Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଦିବ୍ୟାଙ୍ଗଙ୍କ ଯାତ୍ରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ଭୂତଳ ଉପାମାର୍ଗ ଉଦ୍ଘାଟିତ

କଟକ ରେଳଷ୍ଟେସନରେ ସ୍ମାରକ ଜାତୀୟ ପତାକା ଉଦ୍ଘାଟିତ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା-୦୫/୧୨ ସୁରକ୍ଷାକୁ ଦୃଷ୍ଟିରେ ଦେଇ ଉଭୟ ରେଳ ଓ ସଡକ ବ୍ୟବହାରକାରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ନୂତନ ଭାବେ ନିର୍ମିତ ଭୂତଳ ଉପାମାର୍ଗ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଏହାକୁ ଉଦଘାଟନ କରିଛନ୍ତି। ଏଥିରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ ଉପସ୍ଥିତି ଥିଲେ।
ରାଧାକିଶୋରପୁର ଷ୍ଟେସନରେ ଭୂତଳ ଉପାମାର୍ଗର ବ୍ୟବସ୍ଥା କରିବା ଦ୍ୱାରା ଯାତ୍ରୀ ଏବଂ ନିକଟ ଗ୍ରାମବାସୀଙ୍କ ସହିତ ଉଭୟ ରେଳ ଏବଂ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳ ଲାଇନର ଉଭୟ ପାର୍ଶ୍ୱରେ ପ୍ରବେଶ କରିବାରେ ସହାୟକ ହେବ | ଏହା ମଧ୍ୟ ଦିବ୍ୟାଙ୍ଗଙ୍କ ଯାତାୟାତ ପାଇଁ ସହାୟକ ହୋଇପାରିବ । ଏହି ଭୂତଳ ଉପାମାର୍ଗ 4 ମିଟର ଚଉଡା ଏବଂ 2.75 ମିଟର ଉଚ୍ଚତା ହୋଇଥିବାବେଳେ ଏହାର ଲମ୍ବ 68 ମିଟର ରହିଛି |  ରାଧାକିଶୋରପୁର ଠାରେ ରୁଟ ନମ୍ବର 1 ରୁ 4 ଏବଂ ପ୍ଲାଟଫର୍ମ ନଂ 1 ଏବଂ 2 କୁ ଚଳପ୍ରଚଳ କରିବାପାଇଁ ସହଜ ହୋଇପାରିବ |  ଏହି ପ୍ରକଳ୍ପ ରେଳ ବିକାଶ ନିଗମ ଲିମିଟେଡ଼ ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହା ବାରଙ୍ଗ-ରାଜାଆଠଗଡ଼    ଦୋହରୀକରଣ ପ୍ରକଳ୍ପର ଏକ ଅଂଶ ଅଟେ | ରାଧାକିଶୋରପୁର ଠାରେ ଲେବଲ୍ କ୍ରସିଂ ଗେଟ୍ ନମ୍ବର JB-2 କୁ ଏଡାଇବା ପାଇଁ ଏବଂ ଉଭୟ ରେଳ ଏବଂ ସଡକ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲେବଲ୍ କ୍ରସିଂ ବଦଳରେ ଭୂତଳ ଉପାମାର୍ଗ ନିର୍ମାଣ କରାଯାଇଛି | ନିକଟସ୍ଥ ଗ୍ରାମବାସୀଙ୍କର ଏହି ଭୂତଳ ଉପମାର୍ଗ ବହୁତ ଉପକୃତ କରାଇବ | ଏହି ଭୂତଳ ଉପମାର୍ଗ ନିର୍ମାଣ ପାଇଁ 3.75 କୋଟି ଟଙ୍କା ଖର୍ଚ୍ଚ ହୋଇଛି | ଏହି ଅବସରରେ ସାଂସଦ ଶ୍ରୀ ମହତାବ, ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତିରେ କଟକ ରେଳ ଷ୍ଟେସନରେ ସ୍ମାରକ ଜାତୀୟ ପତାକା ଉଦ୍ଘାଟନ ହୋଇଥିଲା। କଟକ ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣରେ ଉନ୍ନତି ଆଣିବା ପାଇଁ ଏହି ସ୍ମାରକ ଜାତୀୟ ପତାକାକୁ ସ୍ଥାପନା କରାଯାଇଛି । ଐତିହାସିକ ସହର ତଥା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଷ୍ଟେସନ ଗୁଡିକରେ ଆଜିଯାଏ 19 ଟି ସ୍ମାରକ ପତାକା ସ୍ଥାପିତ କରାଯାଇଅଛି ଏବଂ ଆହୁରି ବହୁ ରେଳ ଷ୍ଟେସନ ଗୁଡିକରେ ଏହା ସ୍ଥାପନ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି | ଜାତୀୟ ପତାକା ସ୍ତମ୍ଭର ଉଚ୍ଚତା 100 ଫୁଟ (30.5 ମିଟର) ହୋଇଥିବାବେଳେ ପତାକାର ଆକାର 30 ଫୁଟ ଲମ୍ବ ଏବଂ 20 ଫୁଟ ପ୍ରସ୍ଥ ଅଟେ | କଟକର ଏହି ପତାକା ସ୍ଥାପନା ପାଇଁ ମୋଟ 8.27 ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡିଛି।

Mo sapath

Leave A Reply

Your email address will not be published.