ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯-ହାତରେ ଜୋତା ଧରି ଖାଲି ପାଦରେ ଚାଲି ଚାଲି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଡ଼ିଓ। ବନ୍ୟାର ତାଣ୍ଡବରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମାଟ ବାନ୍ଧି ଘରେ ବନ୍ୟା ଜଳ ପସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗାଁରେ ସରକାରୀ ସାହାଯ୍ୟ ପହଁଚି ପାରୁନଥିଲା। ଏନେଇ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଖବର ପାଇ ସ୍ଥାନୀୟ ବିଡ଼ିଓ ଘଟଣାସ୍ଥଳରେ ପହଁଚିବାରୁ ଉତ୍ତ୍ୟକ୍ତ ମହିଳାମାନେ ସମ୍ପୃକ୍ତ ବିଡ଼ିଓଙ୍କୁ ଗାଁ ରାସ୍ତାରେ ବୁଲାଇ ବନ୍ୟାର ତାଣ୍ଡବ ଦେଖାଇଥିଲେ। ସୂଚନା ମୁତାବକ ଲଗାଣ ବର୍ଷା ତଥା ଲଘୁଚାପ ଯୋଗୁଁ ସାରସକଣା ବ୍ଲକର ମୁଣ୍ଢାକଟା ଏବଂ ନୂଆଗାଁ ଗ୍ରାମର ଅଧିକାଂଶ ଘରେ ଗତ ୨/୩ ଦିନ ଧରି ପାଣି ଜମା ହୋଇ ରହିଥିଲା। ଫଳରେ ଏହାର ପ୍ରତିକାର ପାଇଁ ସୋମବାର ଗ୍ରାମର ମହିଳାମାନେ ବ୍ଲକ ସାମନାରେ ଧାରଣରେ ବସିଥିଲେ । ସାରସକଣା ବିଡିଓ ସୁନାକର ଶର୍ମା ଆସି ବ୍ଲକ କାର୍ଯ୍ୟାଳରେ ପହଂଚିବା ପରେ ମହିଳାମାନେ ବିଡିଓଙ୍କୁ ଭିତରକୁ ଯିବାକୁ ନଦେଇ ମୁଣ୍ଢାକଟା ଏବଂ ନୂଆଗାଁ ଗ୍ରାମକୁ ରାସ୍ତାରେ ଚଲାଇଚଲାଇ ନେଇଯାଇଥିଲେ । ରାସ୍ତାରେ ପାଣି ଜମା ହୋଇଥିବାରୁ ବିଡିଓ ମହୋଦୟ ନିଜ ଜୋତାକୁ ଧରି ପାଣି ପାରି ହୋଇ ବନ୍ୟା ଦ୍ୱାରା ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟାକୁ ଦେଖିଥିଲେ । ରିଲିଫ ସାମଗ୍ରୀ ଯୋଗାଣ, କ୍ଷୟକ୍ଷତିର ହିସାବ କରାଯାଇ ସମସ୍ୟାର ସମାଧାନର ପ୍ରତିଶୃତି ଦେବା ପରେ ମହିଳାମାନେ ବିଡିଓଙ୍କୁ ସେଠାରୁ ଯିବାକୁ ଅନୁମତି ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
[pj-news-ticker]