Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଘରୋଇ ସ୍କୁଲର ଏଜେଂଟ ସାଜିଛନ୍ତି ରାଜ୍ୟ ସରକାର – କଂଗ୍ରେସ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓଡିଶା ପ୍ରତି ନବୀନ ସରକାରଙ୍କ ଦାନ..

0

ଭୁବନେଶ୍ୱର , ନିରପେକ୍ଷ ଖବର ତା ୨୭.୬.୨୦୧୯  ଓଡିଶାରେ ସରକାରୀ ସ୍କୁଲରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଘରୋଇ ସ୍କୁଲ ପ୍ରତି ଅହେତୁକ ଅନୁକମ୍ପା ହେତୁ ଆଜି ଓଡିଶାରେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଓଡିଶାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ୬୯,୨୮୭ ହୋଇଥିବା ସ୍ଥଳେ ଏହା ଉପରେ ସାରା ଓଡିଶାର ୮୫ ପ୍ରତିଶତ ବିଦ୍ୟାର୍ଥୀ ପାଠ ପଢିବା ପାଇଁ ନିର୍ଭର କରନ୍ତି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଆଜିର ଦିନରେ ମୋଟ୍ ସରକାରୀ ସ୍କୁଲ ମଧ୍ୟରୁ ୪୦,୫୫୮ଟି ସ୍କୁଲକୁ ବିଜୁଳି ସଂଯୋଗ ହୋଇପାରି ନାହିଁ ଏବଂ ୪୦,୬୨୮ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡିଆଟିଏ ବି ନାହିଁ । ଏପରିସ୍ଥଳେ ଓଡିଶା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି ଯେଉଁଥିପାଇଁ ଆଜି ସରକାରୀ ସ୍କୁଲରେ ପାଠପଢାର ସ୍ତର ବିଗତ ୨୦ ବର୍ଷ ଧରି ଲଗାତର ଭାବରେ ନିମ୍ନଗାମୀ ହୋଇଛି । ସରକାର ସ୍କୁଲଗୁଡିକର ମୌଳିକ ସୁବିଧା ପ୍ରତି ଆଖିବୁଜି ବସିଥିବା ବେଳେ ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ ନ୍ୟାୟରେ ୯୬୬ ଟି ସ୍କୁଲ ବନ୍ଦ କରିବା ପାଇଁ ବସିଛନ୍ତି ଏବଂ ସେଥିପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ କମ୍ ଉପସ୍ଥାନକୁ ଦାୟୀ କରାଯାଉଛି । ସରକାରଙ୍କ ଗଣଶିକ୍ଷା ବିଭାଗ ଜାଣିଶୁଣି ସରକାରୀ ସ୍କୁଲକୁ ଅବହେଳା ଏବଂ ଉପେକ୍ଷା କରିଛନ୍ତି ଯାହାର ପରିଣାମ ସ୍ୱରୂପ ଆଜି ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲ ପରିବର୍ତେ ଘରୋଇ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଛାଡୁଛନ୍ତି । ଯଦି ସରକାରୀ ସ୍କୁଲରେ ଶିକ୍ଷାଦାନର ଗୁଣାତ୍ମକ ମାନରେ ବୃଦ୍ଧି ହୋଇଥାନ୍ତା ତାହେଲେ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଅଭିଭାବକମାନେ କେବେ ପଶ୍ଚାତ୍ପଦ ହେଉନଥାନ୍ତେ । ଏଥିରୁ ଜଣାପଡୁଛି ଯେ ଜାଣିଶୁଣି ସରକାରୀ ସ୍କୁଲକୁ ନିରନ୍ତର ଭାବରେ ଉପେକ୍ଷା କରିବା ପଛରେ ରହିଛି ରାଜ୍ୟ ସରକାରଙ୍କ ଘରୋଇ ସ୍କୁଲ ପ୍ରୀତି । ଓଡିଶା ସରକାର ଘରୋଇ ସ୍କୁଲମାନଙ୍କର ଏଜେଂଟ ସାଜି ରାଜ୍ୟର ସରକାରୀ ସ୍କୁଲ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ଯାହାର ଫଳ ସ୍ୱରୂପ ଚଳିତ ବର୍ଷର ପରୀକ୍ଷା ଫଳ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି । ଖୋଦ୍ ବିଭାଗୀୟ ମନ୍ତ୍ରୀ ମହୋଦୟ ଶିକ୍ଷା ପାଇଁ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦର ୨୦ ପ୍ରତିଶତ ଖର୍ଚ୍ଚ ହେବା କଥା କହୁଥିବା ବେଳେ ଓଡିଶାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାର ପ୍ରୟାସ ନ କରି କମ୍ ଉପସ୍ଥାନ ଆଳରେ ଶହ ଶହ ସ୍କୁଲ ବିଶେଷ ଭାବରେ ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳରେ ଥିବା ସ୍କୁଲକୁ ବନ୍ଦ କରିବା ପାଇଁ ନିଆଯାଇଥିବା ନିଷ୍ପତିକୁ ନିନ୍ଦା କରିଛି କଂଗ୍ରେସ । ସରକାରୀ ସ୍କୁଲକୁ ବନ୍ଦ କରିବା ପରିବର୍ତେ ସ୍କୁଲରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହିତ ଆନୁସଙ୍ଗିକ ସୁବିଧା ସୁଯୋଗ ଯଥା ଲାବ୍ରୋଟାରୀ, କମ୍ପ୍ୟୁଟର ଶିକ୍ଷା, ଖେଳ ପଡିଆ ଇତ୍ୟାଦି ପ୍ରତି ଯତ୍ନବାନ ହେଲେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ବିଦ୍ୟାଳୟକୁ ପଠାଇବା ପରିବର୍ତେ ସରକାରୀ ସ୍କୁଲରେ ପଢାଇବା ପାଇଁ ନିଶ୍ଚିତ ଭାବରେ ଆଗ୍ରହ ପ୍ରକାଶ କରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ରଜନୀ କୁମାର ମହାନ୍ତି, ଦିପକ ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.