[pj-news-ticker]

ପାଇଖାନା ସମ୍ବୁଖରେ ଚିକିତ୍ସିତ ହେଉଛନ୍ତି ରୋଗୀ….

ପୁରୀ ଜିଲ୍ଲାରେ ବିଗିଡି ଯାଇଛି ସ୍ୱାସ୍ଥ୍ୟସେବା....

0

ପୁରୀ:(ନିରପେକ୍ଷ ଖବର):୩୧-୭-୧୯: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହେଉଛନ୍ତି ହନ୍ତସନ୍ତ। ଏପରିକି ମେଡିକାଲରେ ଥିବା ପାଇଖାନ ନିକଟରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ପାଇଖାନାର ମଳମୂତ୍ର ଗନ୍ଧରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ବୁଖିନ ହେଉଛନ୍ତି। ଫଳରେ ରୋଗୀ ଆରୋଗ୍ୟ ହେବା ବଦଳରେ ତାର ସ୍ୱାସ୍ଥ୍ୟବସ୍ତା ବିଗିଡି ଯାଉଥିବା ଅଭିଯୋଗ ହେଉଛି। ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଉତ୍ତମ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ମେଡିକାଲରେ ଚିକିତ୍ସା ବ୍ୟବସ୍ଥା କେମିତି ଚାଲିଛି ତାର ଅନୁଧ୍ୟାନ କରିବା ପାଇଁ ଆମ ପ୍ରତିନିଧି ପହଂଚିଥିଲେ ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁ ୱାର୍ଡରେ। ସେଠାରେ ଜଣେ ମହିଳା ତାଙ୍କର ଦୁଇଟି ସନ୍ତାନର ଚିକିତ୍ସା କରାଇବା ପାଇଁ ଆଣିଥିଲେ।କିନ୍ତୁ ଦୁଃଖର ବିଷୟ ଯେ, ଜ୍ଵରରେ କମ୍ପୁଥିବା ଦୁଇ ଶିଶୁଙ୍କର ଚିକିତ୍ସା ହେବା ପାଇଁ  ବେଡ୍ ମିଳିନଥିଲା। ସେମାନଙ୍କୁ ମେଡିକାଲ୍ ବାରଣ୍ଡାରେ ଶୋଇବାକୁ ପଡ଼ିଥିଲା । ଫଳରେ ଶିଶୁ ୱାର୍ଡ ରେ ଥିବା ଶୌଚାଳୟ ସମ୍ବୁଖରେ ରଖାଯାଇ ଦୁର୍ଗନ୍ଧ ପରିବେଶ ମଧରେ ସେମାନଙ୍କର ଚିକିତ୍ସା କରାଯାଇଥିଲା। ମେଡିକାଲରେ ରୋଗୀ ଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ରାଜ୍ୟ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ସମସ୍ତେ ନାରା ଦେଉଛନ୍ତି। ହେଲେ ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଦେଖିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର ବାସ୍ତବ ଚିତ୍ର ପଦାରେ ପଡିଯିବ।

Leave A Reply

Your email address will not be published.