Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

୫୦ରୁ ଅଧିକ ପରିବାରକୁ ଆହାର ଦେଲା ହେଲ୍ପିଂ ବୟ

0

*ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ୫୦ରୁ ଅଧିକ ପରିବାର*

ବାରିପଦା୧/୪ (ନିରପେକ୍ଷ ଖବର): କରୋନା ଭାଇରସ ଦାଉରୁ ରକ୍ଷା ପାଇଁ ସାରା ଦେଶକୁ ଲକ ଡାଉନ ରଖାଯାଇ ଥିବାବେଳେ କିଛି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥକୁ ଛାଡି ଅନ୍ୟ ସମସ୍ଥ ଦୋକାନ ବଜାର ବନ୍ଦ ରହିଛି । ଫଳରେ ଗରିବ ଓ ମାନସିକ ବିକୃତ ଲୋକମାନେ ଖାଇବାକୁ ନ ପାଇ ନାହିଁ ନ ଥିବା ଅସୁବିଧାରେ ସମ୍ବୁଖୀନ ହେଉଛନ୍ତି । ଏହି ଅସହାୟକ ମାନଙ୍କୁ ସହାୟତା ଯୋଗଇଦେବା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଧେଶ ମଧ୍ୟ ଦେଇଛନ୍ତି। ହେଲେ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ବାରିପଦା ସହରରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଧୁଧିଆଶୋଳ ଗ୍ରାମର ୫୦ରୁ ଅଧିକ କାଳନ୍ଦୀ ପରିବାର ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । କରୋନା ସମୟରେ ଏମାନଙ୍କ ଘରେ ଚୁଲି ଜଳୁ ନ ଥିବା ଖବର ପାଇ ବାରିପଦାର ଏକ ସ୍ୱେଚ୍ଥାସେବୀ ଅନୁଷ୍ଠାନ ହେଲ୍ପିଂ ବୟ ଏହି ଗ୍ରାମବାସୀଙ୍କ ନିକଟରେ ପହଚିଂଥିଲା । ଯୁବ ସମାଜସେବୀ ରାହୁଲ କରନଙ୍କ ନେତୃତ୍ୱରେ ଅନ୍ୟକର୍ମକର୍ତାମାନେ ବାରିପଦାରୁ ରନ୍ଧା ଖାଦ୍ୟ ନେଇ ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲେ । ଭୋକ ଉପବାସରେ ଦିନ କାଟୁଥିବା ୩୦୦ରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଥିଲେ । ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । କରୋନାର କରାଳ ରୂପ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । କରୋନରୁ ବର୍ତିବା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକ ଡାଉନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ହେଲ୍ପିଂ ବୟର ଯୁବକମାନେ ବିିଭିନ୍ନ ସ୍ଥାନରେ ବୁଲା ଗୋରୁ ଗାଈଙ୍କ ସମେତ ଅସହାୟ ବୁଢା ବୁଢି, ପାଗଳ, ଭିନ୍ନକ୍ଷମ ଲୋକଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗଇ ଆସୁଛି । କରୋନା ସମୟରେ ଲୋକମାନେ ନିଜ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସହ ସାବୁନରେ ହାତ ଧୋଇ ଖାଦ୍ୟ ପଦାର୍ଥ ଖାଇବାକୁ ସଙ୍ଗଠନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲଲିତ ସରକାର, ସରୋଜ ପଦାର, ସାଗର ପାତ୍ର, ରାଜେଶ ପ୍ରହରାଜ, ରାକେଶ ମହାନ୍ତି, ଯୁବ ସାମ୍ବାଦିକ ପ୍ରଭାସ କୁମାର ସାହୁ, ବିଶ୍ୱଜିତ ଭୂୟାଁ, ସୁବ୍ରତ କୁମାର ଦାସ , ଶୁଭମ ଭକ୍ତ, ସ୍ୱାଗତ ସମ୍ପଦ ସାହୁ , ନିକୁଞ୍ଜ ମହାନ୍ତି, କୁନାଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.