Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟର ଶୁଭାରମ୍ଭ

ଚାଷୀଙ୍କ ଆୟରେ ବୃଦ୍ଧି ଘଟିବା ସହ ଗ୍ରାମାଂଚଳରେ ରୋଜଗାର ବଢିବ

0

ନୂଆଦିଲ୍ଲୀ/ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୪/୦୨ ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କ୍ରମେ ଲକ୍ଷ୍ୟ ରଖାଯାଇଥିବା ଦେଶରେ ପ୍ରଦୂଷଣର ମାତ୍ରାକୁ ହ୍ରାସ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଦ୍ୱାରା ଦେଶର ପ୍ରଥମ ସିଏନଜି ଟ୍ରାକ୍ଟର ଶୁଭାରମ୍ଭ କରିବା କରାଯିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଏନଜି ଚାଳିତ ଟ୍ରାକ୍ଟର ଗୁଡିକର ବ୍ୟବହାର ଦ୍ୱାରା ଚାଷୀମାନେ ବାର୍ଷିକ ୧.୫ ଲକ୍ଷ ଟଙ୍କା ସଂଚୟ କରିପାରିବେ । ଟେକ୍ନୋଲୋଜି ଜରିଆରେ
ପୁରୁଣା ଡ଼ିଜେଲ୍ ଟ୍ରାକ୍ଟରକୁ ସିଏନଜିରେ ରୂପାନ୍ତରିତ କରାଯାଇଛି । ରୋମାଟ୍ ଟେକ୍ନୋ ସଲ୍ୟୁସନ ଏବଂ ଟୋମାସେଟ୍‌ ଆଚିଲେ, ଇଣ୍ଡିଆ କମ୍ପାନୀ ସହଯୋଗରେ ଏହି ଟେକ୍ନୋଲୋଜିକୁ ବିକଶିତ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ପୁରୁଣା ଡ଼ିଜେଲ ଟ୍ରାକ୍ଟର ସିଏନଜିରେ ରୂପାନ୍ତରିତ ହେବା ଫଳରେ ସ୍ୱଚ୍ଛ ଇନ୍ଧନ ଦ୍ୱାରା ପ୍ରଦୂଷଣ ହ୍ରାସ ହେବ । ଇଞ୍ଜିନରେ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ହେବ । ସିଏନଜି ଶସ୍ତା ହୋଇଥିବା କାରଣରୁ ଚାଷୀମାନେ ଲାଭବାନ ହେବେ । ସିଏନଜି ଇନ୍ଧନ କାରଣରୁ ମଧ୍ୟ ଟ୍ରାକ୍ଟର ନିରାପଦ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱେଷ୍ଟ ଟୁ ୱେଲଥ୍ ଦୃଷ୍ଟିକୋଣରେ ବାୟୋ ସିଏନଜି ପାଇଁ ନଡ଼ା ବ୍ୟବହୃତ ହୋଇଥାଏ । ଫଳରେ ଏହାଦ୍ୱାରା ଚାଷୀମାନେ ନଡ଼ାକୁ ସ୍ଥାନୀୟ ଅଂଚଳରେ ନଷ୍ଟ ନକରି ବିକ୍ରି କରି ଅଧିକ ଲାଭବାନ ହୋଇପାରିବେ । ତଣେୁ ସିଏନଜି ଉତ୍ପାଦନ ହେଉଥିବା କୃଷି ଅବଶିଷ୍ଟାଂଶକୁ ମଧ୍ୟ ବାୟୋ-ସିଏନଜି ୟୁନିଟରେ ବିକ୍ରୟ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ ।
ଭାରତ ଆମେରିକା ଓ ଚୀନ ପରେ ତୃତୀୟ ଉର୍ଜା ଉପଭୋକ୍ତା ରାଷ୍ଟ୍ର । ବିଶ୍ୱ ଉର୍ଜା ହାରାହାରିରେ ଭାରତର ମୁଣ୍ଡ ପିଛା ଉର୍ଜା ବ୍ୟବହାର ଏକ ତୃତୀୟାଂଶ ରହିଛି । ନିକଟ ବଜେଟରେ ମୋଦି ସରକାର ସଡକ, ରେଳ, ପାଇପଲାଇନ ତଥା ଉର୍ଜା ଭିତିଭୂମିକୁ ଗୁରୁତ୍ୱ ଦେଉଥିବା ବେଳେ ଏହା ଦ୍ୱାରା ଆଗାମୀ ଦିନରେ ଉର୍ଜା ବ୍ୟବହାର ବଢ଼ିବ । ଏପରି ଦେଶରେ ଉର୍ଜା ଉପଭୋକ୍ତା ଭାବରେ ଭାରତ ଆଗାମୀ ଦିନରେ ପ୍ରଥମ ଦେଶ ହେବ ବୋଲି ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଉର୍ଜା ସଂରକ୍ଷଣରେ ଅଙ୍ଗାରକାମ୍ଳ ହ୍ରାସ କରିବା ପାଇଁ ଉଦ୍ୟମ କରୁଛି । ଭାରତ ସରକାର ଅକ୍ଷୟ ଉର୍ଜା ଏବଂ ଜୈବଇନ୍ଧନ ଉପରେ ଏକ ନୂତନ ବିକଳ୍ପ ଉର୍ଜା ମଡେଲ୍ ତିଆରି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Mo sapath

Leave A Reply

Your email address will not be published.