Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଥ୍ୟା ଉତ୍ତର ପ୍ରସଙ୍ଗ

ବଡ଼ସାହି ବିଧାୟକଙ୍କ ବିଶେଷ ଅଧିକାର କ୍ଷୂର୍ଣ୍ଣ ପ୍ରସ୍ତାବ

0

ବାରିପଦା(ନିରପେକ୍ଷ ଖବର)ତା-୨୮/ନଭେମ୍ବର/୨୦୧୯-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ପ୍ରଦତ୍ତ ଉତ୍ତର ମିଥ୍ୟା ଜାଣି ବିଧାନସଭା ବାଚସ୍ପତିଙ୍କ ଜରିଆରେ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଶେଷ ଅଧିକାର କ୍ଷୂର୍ଣ୍ଣ ପ୍ରସ୍ତାବ(ପ୍ରିଭିଲେଜ ମୋସନ) ନୋଟିସ ଆଗତ କରିଛନ୍ତି। ବିଧାନସଭା ରେକର୍ଡ଼ରୁ ଉତ୍ତର ସମ୍ପର୍କିତ ତଥ୍ୟ ବାଦ ଦେବା ସାଙ୍ଗକୁ ସଠିକ ଉତ୍ତର ଲିପିବଦ୍ଧ ପୂର୍ବକ ତାଙ୍କୁ ପ୍ରଦାନ କରାଯାଉ ବୋଲି ସେ ବାଚସ୍ପତିଙ୍କୁ ଜଣାଇଥିବା ନେଇ ବିଧାୟକ ଶ୍ରୀ ବିଜୁଳି ଆମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି।ଶୀତକାଳୀନ ବିଧାନସଭାର ପ୍ରଶ୍ନକାଳ ସମୟରେ ବଡ଼ସାହି ବିଧାୟକ ସନାତନ ବିଜୁଳି ୨୮୦ନଂ ପ୍ରଶ୍ନରେ ଏହି ଡ଼ାକ୍ତରଖାନାର ବିଶେଷଜ୍ଞ ଡାକ୍ତରଙ୍କର ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ଉତ୍ତରରେ ୪ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି ବୋଲି ତଥ୍ୟ ପ୍ରଦାନକୁ ନେଇ ବିବାଦୀୟ ହୋଇଛନ୍ତି। ବଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ୩ଜଣ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି। ସମସ୍ତେ ନବାଗତ ଏମ୍‍.ବି.ବି.ଏସ୍‍ ଡାକ୍ତର ଏଠାରେକାର୍ଯ୍ୟକରୁଥିବା  ବେଳେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଡାକ୍ତର ସଞ୍ଜିବ କୁମାର ବଇତାଇ ଶାକୁଆ ପିଏଚସିରୁ ଡେପୁଟେସନରେ ଆସି ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏଠାରେ ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ମିଶାଇ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ, ଭେଷଜ ଏବଂ ଶଲ୍ୟ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୬ଜଣ ଡାକ୍ତର ରହିବା କଥା। କିନ୍ତୁ ଏଠାରେ ଜୁନ ୨୦୧୩ ରୁ ଭେଷଜ, ଏପ୍ରିଲ ୨୦୧୫ ରୁ ଶିଶୁ ରୋଗ, ଜୁନ ୨୦୧୫ ରୁ ଶଲ୍ୟ ବିଶେଷଜ୍ଞ ଓ ଅଗଷ୍ଟ ୨୦୧୬ ରୁ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡ଼ାକ୍ତର ପଦବୀ ଖାଲି ରହିଛି।ରୋଗୀକଲ୍ୟାଣ ସମିତି ସଦସ୍ୟ ରାଜେନ୍ଦ୍ର କୁମାର ଜେନା ମଧ୍ୟ ମନ୍ତ୍ରୀଙ୍କ ମିଥ୍ୟା ଉତ୍ତରକୁ ସମାଲୋଚନା କରି ବିଧାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସୂଚନାଅନୁଯାୟୀ ବଡ଼ସାହି ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଗୁଣନିଧି ମହାନ୍ତି, ମନୋରଞ୍ଜନ ବଳା, ଶଶାଙ୍କ ଶେଖର କର, ଖଗେଶ୍ୱର ନାୟକ, ଶ୍ରୀଧର ବାରିକ, ବିହାରୀ ଲାଲ ବେହେରା ପ୍ରମୁଖ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ପୂର୍ବକ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ମାନ୍ୟବର ସରକାରଙ୍କ 5ଟି ସ୍ୱଚ୍ଛ ଶାସନ, ବିଭାଗ ମଧ୍ୟରେ ଥିବା ସ୍ୱଚ୍ଛତା ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତିରୁ ସ୍ପଷ୍ଟ ହେଉଛି ବୋଲି ମଧ୍ୟ ଉକ୍ତ ପତ୍ରରେ ସାମିଲ ରହିଛି । ତେବେ ଅଞ୍ଚଳବାସୀଙ୍କ ତଥା ବୁଦ୍ଧିଜୀବୀଙ୍କ ବହୁଦିନର ଦାବି ଓ ସମସ୍ୟାକୁ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରିବାକୁ ମଧ୍ୟ ଦାବି ରହିଛି ।

Mo sapath

Leave A Reply

Your email address will not be published.