[pj-news-ticker]

ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା

0

ବାରିପଦା(ନିରପେକ୍ଷ ଖବର)ତା-୧୬/୦୫-ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା।ଜିଲ୍ଲାରେ ୨ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।ସୁରତ ପରେ ଏବେ ଜିଲ୍ଲାକୁ ପଶ୍ଚିମବଙ୍ଗ ଫେରନ୍ତା ଚିନ୍ତାର କାରଣ ହୋଇଛନ୍ତି।ଦୁଇ ଜଣ ଚିନ୍ହଟ ପଜିଟିଭିଙ୍କ ମଧ୍ୟରୁ ଜଣେ ସୁରଟ ଫେରନ୍ତା ପିଙ୍ଗୁ ଅଞ୍ଚଳର ଏବଂ ଅନ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା ତକତପୁର ଅଞ୍ଚଳର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଏଥି ସହିତ ଜିଲ୍ଲା ସଦର ମହକୁମା ବାରିପଦାରେ ଜଣେ ଆକ୍ରାନ୍ତ ସହିତ କରୋନା ଏଠାରେ ପାଦ ଥାପିଛି।ଉଭୟ ସରକାରୀ କୋରେଣ୍ଟଇନ ସେଣ୍ଟରରେ ଥିଲେ।ଉଭୟଙ୍କୁ କଟକ ସ୍ଥିତ ଅଶ୍ୱନି କୋଭିଡ ହସ୍ପିଟାଲକୁ ପଠାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ୧୧ ଜଣଙ୍କ ମଧ୍ୟରୁ ୯ଜଣ ପିଙ୍ଗୁ,୧ ପୋଡାଡିହା ଓ ୧ ତକତପୁର ଅଞ୍ଚଳର। ଏବଂ ଏମାନଙ୍କ ମଧ୍ୟରେ ୧୦ ଜଣ ସୁରତ ଫେରନ୍ତା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା।

Leave A Reply

Your email address will not be published.