Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଶାରଦୀୟ ଦୁର୍ଗାପୂଜାରେ ବାରିପଦା ସହର ଉତ୍ସବ ମୁଖର….

ସହରରେ ୨୬ଟି ମଣ୍ଡପରେ ପୂଜା ପାଉଛନ୍ତି 'ମା'....

0

ବାରିପଦା(ନିରପେକ୍ଷ ଖବର)ତା-୬/ଅକ୍ଟୋବର/୨୦୧୯-ଏହି ପାର୍ବଣ ଋତୁ ରେ ଧରା ଧାମରେ ବିଜେ କରିଛନ୍ତି ମା ଦଶଭୁଜା। ମାଆଙ୍କର ଆଶ୍ରିବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଲଗାଇଛନ୍ତି। ଧରାପୃଷ୍ଠରେ ଅବତରଣ କରିଥିବା କରୁନାମୟୀ ମାଆଙ୍କୁ ସହର ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ମାନେ ସୁନା, ରୁପା, ଚାନ୍ଦିରେ ସଜେଇ ଦେଇଛନ୍ତି। ମାଆଙ୍କର ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ଏନେଇ ଚଳ ଚଞ୍ଚଳ ହୋଇଉଠିଛି ବାରିପଦା ସହର ସମେତ ସମଗ୍ର ରାଜ୍ୟ। ଭଳିକି ଭଳି ତୋରଣ ଓ ସାଜସଜ୍ଜା ରେ ଝଲସି ଉଠୁଛି ପୂଜା ସ୍ଥଳୀମାନ। ସହର ମଧ୍ୟରେ ଥିବା ପାଲବଣି,ତୁଳସୀଚଉରା,ଦାରୋଗାଡ଼ାହି ଗୋଲେଇ, ବଡ଼ବଜାର ଏମିତି କରି ସହର ରେ ୨୬ଟି ପୂଜା ପେଣ୍ଡାଲରେ ମାଆ ଦୁର୍ଗା ପୂଜା ପାଉଛନ୍ତି। ପୂଜା ମଣ୍ଡପରେ ୫ ଦିନ ଧରି ମା’ ଦୁର୍ଗାଙ୍କୁ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଷଷ୍ଠୀରେ ବିବରଣ, ସପ୍ତମୀରେ ପାରମ୍ପରିକ ବାଦ୍ୟଯନ୍ତ୍ରରେ ଘଟ ସ୍ଥାପନ କରାଯାଇଥିଲା। ଏହାପରେ ବିଧି ଅନୁଯାଇ ଆଜି ବେଦଜ୍ଞ ବ୍ରାହ୍ମଣମାନଙ୍କ ଦ୍ଵାରା ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।ସୋମବାର ମାଆଙ୍କର ନବମୀ ପୂଜା ଓ ମଙ୍ଗଳବାର ଦଶମୀ ପୂଜା ଅନୁଷ୍ଠିତ ହେବ। ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଅଷ୍ଟମୀ, ନବମୀ ଓ
ଦଶମୀ ତିନି ଦିନ ବ୍ୟାପି ପ୍ରତ୍ୟହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ ପାଇଁ ନବମୀରେ ବହୁ ନାମୀ ଦାମୀ କଳାକାରଙ୍କ ଦ୍ବାରା ମେଲୋଡ଼ି ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଦଶହରା ପରଦିନ ଡିଜେ, ଡାକ, ଧୁମସା, ସିଂ ବାଜା ଓ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଶୋଭାଯାତ୍ରାରେ ମା’ଦୁର୍ଗାଙ୍କର ଭସାଣି ଉତ୍ସବ ଅନୁଷ୍ଠିତ  ହେବ।

Mo sapath

Leave A Reply

Your email address will not be published.