Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ବାଇକରେ ଲିଫ୍ଟ ଦେବା ବାହାନାରେ ଜଂଗଲରେ ଯୁବତୀକୁ ବଳାତ୍କାର…

ଆସାମୀକୁ ୭ ବର୍ଷ ଜେଲ ଦଣ୍ଡ ସହିତ, ୫ ହଜାର ଟଙ୍କା ଜୋରିମାନା...

0

ବାରିପଦା,ନିରପେକ୍ଷ ଖବର:୨୪/୦୭/୨୦୧୯: ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଯୁବତୀକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଶାନ୍ତନୁ କୁମାର ଦାସ । ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ବାରିପଦା ମଣ୍ଡଳ କାରଗାରକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ ହେଲେ ମୋରଡା ଅଞ୍ଚଳର ସଞ୍ଚିତ କୁମାର ଜେନା | କୋର୍ଟରୁ ମିଳିଥିବା ସୂଚନା ମୁତାବକ ୨୦୧୭ ମସିହା ଡିସେମ୍ବର ୨୫ ତାରିଖରେ ଜଣେ ୨୩ ବର୍ଷୀୟ ଯୁବତୀ ନିଜ ଘର ମୋରଡାକୁ ଯିବା ପାଇଁ ବାରିପଦା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲା । ଠିକ୍ ଏହି ସମୟରେ ଜଣେ ଅଚିହ୍ନା ଯୁବକ ସଞ୍ଜିତ କୁମାର ଜେନା ବାଇକରେ ତାକୁ ଲିଫ୍ଟ ଦେଇ ଘର ପାଖରେ ଛାଡି ଦେବ ବୋଲି କହିଥିଲା। ଯୁବତୀ ଜଣଙ୍କ ତାକୁ ବିଶ୍ୱାସ କରି ବାଇକରେ ଯାଇଥିଲେ । ରାସ୍ତାରେ ଯାଉଥିବା ବେଳେ ଅଧାବାଟରେ ସେ ଏମ୍‌ଭିଆଇ ଚେକିଂ ହାବୁଡ଼ରେ ପଡ଼ିଥିଲେ। ମେଡିକାଲକୁ ଯାଉଥିବା କହି ସଞ୍ଜିତ ଏମଭିଆଇ କବଳରୁ ଖସି ଆସି ବାଲିଆଶୁଳୀ ଜଙ୍ଗଲ ମଧକୁ ବାଇକ ନେଇଯାଇଥିଲା । ଜଙ୍ଗଲ ଭିତରେ ଯୁବତୀକୁ ଭୁଜାଲି ଦେଖାଇ ଜୋରଜବରଦସ୍ତ ବଳାତ୍କାର କରି ଯୁବତୀଙ୍କ ଭେନିଟିରେ ଥିବା ସୁନାଗହଣା ,ଟଙ୍କା ପଇସା ସବୁ ଛଡାଇ ନେଇ ଚମ୍ପଟ ମାରିଥିଲା । ଯୁବତୀ ଜଣଙ୍କର ଚେତା ଫେରିବା ପରେ ଜଙ୍ଗଲ ବାହାରକୁ ଆସି ପରିବାର ଲୋକଙ୍କୁ ଫୋନ କରିଥିଲା । ମାନସିକ ଯନ୍ତ୍ରଣାରେ ଯୁବତୀ ଜଣଙ୍କ ରହିଥିବାରୁ ଏନେଇ ୨୦୧୮ ମସିହା ଜାନୁଆରୀ ୪ ତାରିଖରେ ମୋରଡା ଥାନାରେ ଏତଲା ଦେଇଥିଲେ । ଏତଲା ମୁଳେ ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ଅନୁସନ୍ଧାନ କରି ଏମଭିଆଇ ତାଲିକାରେ ଥିବା ଗାଡି ନମ୍ବରକୁ ରୁଜୁ କରି ଆସାମୀ ପାଖରେ ପହଞ୍ଚିବାରେ
ସକ୍ଷମ ହୋଇଥିଲା । ଘରେ ଥିବା ବେଳେ ଆସାମୀ ସଞ୍ଜିତ କୁମାର ଜେନାକୁ ଗିରଫ କରି ପୁଲିସ୍ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଥିଲା । ବୁଧବାର ଏହି ମାମଲାର ଶୁଣାଣି କରି ମାନ୍ୟବର ବିଚାରପତି ୩୭୬ ଆଇପିସି ଧାରାରେ ୭ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୩୯୨ ଆଇପିସି ଧାରାରେ ୫ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିୟମ ମୁତାବକ ସର୍ବାଧିକ ୭ ବର୍ଷ ଜେଲ ଏବଂ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ନିତ୍ୟାନନ୍ଦ ବେହେରା କେସ ପରିଚାଳନା କରୁଥିଲେ । ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜିତ କୁମାର ଜେନାଙ୍କ ବିରୋଧରେ ଅନ୍ୟ ଏକ ବଳାତ୍କାର ମାମଲାରେ ଅତିରିକ୍ତ ସେସନ ଜଜ୍ କମ୍ ସ୍ପେସଲ ଟ୍ରାକ୍‌ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଯାହା ଏବେ ହାଇକୋର୍ଟରେ ବିଚାରଧିନ ଥିବା ସରକାରୀ ଓକିଲ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Mo sapath

Leave A Reply

Your email address will not be published.