Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଜଙ୍ଗଲ ସୁରକ୍ଷା କମିଟି ର ସଭାପତି କୁ ଜଙ୍ଗଲରେ ଦଳିଦେଲା ଦନ୍ଥା।

0

ବାରିପଦା(ନିରପେକ୍ଷ ଖବର)ତା ୧/ଅକ୍ଟୋବର/୨୦୧୯:ମୟୁରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦାନ୍ତୀଆମୁହାଁ ଗ୍ରାମପଞ୍ଚାୟତ ର ମାଛୁଆ ଜଙ୍ଗଲ ରେ ଦନ୍ଥା ହାତୀ ଆକ୍ରମଣରେ ଜାମୁଗଧା ଗାଁର ଗଜେନ୍ଦ୍ର ମହାନ୍ଥ ଙ୍କ ମୃତ୍ୟୁ ହୋଇଛି। ମୃତବୃଦ୍ଧ ଗଜେନ୍ଦ୍ର ମହାନ୍ତଙ୍କର ବୟସ ୭୫ ବର୍ଷ ବୋଲି ଜଣାଯାଇଛି।ଗଜେନ୍ଦ୍ର ଜଙ୍ଗଲ ସୁରକ୍ଷା କମିଟି ର ସଭାପତି ଥୁବା ବେଳେ ମାଛୁଆ ଜଙ୍ଗଲ ଦେଇ ନିଜ ଚାଷ ଜମି କୁ ଯିବା ସମୟରେ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ସୂଚନାପାଇ ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ତେବେ ଗଜେନ୍ଦ୍ର ଜଙ୍କଲ ପାଇଁ କାମ କରୁଥିବାରୁ ତାଙ୍କ ପୁଅକୁ ବନବିଭାଗ ରେ ଚାକିରୀ ପାଇଁ ଦାବି କରିଥଲେ ଗାମବାସୀ। ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ ପୁଅକୁ ବନ ବିଭାଗ ଚାକରି ପ୍ରତିସୃତି ନ ଦେଲେ ଶବ ଉଠେଇବାପାଇଁ ଦେଇ ନ ଥିଲେ ଗ୍ରାମବାସୀ।ଏ ନେଇ କିଛି ସମୟ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ତେବେ ମୃତ ଗଜେନ୍ଦ୍ର ଙ୍କ ପୁଅକୁ ବନବିଭାଗ ଦୈନିକ ମଜୁରୀ ରେ ଠିକା ନିଯୁକ୍ତି ଓ ମୃତକ ଙ୍କ ପରିବାର କୁ ନିୟମ ଅନୁଯାୟୀ ୪ ଲକ୍ଷ କ୍ଷତିପୂରଣ ପ୍ରତିଶ୍ରୁତି ଦେବାପରେ ଶବ ବ୍ୟବଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମ୍ ମେଡିକାଲ କଲେଜ କୁ ପଠାଯାଇଛି।ଏହି ଅଞ୍ଚଳରେ ବହୁସଂଖ୍ୟକ ହାତୀ ରହିଛନ୍ତି। ବନ ବିଭାଗର ଚେଷ୍ଟା କରି ବି ସେମାନଙ୍କୁ ଘଉଡ଼ାଇ ପାରୁ ନାହାନ୍ତି ବୋଲି କୁହାଯାଉଛି। ତେଣେ ଲୋକେ ବି ସଚେତନ ହେଉ ନଥିବା ହେତୁ ଏଭଳି ଘଟଣା ଘଟୁଥିବା କୁହାଯାଉଛି।ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଂଚଳରେ ଗତ ୧୫ ଦିନ ହେଲାଣି ୧୩ଟି ଶିମିଳିପାଳ ହାତୀ ଆଡ଼୍ଡା ଜମାଇଛନ୍ତି। ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତର କନ୍ଦଳିଆ,ଶୁଆପାଟ ଓ ଧୋବଣୀଶୋଳ ଫଚାୟତର ଟୁଲିଆପାହାଡରେ ହାତୀଗୁଡ଼ିକ ଦିନବେଳେ ରହୁଥିବା ବେଳେ ରାତି ହେଲେ ଉତ୍ପାତ ଆରମ୍ଭ କରୁଛନ୍ତି

Mo sapath

Leave A Reply

Your email address will not be published.