Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

୫‘ଟି’ ସୂତ୍ରର ଆଧାରରେ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ବିକାଶର ଭୂଖଣ୍ଡରେ ପରିଣତ କରିବା:ମନ୍ତ୍ରୀ ଡ. ସାହୁଙ୍କ ଆହ୍ୱାନ

0

ଭୁବନେଶ୍ୱର,ନିରପେକ୍ଷ ଖବର:୨୬ ଜୁଲାଇ, ୨୦୧୯
କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ଅନେକଗୁଡ଼ିଏ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଥିବାବେଳେ ଏହିସବୁ ଯୋଜନାର ସଫଳ ରୂପାୟନ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶତପ୍ରତିଶତ ଯୋଗଦାନ କରିବା ଦିଗରେ ବ୍ରତୀ
ହେବା ଆବଶ୍ୟକ । କୃଷି ବିଭାଗର ସର୍ବୋଚ୍ଚ ସ୍ତରରୁ ସର୍ବନିମ୍ନ ସ୍ତରର କର୍ମଚାରୀମାନଙ୍କର ଏହା ଏକମାତ୍ର ପ୍ରାଥମିକତା ହେବା ଉଚିତ ବୋଲି କୃଷି ଓ କୃଷିକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ପୂର୍ବାହ୍ନରେ କୃଷି ଭବନଠାରେ ମନ୍ତ୍ରୀ ଡ. ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଏକ ନିଆରା ଢଙ୍ଗରେ ମତବିନିମୟ କରି କହିଲେ ରାଜ୍ୟରେ କୃଷିର ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ଓଡ଼ିଶା ଆଉ ପୂର୍ବର ଭୋକର ଭୂଗୋଳ ହୋଇ ରହିନାହିଁ । ବିକାଶର ଭୂଖଣ୍ଡ ପାଲଟିଛି ଏବଂ ରାଜ୍ୟ ବର୍ତ୍ତମାନ ବିକାଶ ପର୍ବରୁ ମହାବିକାଶର ପର୍ବକୁ ଗତି କରୁଛି । ରାଜ୍ୟରେ ଏକ ସୁଶାସନ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରର ଆଧାରରେ ସମସ୍ତ କାର୍ଯ୍ୟକରି କୃଷି କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଆଣିବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେଇଥିଲେ । ୫‘ଟି’ ସୂତ୍ରକୁ ଆଦର୍ଶ କରି ନିଜ ବିଭାଗର କର୍ମଚାରୀମାନଙ୍କ ସହିତ ମିଶି କାର୍ଯ୍ୟକରିବା ସହିତ ଅନ୍ୟ
ବିଭାଗ ସହିତ ସମନ୍ୱୟ ରଖିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଆପଣେଇବା ଦ୍ୱାରା ଅନେକ କାର୍ଯ୍ୟ ସହଜ ଓ ଶୀଘ୍ର ହୋଇପାରୁଛି । କୃଷକମାନଙ୍କର ପରିଶ୍ରମ, ନିଷ୍ଠା ଓ ତ୍ୟାଗକୁ ହୃଦୟଙ୍ଗମ କରିବା ସହିତ ନିଜ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କୃଷି ଓ କୃଷକମାନଙ୍କ ନିମନ୍ତେ ପ୍ରଣୟନ କରାଯାଇଥିବା ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ପ୍ରେରଣା ଦେଇଥିଲେ । ଏଥି ସହିତ ପ୍ରତ୍ୟେକ ଯୋଜନା ଓ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ଚତୁର୍ଥ ‘ଟି’ ସମୟ(ଟାଇମ୍‌) ଉପରେ ଗୁରୁତ୍ୱ ଦେଇଥିଲେ । ଏହା ଦ୍ୱାରା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ (ଟ୍ରାନ୍ସଫରମେସନ୍‌) ଆସିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ୨୦୦୦ ମସିହାଠାରୁ ଓଡ଼ିଶାରେ କୃଷି ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ରେ ଖାଦ୍ୟଶସ୍ୟ ଉତ୍ପାଦନ ୫୫ ଲକ୍ଷ ମେଟି୍ରକ୍‌ ଟନ ଥିବାବେଳେ ଏହା ସର୍ବାଧିକ ୧୧୮ ଲକ୍ଷ ମେଟି୍ରକ୍‌ ଟନ୍‌ରେ ପହଞ୍ଚିପାରିଛି । ଓଡ଼ିଶା ୫ ଥର କୃଷିକର୍ମଣ ପୁରସ୍କାର ଲାଭ କରିଛି । ସେହିପରି ପନିପରିବା, ମାଛ, ମାଂସ,ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇ ଓଡ଼ିଶା ସ୍ୱାବଲମ୍ବୀ ହୋଇପାରିଛି । ସଂପ୍ରତି ପାଣିପାଗର ପରିବର୍ତ୍ତନ ଯୋଗୁଁ ପାରମ୍ପାରିକ ଚାଷ ବଦଳରେ ଅର୍ଥକାରୀ ଓ ଅନ୍ୟ ଫସଲ ନିମନ୍ତେ କୃଷକମାନଙ୍କୁ ପ୍ରଭାବିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କୃଷି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ କୃଷକର ଆୟ ବୃଦ୍ଧି କରିବା ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଏକ କି୍ରୟାଶୀଳ କୃଷିନୀତି ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୫‘ଟି’ ସୂତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ ଓ କୃଷକମାନେ ବହୁଳ ଭାବେ ଉପକୃତ
ହୋଇପାରିବେ ।

Mo sapath

Leave A Reply

Your email address will not be published.