Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଏପିଆର୍‌ଏଏସ୍‌ଓ ଏବଂ ସୁଶ୍ରୁତ୍ ହସ୍ପିଟାଲ୍ ଦ୍ୱାରା ରାଇନୋପ୍ଲାଷ୍ଟି ଓ ଫେସିଆଲ୍ ଏସ୍‌ଥେଟିକ୍ ଚଉପରେ ଲାଇଭ୍ ଅପରେଟିଭ୍ କର୍ମଶାଳା

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୧୦ ଆସୋସିଏସନ୍ ଅଫ୍ ପ୍ଲାଷ୍ଟିକ୍ ରିକନ୍‌ଷ୍ଟ୍ରକ୍‌ଟିଭ୍ ଆଣ୍ଡ୍ ଏସ୍‌ଥେଟିକ୍ ସର୍ଜନ୍ ଅଫ୍ ଓଡିଶା(ଏପିଆର୍‌ଏଏସ୍‌ଓ), ସୁଶ୍ରୁତ୍ ହସ୍ପିଟାଲ୍ ଏବଂ ଟ୍ରମା କେୟାର୍‌, ଭୁବନେଶ୍ୱର ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଏସ୍‌ଥେଟିକ୍
ପ୍ଲାଷ୍ଟିକ୍ ସର୍ଜନ (ଆଇଏଏପିଏସ୍‌)ଙ୍କ ସହଯୋଗରେ ଓଡିଶାରେ ପ୍ରଥମ ଥର ପାଇଁ ରାଇନୋପ୍ଲାଷ୍ଟି ଓ ଫେସିଆଲ୍ ଏସ୍‌ଥେଟିକ୍ ଉପରେ ଏକ ମିଡ୍ ଟର୍ମ କନ୍‌ଟିନ୍ୟୁ ମେଡିକାଲ୍ ଏଜୁକେସନ୍‌(ସିଏମ୍‌ଇ) ଏବଂ ଲାଇଭ୍ ଅପେରିଟିଭ୍ କର୍ମଶାଳା ଆୟୋଜନ କରିଛନ୍ତି । ରାଇନୋପ୍ଲାଷ୍ଟି ହେଉଛି ନାକରେ କରାଯାଉଥିବା ପ୍ଲାଷ୍ଟିକ୍ ସର୍ଜରୀ ଏବଂ ଫେସିଆଲ୍ ଏସ୍‌ଥେଟିକ୍ ହେଉଛି ଅଣ-
ସର୍ଜିକାଲ୍ କସ୍‌ମେଟିକ୍ ଚିକିତ୍ସା ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ ବଢାଇଥାଏ ଏବଂ ମୁହଁର ବୈଶିଷ୍ଟ୍ୟକୁ ଅଧିକ ଚମକାଇଥାଏ । ଆଇଏଏପିଏସ୍ ଦ୍ୱାରା ହୋଇଥିବା ମିଡ୍ ଟର୍ମ କନ୍‌ଟିନ୍ୟୁ ମେଡିକାଲ୍ ଏଜୁକେସନ୍‌(ସିଏମ୍‌ଇ) କର୍ମଶାଳାରେ ଓଡିଶାର ପ୍ରାୟ ୪୦ଟି ପ୍ଲାଷ୍ଟିକ୍ ସର୍ଜନ ଅଂଶଗ୍ରହଣ କରିଥିଲେ । ସର୍ଜନମାନଙ୍କ ଦ୍ୱାରା ଦୁଇ ରୋଗୀଙ୍କ ଲାଇଭ୍ ପ୍ଲାଷ୍ଟିକ୍ ସର୍ଜରୀ ଲାଇଭ୍ ଷ୍ଟ୍ରିମିଂ
ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଭାରତର ପ୍ରସିଦ୍ଧ ପ୍ଲାଷ୍ଟିକ୍ ସର୍ଜନ ଡ଼ ଭେଙ୍କଟା ରମନା ୟାମାନି ଏବଂ ଡ଼ କପିଲ୍ ଏସ୍ ଅଗ୍ରୱାଲ୍ ପ୍ଲାଷ୍ଟିକ୍ ସର୍ଜରୀର ପରିଚାଳନା କରିଥିଲେ ଏବଂ ଓଡିଶାର ପ୍ରସିଦ୍ଧ ପ୍ଲାଷ୍ଟିକ୍ ସର୍ଜନ ଡ଼ ଅକ୍ଷୟ କୁମାର ରାଉତ ପରାମର୍ଶଦାତା ଭାବେ କର୍ମଶାଳା ପରିଚାଳିତ କରିଥିଲେ । ଡ଼ ଜି ଅରବିନ୍ଦ ମହାପାତ୍ର ଏବଂ ଡ଼ ସନ୍ତୋଷ ପାଣିଗ୍ରାହୀଙ୍କ ସହ ଆନାସ୍ଥେସିଷ୍ଟ୍ ଡ଼ ପଙ୍କଜ ରାଉତ ଓ ଡ଼ ସ୍ୱାଧିନ୍ ରାଉତ, ଏହା ସହ ଡ଼ ବିଶ୍ୱଜିତ୍ ମିଶ୍ର, ଡ଼ ଲକ୍ଷ୍ମିକାନ୍ତ ମିଶ୍ର, ଡ଼ ସଞ୍ଜୟ ଗିରି, ଡ଼.ଜୟନ୍ତ କୁମାର ଦାଶ ଏବଂ ଅନ୍ୟ ପାରାମେଡିକ୍ କର୍ମଚାରୀ କର୍ମଶାଳାରେ ସମର୍ଥନ କରିଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସୁଶ୍ରୁତ ହସ୍ପିଟାଲ୍‌ର ଆୟୋଜକ ତଥା ପରିଚାଳନା ନିର୍ଦ୍ଦେଶକ ଡ଼ ଅକ୍ଷୟ
କୁମାର ରାଉତ କହିଛନ୍ତି, ଆଜିକା ଦିନରେ ବେଶ୍ ଆବଶ୍ୟକ ପାଲିଟିଥିବା ପ୍ଲାଷ୍ଟିକ୍ ସର୍ଜରୀ କ୍ଷେତ୍ରରେ, ରାଜ୍ୟର ପ୍ଲାଷ୍ଟିକ୍ ସସର୍ଜନ୍‌ମାନଙ୍କୁ ଦ୍ରୁତ ଗତିରେ ବିକାଶ ପାଇଁ ଏକ ସୁଯୋଗ ପ୍ରଦାନ କରିବା ଏହି ଲାଇଭ୍ ଅପରେଟିଭ୍ କର୍ମଶାଳାର ମୂଳ ଲକ୍ଷ୍ୟ ରହିଥିଲା ଏବଂ ଆଗାମୀ ପିଢିର ସର୍ଜର୍ରମାନଙ୍କ ପାଇଁ ମଧ୍ୟ ଏହି କର୍ମଶାଳା ସହାୟକ ହେବ । ଓଡିଶା କସ୍‌ମେଟିକ୍ ସର୍ଜରୀ କ୍ଲିନିକ୍ ୟୁନିଟ୍‌ରେ ଏସ୍‌ଥେଟିକ୍ ପ୍ଲାଷ୍ଟିକ୍ ସର୍ଜରୀ କରିବାରେ ସୁଶ୍ରୁତ ହସ୍ପିଟାଲ୍ ଓଡିଶାର ପ୍ରଥମ ପ୍ଲାଷ୍ଟିକ୍ ସର୍ଜରୀ କ୍ଲିନିକ୍ ଭାବେ ଜଣାଶୁଣା । ଓଡିଶାକୁ ପ୍ଲାଷ୍ଟିକ୍ ସର୍ଜରୀ ଆଣିବାରେ ସୁଶ୍ରୁତ ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ଡ଼
ଅକ୍ଷୟ କୁମାର ରାଉତଙ୍କ ଅଗ୍ରଣୀ ଭୂମିକା ରହିଛି । ସୂଚନାଯୋଗ୍ୟ, ଡ଼ ଅକ୍ଷୟ କୁମାର ରାଉତ ଆଜି ପର୍ଯ୍ୟନ୍ତ ୬୦୦୦ରୁ ଅଧିକ ଜଟିଳ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ।

Mo sapath

Leave A Reply

Your email address will not be published.