ନିରପେକ୍ଷ ଖବର(ବାରିପଦା)ତା୨୬/ଜୁଲାଇ/ ୨୦୧୯: ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଲେଖାଏଁ ବର୍ଷା ପାଣି । ବର୍ଷା ଦିନରେ ରାସ୍ତାରେ ଯିବାଆସିବା କରିବା ସମ୍ଭବପର ହେଉନି। ଏପରିକି ରୋଗୀ ଯିବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ନୁହେଁ। ଏହା ହେଉଛି ବାରିପଦା ପୌରପରିଷଦ ଅନ୍ତର୍ଗତ ଥିବା ୩ ନମ୍ବର ୱାର୍ଡ ଶନି ମନ୍ଦିର ଦେଇ ଯାଇଥିବା ୱାଲିଗଞ୍ଜ ଅଞ୍ଚଳକୁ ରାସ୍ତା।ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବାଘରାରୋଡ ସ୍ଥିତ ଲଭେଲ କ୍ରସିଂରୁ ୱାଲିଗଞ୍ଜକୁ ଯିବା ପାଇଁ ଏକ ସ୍ଥାୟୀ ରାସ୍ତା ଟିଏ ନିର୍ମାଣ ହୋଇପାରିଲା ନାହିଁ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୮ରୁ ୧୦ ପରିବାରର ଲୋକମାନେ ଟ୍ରେନ୍ ଲାଇନ୍ କଡ ଦେଇ ଯାଇଥିବା ମାଟି ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି । ୨୦୧୮ ମସିହାରେ ଏହି ରାସ୍ତା ବାରିପଦା ପୌରପରିଷଦ ପକ୍ଷରୁ ଉନ୍ନତି ଯୋଜନା ଅଧିନରେ ସହରର ଟ୍ରେନ୍ ଲାଇନ ପାଣି ନିଷ୍କାସନ ପାଇଁ ଏକ ନାଳ ଏବଂ ଆଡିବନ୍ଧ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ନାଳଟି ଅଧାବାଟରେ ଅଟକି ରହିଥିବାରୁ ବର୍ଷାଦିନ ଆସିଗଲେ ଡ୍ରେନ୍ ପାଣି ରାସ୍ତାରେ ଭାସୁଛି । ଯାହାଫଳରେ ପାଣି ମାଡରେ ଦିନକୁ ଦିନ ରାସ୍ତାର ମାଟି ଧୋଇ ହୋଇ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି । ଏନେଇ ୱାଲିଗଞ୍ଜ ବାସିନ୍ଦା ବିଭିନ୍ନ ସମୟରେ କାଉନ୍ସିଲରଙ୍କ ଠାରୁ ଆରମ୍ଭ କରି ବାରିପଦା ପୌରପରିଷଦର
ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଅଞ୍ଚଳକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ପୌରପରିଷଦର ନିର୍ବାହୀ ଯନ୍ତ୍ରୀଙ୍କୁ ୱାଲିଗଞ୍ଜବାସୀ ପୁଣି ଥରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାମୁତାବକ ବାରିପଦା ପୌରପାଳିକା ପକ୍ଷରୁ ଗତବର୍ଷ ଏପ୍ରିଲ ମାସରେ ନାଳ ଓ ଆଡିବନ୍ଧ ନିର୍ମାଣ ପାଇଁ ୫ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର ଏହାକୁ ନିର୍ମାଣ କରୁଥିବା ଠିକାଦାର ବାବୁ ଜଣଙ୍କ ୱାଲିଗଞ୍ଜକୁ ଯୋଗାଯୋଗ କରୁଥିବା ମାଟି ରାସ୍ତା ପାଖରେ ନାଳଟିକୁ ଛାଡି ଦେଇଛନ୍ତି । ଫଳରେ ବର୍ଷାଦିନରେ ଏହି ନାଳରେ ବହୁତ ପରିମାଣର ପାଣି ଢେଉ ଖେଳି ରାସ୍ତାରେ ପଶି ଲହଡି ଭାଙ୍ଗୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦାବିପତ୍ର ଦେବା ସମୟରେ ସଞ୍ଜୟବାରିକ୍ ,ଦେବବ୍ରତ ପ୍ରଧାନ, ଲକ୍ଷ୍ମଣ ଘଢେଇ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post