[pj-news-ticker]

ମାସା ଆର୍ମି ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାମିଲ ହେଲା ସାନ୍ତାଳୀ ସାହିତ୍ୟ

0

ବାରିପଦା(ନିରପେକ୍ଷ ଖବର)ତା-୫/ସେପ୍ଟେମ୍ବର/୨୦୧୯: ସ୍ଥାନୀୟ ନଳଗଜାସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସମେତ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ସାହିତ୍ୟକୁ ଯୁକ୍ତ ତିନି ପାଠ୍ୟକ୍ରମ ସିଲାବସରେ ସାମିଲ୍ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ୍ ମାରାଣ୍ଡିଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ଚଳିତ ବର୍ଷ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ସାନ୍ତାଳୀ ସାହିତ୍ୟକୁ ସାମିଲ କରିବା ପାଇଁ ଶ୍ରୀ ମାରାଣ୍ଡୀଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତାମାନେ ଗତ ସୋମବାର ଦିନ ଉତ୍ତର ଓଡ଼ିଶା ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀଧର ଗିରିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମାସା ଆର୍ମିର ଅଭିଯୋଗକୁ ଭିତି କରି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାନ୍ତାଳୀ ସାହିତ୍ୟକୁ ଚଳିତ ବର୍ଷ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ସିଲାବସରେ ସାମିଲ କରିଥିବା ଜଣାପଡ଼ିଛି। ଦାବିପତ୍ର ଦେବା ସମୟରେ ମାସା ଆର୍ମୀର ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି, ମୋରଡା ବ୍ଲକ ସଭାପତି ବିଜେନ୍ଦ୍ର ମାରାଣ୍ଡି, ମାକାନ ମୁର୍ମ, ଫାଗୁ କିୟୁ, ସଂଜୀବ ହାଁସଦା, ସିଦ ହେମ୍ବ, ସୋମନାଥ ମୁର୍ମୁ, ସୁନିଲ୍ ସୋରେନ୍‌, ମାର୍ଶାଲ୍ ମାରାଣ୍ଡି, ଦୀପକ ଟୁଡୁ, ସୁଦର୍ଶନ ସରେନ୍, ସାଇମନ୍ ହେମ୍ବ, କୁଶ ଟୁଡୁ, ଲକ୍ଷ୍ମୀକାନ୍ତ ବାସ୍ତେ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.