Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧

୨୭-୨୮ ମାର୍ଚ୍ଚ ରେ ସ୍ୱତନ୍ତ୍ର ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ

0

ନୂଆଦିଲ୍ଲୀ,ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୩ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓଡିଶା ପର୍ବ । ଚଳିତ ବର୍ଷ ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ରୂପରେ, ଚମତ୍କାର ଢଙ୍ଗରେ ନୂଆ ଉତ୍କଣ୍ଠା ଓ ଉତ୍ସାହ ନେଇ ଆସୁଛି । କୋଭିଡ୍ ୧୯ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି, ଓଡିଶା ପର୍ବ ୨୭ ଏବଂ ୨୮ ମାର୍ଚ୍ଚ ୨୦୨୧ରେ ପ୍ରଥମ ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେବାକୁ ଯାଉଛି । ଓଡିଅ।। ସମାଜ, ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସାଂସ୍କୃତିକ ମହାକୁମ୍ଭ ଓଡିଶାର ନିଆରା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରିବ ।

ଆସନ୍ତା ୨୭ ମାର୍ଚ୍ଚ ୨୦୨୧, ଶନିବାର ସନ୍ଧ୍ୟା ୭ଟାରୁ ପ୍ରଥମ ଭର୍ଚୁଆଲ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧ର ଶୁଭାରମ୍ଭ ହେବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର, ସାଂସଦ, ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି, ପିଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଏସ୍‌ଏମ୍‌, ଭିଏସ୍‌ଏମ୍‌, ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ସଭାପତି, ଓଡିଆ ସମାଜ, ନୂଆଦିଲ୍ଲୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଦର୍ଶକଙ୍କୁ ଉଦ୍‌ବୋଧନ ଦେବେ ।

Blank space

ଭର୍ଚୁଆଲ ଅନ୍ତର୍ଜାତୀୟ ଓଡିଶା ପର୍ବରେ ବିଭିନ୍ନ ଚମତ୍କାର ସାଂସ୍କୃତିକ ତଥା ପାରମ୍ପରିକ ଲୋକ ନୃତ୍ୟ ଓ ସଂଗୀତ ପରିବେଷଣ ଏବଂ ବିଶିଷ୍ଟ ଓଡିଆ ବ୍ୟକ୍ତିତ୍ୱଙ୍କ ସହ ଆଳାପ କାର୍ଯ୍ୟକ୍ରମ ରହିଛି, ଯାହା ଦର୍ଶକଙ୍କୁ ବିମୁଗ୍ଧ କରିବ । ଏଥର ଏହି ଅନ୍‌ଲାଇନ୍ ମଞ୍ଚ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ସଂସ୍କୃତିର ଚିତ୍ତାକର୍ଷକ ପ୍ରଦର୍ଶନକୁ ଅନୁଭବ କରିବା ନିମନ୍ତେ ପ୍ରସ୍ତୁତ ରହିବ ।

ଉଦ୍‌ଘାଟନୀ ଦିବସ ଗୁରୁ ମଧୁମିତା ରାଉତଙ୍କ ଦଳ ଦ୍ୱାରା ସ୍ୱାଗତ ସୂଚକ ନୃତ୍ୟ କାର୍ଯ୍ୟକ୍ରମ ‘ବନ୍ଦେ ଉତ୍କଳ ଜନନୀ’ରୁ ଆରମ୍ଭ ହେବ । ଭର୍ଚୁଆଲ୍ ଅନ୍ତର୍ଜାତୀୟ ଓଡ଼ିଶା ପର୍ବରେ ବିଭିନ୍ନ ଆଞ୍ଚଳିକ ଏବଂ ପ୍ରାଚୀନ ନୃତ୍ୟ ଏବଂ ଶହଶହ ବର୍ଷ ପୂର୍ବେ ଉତ୍ପତ୍ତି ଲାଭ କରିଥିବା କଳା ଯଥା: ଯୋଡ଼ିଶଙ୍ଖ, ପଶୁମୁଖା ନାଚ, ରଣପା ନାଚ, ମାଲଖମ୍ବ, ବଣ୍ଡା ଜନଜାତି ନୃତ୍ୟ, ସାମରିକ କଳା, ଆଦି ଧୂନ ଇତ୍ୟାଦି ପ୍ରଦର୍ଶିତ ହେବ । ଏଥର କିଛି ଭିନ୍ନ ହେବ କାରଣ ସାରା ବିଶ୍ୱର ଓଡ଼ିଆମାନେ ଏଥିରେ ଅଂଶଗ୍ରହଣ କରି ସେମାନଙ୍କର ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିବେ ।

ଅନେକ ପ୍ରଖ୍ୟାତ ଓ ସମ୍ମାନନୀୟ ଓଡ଼ିଆ ବ୍ୟକ୍ତିତ୍ୱ ଦର୍ଶକମାନଙ୍କ ନିକଟରେ ସେମାନଙ୍କର ଜୀବନ କାହାଣୀ ତଥା ସଫଳତା ଓ ସୁନାମ ଦିଗରେ ସେମାନଙ୍କର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିବେ । ଏହି କ୍ରମରେ ଦର୍ଶକମାନେ ପଦ୍ମ ବିଭୂଷଣ ସୋନାଲ ମାନସିଂହ, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଏବଂ ଆହୁରି ଅନେକ ବ୍ୟକ୍ତିତ୍ୱଙ୍କୁ ଶୁଣିବାକୁ ପାଇବେ ।

ପାଇକ ବିଦ୍ରୋହର ସ୍ୱର୍ଣ୍ଣିମ ଇତିହାସର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ମୋକ୍ଷ ଡ୍ୟାନ୍ସ ଗ୍ରୁପ୍‌, କଟକଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏକ ସମକାଳୀନ ନୃତ୍ୟ ଏହି ଭବ୍ୟ ଉତ୍ସବକୁ ରଙ୍ଗାୟିତ କରିବ । ସଙ୍ଗୀତର ଆସର ମଧ୍ୟ ଅନ୍ତର୍ଜାତୀୟ ଓଡ଼ିଶା ପର୍ବର ଏକ ଅଂଶ ବିଶେଷ । ଓଲିଉଡ୍ କଣ୍ଠଶିଳ୍ପୀ ତାନ୍‌ସେନ୍ ସିଂହ, ତପୁ ମିଶ୍ର, ଦୀପ୍ତିରେଖା, ସୋହିନୀ ମିଶ୍ର, ସ୍ୱୟଂ ପାଢୀ, ତାରିକ୍ ଅଜିଜ୍‌, ଆଶୁତୋଷଙ୍କ ପରି ଅନେକ ସୁପରିଚିତ କଣ୍ଠଶିଳ୍ପୀ ନିଜ ସଙ୍ଗୀତର ମୂର୍ଚ୍ଛନାରେ ଦର୍ଶକମାନଙ୍କର ମନୋରଞ୍ଜନ କରିବେ ।

ଏହି ସାଂସ୍କୃତିକ ଉତ୍ସବ ବେଶ୍ ସ୍ମରଣୀୟ ଏବଂ ଅନନ୍ୟ ହେବାକୁ ଯାଉଛି । ଆସନ୍ତୁ ଏବଂ ମାର୍ଚ୍ଚ ୨୭ ଓ ୨୮ ତାରିଖ ସନ୍ଧ୍ୟା ୭.୦୦ରେ ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବକ୍ଟ୍ରବକ୍ସଭବ.କ୍ଷସଙ୍ଖର ରେ ଭର୍ଚୁଆଲ୍ ଅନ୍ତର୍ଜାତୀୟ ଓଡ଼ିଶା ପର୍ବର ଏହି ବିଶାଳ ବୈଶ୍ୱିକ କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତୁ ।

Mo sapath

Leave A Reply

Your email address will not be published.