Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଠକେଇ ଏମିତି ବି ହୁଏ, ଜାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ…

0

ବାରିପଦା(ନିରପେକ୍ଷ ଖବର)ତା-୨୨/୦୨/୨୦୨୦-
ସାଧାରଣତଃ ବିଭିନ୍ନ ସମୟରେ ଅନେକ କମ୍ପାନୀ ଓ ସେମାନଙ୍କର କର୍ମଚାରୀମାନଙ୍କ ଦ୍ବାରା ଗ୍ରାହକମାନେ ଠକାମିରେ ଶିକାର ହୋଇଥାଆନ୍ତି। ହେଲେ ଗତ ୧୭ ତାରିଖରେ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଦେବ। କମ୍ପାନୀ ଠକିବା ବଦଳରେ ଜଣେ ଗ୍ରାହକ ୨ ଲକ୍ଷରୁ ଅଧିକ ଟଙ୍କା କମ୍ପାନୀ ଓ ତାର ଡେଲିଭରି ବୟକୁ ଚୂନ ଲଗାଇ ଚମ୍ପଟ ମାରିଥିଲା। ଏନେଇ ଡେଲିଭରି ବୟ ଜଣଙ୍କ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯାଜପୁର ଓ ଭୁବନେଶ୍ବର ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଆଜି ରାତିରେ ବାରିପଦା ଆଣୁଥିବା ଜଣାପଡିଛି। ଘଟଣାଟି ଥିଲା ଏମିତି, ଆସନ୍ତୁ ଜାଣିବା…. ବାରିପଦା ଅଞ୍ଚଳର ମନୋଜ କୁମାର ନାମକ ଜଣେ ବ୍ୟକ୍ତି ବିଭିନ୍ନ ଆଇଡି ଦେଇ ଗୋଟିଏ ମୋବାଇଲ ନମ୍ବରରେ ଏକ କମ୍ପାନୀରୁ ୧୦ଟି ମୋବାଇଲ ଫୋନ ଅର୍ଡର କରିଥିଲେ । ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଅର୍ଡର ମୁତାବକ କମ୍ପାନୀ ମଧ୍ୟ ମନୋଜଙ୍କ ନିକଟକୁ ପାର୍ସଲ ଡେଲିଭରି ବୟ ହାତରେ ୧୦ଟି ପାର୍ସଲ ପଠାଇଥିଲେ। ଗତ ୧୭ ତାରିଖ ଦିନ ଡେଲିଭରି ବୟ ଦେବବ୍ରତ ପଲେଇ ସ୍ଥାନୀୟ ମାଆ ଅମ୍ବିକା ମନ୍ଦିର ନିକଟରେ ପହଞ୍ଚି ମନୋଜକୁ ୧୦ଟି ପାର୍ସଲ ଦେଇଥିଲେ। ମନୋଜ ଡେଲିଭରି ବୟ ଦେବବ୍ରତ ପାଖରେ ତାଙ୍କ ଭାଇକୁ ଛିଡା କରିଦେଇ ୧୦ଟି ଯାକ ପାର୍ସଲ ନେଇ ଅଧଘଣ୍ଟାଏ ଅପେକ୍ଷା କରିବାକୁ କହିଥିଲେ। କିଛି ସମୟ ଅପେକ୍ଷା କରିବା ପରେ ପୁଣି ମନୋଜ ଆସି ଦେବବ୍ରତଙ୍କୁ ୮ଟି ପାର୍ସଲ ଫେରାଇ ଦେଇ ୨ଟି ପାର୍ସଲ ନେଇ ୪୨ ହଜାର ଟଙ୍କା ଦେଇଥିଲେ।

Advertising:
Blank space

ଆଉ ତାଙ୍କୁ କହିଥିଲେ ଅବଶିଷ୍ଟ ପଇସା ୮ଟି ପାର୍ସଲ ନେଲେ ଦେଇଦେବି। ଏହାପରେ ପାର୍ସଲ ବୟ ଦେବବ୍ରତ ଫେରସ୍ତ ୮ଟି ପାର୍ସଲକୁ ନେଇ କମ୍ପାନୀ ପାଖରେ ଦିପୋଜିଟ କରିଥିଲେ। କମ୍ପାନୀର କର୍ମଚାରୀମାନେ ଫେରସ୍ତ ପାର୍ସଲକୁ ଯାଞ୍ଚ କରିବା ପରେ ସେଥିରୁ ମୋବାଇଲ ବାହାରିବା ବଦଳରେ ସାବୁନ ଆଦି ବାହାରିଥିଲା। ଏନେଇ ପାର୍ସଲ ବୟ ଦେବବ୍ରତ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ୍ ଗତ ଫେବ୍ରୁଆରୀ ୧୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମନୋଜ କୁମାରର ମୋବାଇଲ ଫୋନ ଟ୍ରାକ କରିଥିଲା। ମୋବାଇଲ ଟ୍ରାକିଂରେ ଅଭିଯୁକ୍ତମାନେ ଯାଜପୁର ଓ ଭୁବନେଶ୍ବରରେ ଲୁଚି ରହିଥିବା ଜାଣିବାକୁ ପାଇଥିଲା ପୋଲିସ। ଏହାପରେ ପୁଲିସର ଏକ ପ୍ରତିନିଧି ଦଳ ଯାଜପୁର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ କରି ଶନିବାର ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Mo sapath

Leave A Reply

Your email address will not be published.