍ଚ୍ଛନା। ଏହି ବିବିଧାତା ଭିତରେ ଏକତା ଆମର ଶକ୍ତି। ଆମ ରାଜ୍ୟରେ ଭାଷା ଅଂଚଳ ବଦଳିବ ସହିତ ବଦଳି ଯାଇଥାଏ। ଭାଷା ଅଲଗା ସିନା କିନ୍ତୁ ପରିଚୟ ଏକ । ପ୍ରତ୍ୟେକ ଜିଲ୍ଲାର ଭାଷାରେ କିଛି ନା କିଛି ସ୍ଵତନ୍ତ୍ରତା ଦେଖିବାକୁ ମିଳିବ। ଏହି ମଞ୍ଚ ଆଜି ସ୍ଥାନ ଦେଇଛି ଅନେକ କଳାକାରଙ୍କୁ । ଓଡ଼ିଶାର କୋଣ ଅନୁକୋଣରୁ ଆଜି କଳାକାର ମାନେ ନିଜର ପ୍ରତିଭା ଦେଖାଇବା ପାଇଁ ଗୋଟିଏ ଜାଗାରେ ଏକତ୍ରିତ ହୋଇଛନ୍ତି । ଏହାହିଁ ଆମ ଏକତାର ପ୍ରତୀକ ।

 

Blank space

ଓଡିଶାର ପ୍ରସିଦ୍ଧ ଗୀତ ରଙ୍ଗବତୀ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରଙ୍ଗବତୀ ଗୀତ ଅନେକ ପୁରୁଣା । “ରଙ୍ଗବତୀ” ଗୀତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଓଡ଼ିଆ ମାଟିର ସ୍ପନ୍ଦନ। ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି “ରଙ୍ଗବତୀ”। ଗୀତଟି ଆଜି କେବଳ ଓଡିଶା ନୁହେଁ, ସାରା ଭାରତର ବିଭିନ୍ନ ରାଜ୍ୟର ଏକ ଲୋକପ୍ରିୟ ଗୀତର ମାନ୍ୟତା ଲାଭ କରିଛି।

 

ଯେଉଁଭଳି ଆମେ ବିକାଶର ରାସ୍ତାରେ ଆଗେଇ ଯାଉଛୁ, ସେହିପରି ଆମ ସଂସ୍କୃତିକ ମୂଳ୍ୟବୋଧ, ଆମର ଲୋକକଳା, ଆମ ଉତ୍ସବ, ପର୍ବ ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଆମର ପ୍ରଥମ ଦାୟିତ୍ୱ। ଏହିପରି ମହୋତ୍ସବ, ଆମ ତରୁଣ ପିଢିକୁ ଆମ ଦେଶ ଓ ଅଞ୍ଚଳର ସଂସ୍କୃତି ସହ ପରିଚୟ କରାଇଥାଏ ବୋଲି ସେ କହି ଥିଲେ ।

 

ସେ ପୁଣି କହିଥିଲେଯେ, ଆଜି ଆମ ସରକାର କଳାକାରଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରତିଶ୍ରୁତିବଦ୍ଧ।ସେମାନଙ୍କ ଶ୍ରମ ଓ ଦକ୍ଷତାକୁ ଜନାଭିମୁଖୀ କରିବା ପାଇଁ ଚେଷ୍ଟିତ। ୧୧ ମାସରେ ଆମେ ସରକାରକୁ ଆସି ଲୋକଙ୍କ ପାଖକୁ ପହଞ୍ଚି ପାରିଲୁ। ଆମେ ଶୁନ୍ୟ ରୁ ଆରମ୍ଭ କରି, ଏକ ନୂତନ ଦିଗରେ ଯିବାପାଇଁ ଅଗ୍ରସର ହେଉଛୁ। ଆଜି ଗାଁ ଗାଁ ର କଳାକାରମାନେ ମଞ୍ଚ ପାଉଛନ୍ତି। ଦେଶ ବିଦେଶ ମଧ୍ୟରେ ତାଙ୍କର କଳା ପହଞ୍ଚୁଛି, ଏହା ଗର୍ବ ର ବିଷୟ। ମୁଁ ବିଶ୍ୱାସ କରେଯେ, ଯେଉଁ ରାଜ୍ୟ ତାଙ୍କର କଳାକୁ ସମ୍ମାନ ଦିଏ,ସେ ରାଜ୍ୟର ଆତ୍ମା ସଦା ଜୀବିତ ରହିଥାଏ।

 

ଏହି ଅବସରରେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେଯେ, ରଙ୍ଗବତୀ ଭଳି କାର୍ଯ୍ୟକ୍ରମ ଦେଶର ସମସ୍ତ କଳା ଓ କଳାକାର ମାନଙ୍କ ପାଇଁ ଉଦ୍ଦିଷ୍ଟ କାରଣ କଳାକାର ମାନଙ୍କର ସୀମା ସରହଦ ନଥାଏ।

 

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ ଓ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ଦେବ ପ୍ରସାଦ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଡ଼କ୍ଟର ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ।

Mo sapath

Leave A Reply

Your email address will not be published.