[pj-news-ticker]

ଜିଲ୍ଲାରେ କୋଭିଡ଼ ଟେଷ୍ଟ ସଂଖ୍ୟା ଏକ ଲକ୍ଷ ପହଞ୍ଚିଲା

0

ବାରିପଦା(ନିରପେକ୍ଷ ଖବର) ତା-୨୭/୦୮-ଜିଲ୍ଲା ପ୍ରସାଶନ ପକ୍ଷରୁ କୋଭିଡ଼ ଟେଷ୍ଟକୁ ବ୍ୟାପକ କରାଯାଇ ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି କରାଯାଇଛି। ଏଥି ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି। ପ୍ରତେକ ଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ କରାଯାଉଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ଦୁଇ ହଜାର ପାର କରିଛି। ସେହିପରି ଜିଲ୍ଲାରେ ମୋଟ କୋଭିଡ଼ ଟେଷ୍ଟ ସଂଖ୍ୟା ଏକ ଲକ୍ଷ ପହଞ୍ଚିଛି। ଏଥିପାଇଁ ଲୋକପ୍ରତିନିଧି, ସାମ୍ବାଦିକ, ପିଆରଆଇ ମେମ୍ବର ଏବଂ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଯାଇଛି। ପୂର୍ବରୁ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ୍ ଆରମ୍ଭ ହେବା ଫଳରେ ନମୁନା ପରୀକ୍ଷାର ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି। ଜିଲ୍ଲାରେ ଅଧିକାଂଶ ସ୍ଥାନୀୟ ସଂକ୍ରମଣ ଚିନ୍ହଟ ହେଉଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପରୀକ୍ଷଣକୁ ବ୍ୟାପକ କରାଯାଇଛି। ବିଶେଷକରି ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ନେଇ କୋଭିଡ ଆଣ୍ଟିଜେନ ଟେଷ୍ଟ ସହରର ବିଭିନ୍ନ ୱାର୍ଡ ମାନଙ୍କରେ ଏହି ପରୀକ୍ଷଣ କାର୍ଯ୍ୟ ଜାରି ରହିଛି। ତେବେ ଆଗାମୀ ଦିନରେ କରୋନା ମହାମାରୀର ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରୋକିବା ପାଇଁ ଏହାକୁ ଆହୁରି ବ୍ୟାପକ କରାଯିବ। ଯାହା ଦ୍ୱାରା ସଂକ୍ରମଣର ପ୍ରକୃତ ସ୍ଥିତି ପ୍ରଶାସନ ଆକଳନ କରିପାରିବ। ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୮୩କୁ ଛୁଇଁଛି, ସେଥି ମଧ୍ୟରୁ ୧୪୧୧ ସୁସ୍ଥ ହୋଇଥିବା ବେଳେ ୧୨୬୬ ସକ୍ରିୟ ଅଛନ୍ତି।

Leave A Reply

Your email address will not be published.