ଭୁବନେଶ୍ୱର,ନିରପେକ୍ଷ ଖବର(୧/୧୨): ‘ସବୁଜ ଭାରତ’ର ଅଷ୍ଟମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ ‘ପ୍ରମେୟ’ର ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ସ୍ଵଳ୍ପବେତନ ଭୋଗୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ବିଜେଡି ମୁଖପାତ୍ର ଦୁର୍ଗା ସାମନ୍ତରାୟ ସଭାପତିତ୍ୱ କରିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଶତପଥୀଙ୍କୁ ସବୁଜ ଭାରତ ଗୌରବ’ ସମ୍ମାନରେ ସମ୍ମାନୀତ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡିର ସାଂସ୍କୃତିକ ସାମ୍ମୁଖ୍ୟ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ସବୁଜ ଭାରତ’ର ସଭାପତି ତଥା ସମାଜସେବୀ ସତ୍ୟବ୍ରତ ଜେନା ଉପସ୍ଥିତ ଥିଲେ। ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ, ସମାଜସେବୀ ଓ ସାହିତ୍ୟିକଙ୍କୁ ସମ୍ମଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ରମୋଦ କୁମାର ସାମନ୍ତରାୟ, ସମାଜସେବୀ ସୁରେନ୍ଦ୍ର କୁମାର ସାହୁ, ଡ. ଘନଶ୍ୟାମ ବିଶ୍ଵାସ, ଦାମୋଦର ବିଶ୍ବାସ, ବିଜୟଲକ୍ଷ୍ମୀ ମହାପାତ୍ର ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ଏଥିସହ ପରିବେଶକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ସମସ୍ତ ସମ୍ବଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ଗୋଟିଏ ଗୋଟିଏ ଔଷଧୀୟ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏକତା ସାହୁ, ଶୈଳବାଳା ସ୍ବାଇଁ, ମନସ୍ମିତା
ମିଶ୍ର, ମନୋରଞ୍ଜନ ନାୟକ, ସସ୍ମିତା
ଲେଙ୍କା, ନୀଳକଣ୍ଠ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
[pj-news-ticker]