ବାରିପଦା(ନିରପେକ୍ଷ ଖବର)ତା-୧୦/ଅକ୍ଟୋବର/୨୦୧୯: ସତରେ କଣ ମାନବିକତା ହଜିଯାଇଛି। ଆଉ କଣ ମଣିଷ ପଣିଆ ଦେଖାଯାଉନି ..?। ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନ ଭିତରେ ଉଙ୍କି ମାରିବ। ଏମିତି ଏକ ନିଷ୍ଠୁର ଓ ହୃଦୟ ବିଦାରକ ଘଟଣା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦେଖିବାକୁ ମିଳିଛି। ଚିକିତ୍ସା ସୁବିଧା ନପାଇ ଜଣେ ଅଜଣା ଓ ଅଚିହ୍ନା ଲୋକ ହସ୍ପିଟାଲ ବାରଣ୍ଡାରେ ପଡି ରହିଥିଲେ ମଧ୍ୟ ତାର ଚିକିତ୍ସା କରାଇବା ପାଇଁ କେହିବି ଜଣେ ଆସିନଥିଲେ। ହସ୍ପିଟାଲ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ତାର ମୁର୍ତ୍ୟୁ ଘଟିଛି। ଘଟଣାଟି ଥିଲା ଏମିତି, ଦୀର୍ଘ ସମୟ ଧରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲର ପୁରୁଷ ମେଡ଼ିସିନ ୱାର୍ଡ ସମ୍ମୁଖରେ ଦୀର୍ଘ ସମୟ ଧରି ପଡିରହିଥିଲେ ଜଣେ ଅଜଣା ଲୋକ। ଡାକ୍ତର ଠାରୁ ଆରମ୍ଭ କରି ସହ ସହ ଲୋକ ସେହି ବାଟେ ଯିବାଆସିବା କରୁଥିଲେ ମଧ୍ୟ ମେଡିକାଲ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଅଜଣା ଲୋକଟିକୁ ସହାୟତ କରିବାକୁ କେହି ହାତ ବଢ଼ାଇ ନଥିଲେ। ଲୋକଙ୍କ କହିବା ଅନୁଯାଇ ଦୁଇ ଦିନ ଧରି ଅଜଣା ବ୍ୟକ୍ତି ଜଣକ ନିଶ୍ଚଳ ଭାବେ ହସ୍ପିଟାଲ ବାରଣ୍ଡାରେ ପଡିରହିଥିଲେ। ତେବେ ଗୁରୁବାର ସନ୍ଧ୍ୟାରେ ଏହି ଅଜଣା ଲୋକଟି ମେଡିକାଲ ସମ୍ମୁଖରେ ପଡିରହିଥିବା ମେଡିକାଲ ଓ ଫାଣ୍ଡି କର୍ତ୍ତୃପକ୍ଷ ଜାଣିବାକୁ ପାଇବା ପରେ ଏହି ବ୍ୟକ୍ତି ଜଣଙ୍କର ମୁର୍ତ୍ୟୁ ଘଟିସାରିଥିଲା। ମୁର୍ତ୍ୟୁ ବ୍ୟକ୍ତଙ୍କ ପରିଚୟ ମିଳିନଥିବାରୁ ହସ୍ପିଟାଲରେ ଥିବା ଶବ ଗୃହରେ ରଖାଯାଇଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]