Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ଯଥାବିଧି ନୀତିକାନ୍ତି ସହ ରଥକାର୍ଯ୍ୟ ହେବ ସମ୍ପନ୍ନ

0

ବାରିପଦା(ନିରପେକ୍ଷ ଖବର)ତା-୧୭/୦୬-ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର। ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ।ବର୍ତ୍ତମାନ ସମୟରେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକାଯାଇପାରିବ ତାହା ପ୍ରମୁଖ ଆହ୍ୱାନ ପାଲଟିଛି।କିନ୍ତୁ ଚଳିତଥର କରୋନା ନେଇ ରଥଯାତ୍ରା ହେବ କି ନାହିଁ ସମସ୍ତେ ଦ୍ୱନ୍ଦରେ ରହିଥିଲେ । ବିନା ଭକ୍ତରେ ସ୍ନାନ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଏବେ ରଥଯାତ୍ରା ନେଇ ସ୍ଥାନୀୟ ପ୍ରଶାସନ ଦ୍ୱନ୍ଦ୍ୱରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ହାତୀ ଦ୍ୱାରା ରଥ ଟଣାଯାଇ ପାରିଲେ ସାମାଜିକ ଦୂରତ୍ୱ ସହ ପୂର୍ବ ପରମ୍ପରା ରକ୍ଷା ହୋଇ ପାରିବ ବୋଲି କେତେକ ମହଲ ମତ ରଖୁଥିଲେ।ଚଳିତଥର କଟକଣା ଯୁକ୍ତ ହେବ ରଥଯାତ୍ରା ବୋଲି ସମସ୍ତ ମହଲରେ ଚର୍ଚ୍ଚା ହେଉଥିଲା।ତେବେ ବର୍ତ୍ତମାନ ବିଶ୍ବ କରୋନା ମହାମାରୀ ଦ୍ବାରା ଭୟଙ୍କର ଭାବେ କବଳିତ ଓ ଜନ ସମାଜର ଧନ ଓ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବାରିପଦାଙ୍କ ର ରଥଯାତ୍ରାକୁ ଏହି ସମୟରେ କରୋନା ମହାମାରୀ ଜନିତ କଟକଣା,ସାମାଜିକ ଦୂରତ୍ୱ ଓ ସାବଧାନ ସୂଚକ ନିୟମାବଳି ମଧ୍ୟ ରେ ସମ୍ପାଦନ କରିବା ଏକ ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି।ଭକ୍ତ ବିହୀନ ରଥ ଯାତ୍ରା ଶ୍ରଦ୍ଧାଳୁ ମାନଙ୍କ ଭାବାବେଗକୁ ପ୍ରଭାବିତ କରୁଥିବା ବେଳେ ଜନସମାଗମକୁ ସଂପୂର୍ଣ୍ଣ ରୂପେ ଏଡେଇ ଦିଆଯିବା ସମ୍ଭବ ନୁହେଁ ଓ ତତଜନିତ ସମ୍ଭାବ୍ୟ ସଂକ୍ରମଣକୁ ରୋକାଯାଇପାରିବା ମଧ୍ୟ ସମ୍ଭବ ନୁହେଁ।ଏଥି ସହିତ ଅନ୍ୟ ବିକଳ୍ପ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରିବା ପରେ ଏହା ପ୍ରତିୟମାନ ହୁଏ ଯେ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବାରିପଦାଙ୍କର ରଥଟଣା ସମ୍ଭବ ନୁହେଁ।ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବାରିପଦା ରଥଯାତ୍ରା ଓ ବାହୁଡା ଯାତ୍ରା ଓ ତତ ସଂଲଗ୍ନ ଅନ୍ୟାନ୍ୟ ଉତ୍ସବ ଆଦିକୁ ମନ୍ଦିର ପରିସରରେ କେବଳ ସେବାୟତ ମାନଙ୍କ ଦ୍ବାରା ଯଥାବିଧି ନୀତିକାନ୍ତି ସହ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି

Mo sapath

Leave A Reply

Your email address will not be published.