Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ସ୍ୱଧାର ଗୃହରୁ ଦୁଇ ଅନ୍ତେବାସୀଙ୍କୁ ନେଇ ଚମ୍ପଟ ମାରୁଥିବା ଅଭିଯୁକ୍ତ ଗିରଫ ।

*ଦୁଇ ଫେରାର ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ।

0
Advertising:

ବାରିପଦା(ନିରପେକ୍ଷ ଖବର)ତା-୯/ଡିସେମ୍ବର/୨୦୧୯: ସ୍ଥାନୀୟ ସ୍ବଧାର ଗୃହରୁ ୮ଦିନ ଧରି ନିଖୋଜ ଥିବା ଦୁଇ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କଲା ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତମାନେ ଅନ୍ତେବାସୀମାନଙ୍କୁ ନେଇ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗ ନେଇଯାଉଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ପୁଲିସ ଦୁଇ ଯୁବତୀଙ୍କୁ ଉଧ୍ଯାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଶୁନଗଡିଆ ଅଞ୍ଚଳର ରବୀ ମୁଖୀଙ୍କ ପୁଅ ପପୁ ମୁଖୀ(୨୨) ଏବଂ ଜିତୁ ବନ ସିଂଙ୍କ ପୁଅ ବିନୋଦ କୁମାର ସିଂ ଓରଫ (କୁନା)। ସ୍ୱଧାର ଗୃହରେ ଫେରାର ହୋଇଯାଇଥିବା ଯୁବତୀମାନେ ହେଲେ ବାରିପଦା ପୌରପାଳିକାର ୱାର୍ଡ ନଂ-୨୦ ଶୁନଗଡିଆ ଅଞ୍ଚଳର ଜଣେ ନାବାଳିକା ଓ ପଶ୍ଚିମବଙ୍ଗର ଜଣେ ୨୨ ବର୍ଷୀୟା ଯୁବତୀ। ସେମାନେ ଗତମାସ ୩୦ ତାରିଖ ରାତିରେ ସୁଧାର ଗୃହ କବାଟ ଭାଙ୍ଗି ବାଉଁଶ ସାହାଯ୍ୟରେ ତିନି ମହଲା ବିଲ୍ଡିଂରୁ ଓହ୍ଲାଇ ଫେରାର ହୋଇଯାଇଥିବା ଜଣା ପଡିଥିଲା।ଏନେଇ ସ୍ବଧାର ଗୃହର ଅଧୀକ୍ଷକ ବିଦ୍ୟୁତପ୍ରଭା ନାୟକ ଗତ ୧ ତାରିଖରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ହେଲେ ନିଖୋଜ ଦୁଇ ଯୁବତୀଙ୍କୁ ଧରିବାରେ ପୁଲିସ୍ ବିଫଳ ହୋଇଥିବାରୁ ପୁଲିସର କଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ନିଖୋଜ ନାବାଳିକାର ମାଆ ଗତ ୩ ତାରିଖରେ ଝିଅକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ୩୨୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସୂଚନା ମୁତାବକ ଅଭିଯୁକ୍ତମାନେ ଏକ ଏଭେଞ୍ଚର ମୋଟର ସାଇକେଲରେ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗକୁ ଏହି ଯୁବତୀମାନଙ୍କୁ ନେଉଥିବା ପୁଲିସ ଖବର ପାଇଥିଲା । ପରେ ଟାଉନ ଥାନା ପୁଲିସ୍ ସେମାନଙ୍କୁ ପିଛା କରି ପଶ୍ଚିମବଙ୍ଗ ଯାଉଥିବା ରାସ୍ତାରେ ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାଶ ସୂଚନା ଦେଇଛନ୍ତି।

Mo sapath

Leave A Reply

Your email address will not be published.