Blank space
Blank space
Breaking News/ମୁଖ୍ୟ ଖବର:
କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ବିଧାୟକ ଅନନ୍ତ ଜେନା ଓ ପୋଲିସ ଡିଏସପି ଅନୁପଙ୍କ ବିରୁଦ୍ଧରେ ବିଜେପି ଦାୟର କଲା ମୋକଦ୍ଦମା

0

ଭୁବନେଶ୍ୱର,ନିରପେକ୍ଷ ଖବର,ତା.୩୦/୦୧: ରାଜ୍ୟରେ ପୋଲିସ ବ୍ୟବସ୍ଥା ବଡ ଆଶ୍ଚର୍ଯ୍ୟଜନକ ଭାବରେ ଚାଲିଛି । କମିଶନରେଟ ପୋଲିସ ସତରେ ସାଧାରଣ ଲୋକଙ୍କ ପାଇଁ କାମ କରୁଛି ନା ଶାସକ ଦଳର ଗୁଣ୍ଡା ବାହିନି ଭାବେ କାମ କରୁଛି ।

Advertising:
Blank space

୩ ଦିନ ତଳେ ଦୁଇ ଜଣ ଆଦିବାସୀ ଝିଅ ସମ୍ପୃର୍ଣ୍ଣ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୁର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ସେମାନଙ୍କ ବିରୋଧରେ ୩୦୭ ଦଫା ଲଗାଇଲେ । ଖାଲି ସେତିକି ନୁହେଁ ଆଗରୁ ଅଣ୍ଡା ମାରିଲେ ବି ୩୦୭ ଦଫା ଲଗାଇଥିଲା ପୋଲିସ । ହେଲେ ଗତ କିଛିଦିନ ତଳେ ଶାସକ ଦଳର ଗୁଣ୍ଡାମାନେ ଜଣେ ଶିଖ୍ ବ୍ୟବସାୟୀ ପରବିନ୍ଦର ସିଂଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କଲେ, ପଥରରେ ଆଖି ଛେଚିଲେ, ମୁଣ୍ଡ ଫଟାଇଲେ । ହେଲେ ପୋଲିସ ସେଠାରେ ୩୦୭ ଦଫା ଲଗାଇଲା ନାହିଁ । କମ ଦଫା ଲଗାଇ ଅପରାଧାମାନଙ୍କୁ ଜାମିନ ଦେବାର ବ୍ୟବସ୍ଥା କରିଥିଲା । ଏହା ବିରୁଦ୍ଧରେ ବିଜେପି ପକ୍ଷରୁ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନୁପ କାନୁନଗୋଙ୍କ ବିରୋଧରେ ମୋକଦ୍ଦମା ଦାୟର କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜଣେ ପୋଲିସ ଅଧିକାରୀ ଅନୁପ କାନୁନଗୋ, ଯିଏ ବର୍ତମାନ ଭୁବନେଶ୍ୱରରେ ପୋଷ୍ଟିଙ୍ଗରେ ନାହାନ୍ତି ସେ ନିଜେ ଓ ସ୍ଥାନୀୟ ବିଧାୟକ ଅନନ୍ତ ଜେନା ମହୋଦୟ ରାତି
ଅଧରେ ପରବିନ୍ଦର ସିଂଙ୍କ ଘଟଣାକୁ ଚାପି ଦେବା ପାଇଁ ଧମକ ଦେବାକୁ ପରବିନ୍ଦର ସିଂଙ୍କ ଘରକୁ ଯାଇଥିଲେ । ଅନୁପ କାନୁନଗୋ ଭୁବଶ୍ୱେରରରେ ଡ୍ୟୁଟିରେ ନଥିବା ସତ୍ୱେ ସେ କିପରି ବିଧାୟକଙ୍କ ସହିତ ଅଧରାତିରେ ଜଣେ ଲୋକଙ୍କ ଘରକୁ ଯାଇଥିଲେ ? ତାଙ୍କ ଉପରେ ବି କମିଶନରେଟ ପୋଲିସ କି ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ତାଙ୍କ ସହିତ ଆଉ ଦୁଇ ଜଣ ଲୋକ ଯାଇଥିଲେ, ଯିଏ ପେଷାଦାର ଗୁଣ୍ଡା ବୋଲି ଆମେ ସନ୍ଦେହ କରୁଛୁ । ଏହା ବିରୋଧରେ ଆମେ ଲକ୍ଷ୍ମୀସାଗର ଥାନାରେ ଏଫଆଇର ଦେଇଥିଲୁ । ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଆମେ ଏବେ ଆଇନର ସାହାଯ୍ୟ ନେଉଛୁ । ନିଜେ ପରବିନ୍ଦର ସିଂ ମଧ୍ୟ ପୋଲିସ ଠାରୁ ନ୍ୟାୟ ନପାଇବା ପରେ ଏବେ ମାନବାଧିକାର କମିଶନରଙ୍କର ଦ୍ୱାରସ୍ଥ ହୋଇଛନ୍ତି । ବିଜୁ ଜନତା ଦଳର ଗୁଣ୍ଡାମାନେ ରାଜଧାନୀରେ ଦୁଇ ଦୁଇଟି ମୋବ ଲିଚିଙ୍ଗ କଲେ । ଦୁଇ ଦୁଇଟି ଯାକ ଘଟଣାରେ ମୁଖ୍ୟ ଅପରାଧୀଙ୍କୁ ସୁରକ୍ଷା ଦେଲେ ବିଜେଡିର ବିଧାୟକ ଅନନ୍ତ ଜେନା । ମାର୍କେଟ ବିଲଡିଙ୍ଗ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅପରାଧିମାନଙ୍କୁ ଏବେ ସୁଧା ପୋଲିସ ଗିରଫ କରିପାରି ନାହିଁ । କାରଣ ସେମାନେ ହେଉଛନ୍ତି ବିଧାୟକ ଅନନ୍ତ ଜେନା ଓ ବିଜେଡିର ବରିଷ୍ଠନେତା ଲିଟୁ ସୁପକାରଙ୍କର ସହିତ ଘନିଷ୍ଠ । ମାର୍କେଟ ବିଲିଡଙ୍ଗରୁ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଗଣ୍ଡଗୋଳରେ ସିଧାସଳଖ
ଭାବେ ବିଜେଡି ଦ୍ୱାରା କରାଯାଇଛି । କେତେ ଦିନ ଧରି ଏମିତି ବିଜେଡିର ଗୁଣ୍ଡାରାଜକୁ ପୋଲିସ ଘଂଟ ଘୋଡାଉଥିବ ଓ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟର ଗୃହମନ୍ତ୍ରୀ ଓ ଯଦି ମୁଖ୍ୟମନ୍ତ୍ରୀ ସତରେ ଅହିଂସାର ସପକ୍ଷବାଦି ତାହେଲେ ତୁରନ୍ତ ବିଧାୟକ ଅନନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରନ୍ତୁ । ବିଜେଡି ପାଇଁ ନିଜର ପଦମର୍ଯ୍ୟାଦା ଭୁଲିଥିବା ଖୋର୍ଦ୍ଦା ଡିଏସପି ଅନୁପ କାନୁନଗୋଙ୍କୁ ନିଲମ୍ବନ କରିବା ସହିତ ସମସ୍ତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.