ବାରିପଦା (ନିରପେକ୍ଷ ଖବର)ତା୨/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୋଲିସ ର ନିଷ୍କ୍ରିୟତା ପଦା ରେ ପଡିଛି।ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି।ପୋଲିସ ର ଦାୟିତ୍ୱ ହୀନତା ଓ ଅବହେଳା ପାଇଁ ବାରମ୍ବାର ମୟୁରଭଞ୍ଜ ଜିଲ୍ଲାରେ ଏଭଳି ସମସ୍ୟା ଦେଖା ଯାଉଥିଲେ ମଧ୍ୟ ପୋଲିସ ବିଭାଗ ହାତ ଯୋଡି ବସି ରହୁଥିଲା। କେତେବେଳେ ଥାନାକୁ ଆସୁଥିବା ଅଭିଯୋଗ କାରୀ ଙ୍କୁ ଦୁର୍ବ୍ୟବହାର କରା ଯାଉଥିଲା ତ ଆଉ କେତେବେଳେ ସୁରକ୍ଷାକର୍ମୀ ମଦ ପିଇ ଉନ୍ମୁକ୍ତ କାଣ୍ଡ ଘଟାଉଥିଲେ।ତେବେ ମୁଖ୍ୟମନ୍ତ୍ରୀ ଙ୍କ ‘ମୋ ସରକାର’ ଯୋଜନା ଆରମ୍ଭ ହେବା ପରେ ମୟୁରଭଞ୍ଜ ଜିଲ୍ଲାର ପୋଲିସ ତତ୍ପର ହୋଇଉଠିଛି।କିଛି ଦିନ ତଳେ ଜଣେ ମଦୁଆ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଗତକାଲି ଜଣେ ଅଭିଯୁକ୍ତ ବାରିପଦା ଟାଉନ ଥାନା ରୁ ଫେରାର ହେବା ଘଟଣାରେ ଦାୟିତ୍ୱ ରେ ଥିବା ୨ କନେଷ୍ଟବଳ ଙ୍କୁ ନିଲମ୍ବିତ କରିଯାଇଛି।ପୋଲିସଙ୍କ ହେପାଜତ ମଧ୍ୟରେ ଥିବା ଜଣେ ଅଭିଯୁକ୍ତ କିପରି ଫେରାର ହେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଟାଉନ ଥାନାର ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତ ରବିବାର ଚମ୍ପଟ ମାରିଥିଲେ। ତେବେ ଏହି ଘଟଣା ପରେ ନିଜ ଦାୟିତ୍ୱରେ ଅବହେଳା କରିଥିବା ୨ କନ୍ଷ୍ଟେବଳଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ କାର୍ଯ୍ୟରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବିତ କନ୍ଷ୍ଟେବଳ ଦ୍ୱୟ ହେଲେ ଚିନ୍ମୟ ସାହୁ ଓ ମନ୍ଦାକିନୀ ବେହେରା।
ସୂଚନାଯୋଗ୍ୟ ଯେ,ବାରିପଦା ଟାଉନ ଥାନାରେ ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିଲା। ତେବେ ସବୁବେଳେ ବ୍ୟସ୍ତ ବହୁଳ ରହୁଥିବା ବାରିପଦା ଟାଉନ ଥାନାର କର୍ମଚାରୀ ଓ ଅଧିକାରୀଙ୍କୁ ଚକମା ଦେଖାଇ ରବିବାର ଅପରାହ୍ନ ୨ ଟା ବେଳେ ଅଭିଯୁକ୍ତ ଜଣକ ପୋଲିସ ହେପାଜତରୁ ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Next Post