Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ।

0

*ନୂଆ ଓ ପୁରୁଣା ୨୦ ଜଣିଆ ମନ୍ତ୍ରୀ ତାଲିକା: ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ..

ନିରପେକ୍ଷ ଖବର:ଭବନେଶ୍ୱର, ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ। ସକାଳ ସାଢେ ଦଶଟା ବେଳେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ଉତ୍ସବରେ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ରାଜଭବନ ବାହାରେ ଏହା ହେବ ପ୍ରଥମ ଶପଥ ଗ୍ରହଣ ଉତ୍ସବ। ମୁଖ୍ୟମନ୍ତ୍ରୀଙ୍କ ସହିତ ୨୦ ଜଣିଆ ମନ୍ତ୍ରିମଣ୍ଡଳ ବି ଏହି ଉତ୍ସବରେ ଶପଥ ନେବେ। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କ୍ୟାବିନେଟ୍ ଓ ୯ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି। ସେମାନଙ୍କୁ କେଉଁ ବିଭାଗ ଦିଆଯିବ, ତାହା ଆଜି ଘୋଷଣା କରାଯିବ। ମନ୍ତ୍ରିମଣ୍ଡଳ ତାଲିକାରେ ଚୂଡାନ୍ତ ସ୍ପର୍ଶ ଦେବା ପରେ ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଜଣେ ପରେ ଜଣେ ବିଧାୟକଙ୍କୁ ଫୋନ କରି ତାଙ୍କୁ ମନ୍ତ୍ରୀ ଭାବେ ଚୟନ କରାଯାଇଥିବା କହିଥିଲେ। ପ୍ରଥମ ଫୋନ୍ ଯାଇଥିଲା ସୁଶାନ୍ତ ସିଂହଙ୍କ ନିକଟକୁ।ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇଥିବା ବିଧାୟକମାନେ ହେଲେ, ରଣେନ୍ଦ୍ର ପ୍ରତାପ ସ୍ବାଇଁ (ଆଠଗଡ), ବିକ୍ରମ କେଶରୀ ଆରୁଖ (ଭଂଜନଗର), ପ୍ରଫୁଲ୍ଲ ମଲ୍ଲିକ (କାମାକ୍ଷାନଗର), ନିରଞ୍ଜନ ପୂଜାରୀ (ସୋନପୁର), ପଦ୍ମନାଭ ବେହେରା (ବୀର ମହାରାଜପୁର), ପ୍ରତାପ ଜେନା (ମାହାଙ୍ଗା), ଅରୁଣ ସାହୁ (ନୟାଗଡ), ସୁଦାମ ମାରାଣ୍ଡି (ବାଙ୍ଗିରିପୋଷି), ସୁଶାନ୍ତ ସିଂ ( ଭଟଲି), ନବ କିଶୋର ଦାସ (ଝାରସୁଗୁଡା) ଓ ଟୁକୁନି ସାହୁ (ଟିଟିଲାଗଡ)। ସେହିପରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ବିଧାୟକମାନେ ହେଲେ, ଅଶୋକ ପଣ୍ଡା (ଭୁବନେଶ୍ବର ଏକାମ୍ର), ସମୀର ରଂଜନ ଦାଶ (ନିମାପଡା), ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ସିମୁଳିଆ), ଦିବ୍ୟଶଙ୍କର ମିଶ୍ର (ଜୁନାଗଡ), ପ୍ରେମାନନ୍ଦ ନାୟକ (ତେଲକୋଇ), ରଘୁନନ୍ଦନ ଦାସ (ଏରସମା ବାଲିକୁଦା), ପଦ୍ମିନୀ ଦିଆନ (କୋଟପାଡ), ତୁଷାରକାନ୍ତି ବେହେରା (କାକଟପୁର) ଓ ଜଗନ୍ନାଥ ସାରକା (ବିଷମ କଟକ)। ଆଉ ଗୋଟିଏ ମନ୍ତ୍ରୀ ପଦ ନବୀନ ଖାଲି ରଖିଛନ୍ତି। ରାଜନୈତିକ ମହଲର କହିବା କଥା ହେଉଛି, ଆଗକୁ ପାଟକୁରା ନିର୍ବାଚନ ପରିପ୍ରେକ୍ଷୀରେ ଏହି ପଦବି ଖାଲି ରଖାଯାଇଛି। ଅନ୍ୟ ଗୋଟିଏ ଗୋଷ୍ଠୀ କହୁଛନ୍ତି, ଆଶାୟୀଙ୍କ ମଧ୍ୟରେ ଭାରସାମ୍ୟ ରଖିବା ଲାଗି ନବୀନ ଏଭଳି ପଦକ୍ଷେପ ନେଇଛନ୍ତି। ଏହାଦ୍ବାରା ଆଶାୟୀଙ୍କୁ ବେଶ୍ କିଛି ଦିନ ପାଇଁ ସନ୍ତୁଷ୍ଟ କରି ରଖିହେବ।

Blank space

ସେହିଭଳି ବାଚସ୍ପତି ଭାବେ ସାତଥରିଆ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର (ଦିଗପହଣ୍ଡି) ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଟେଲିଫୋନ କରି ଏ ସଂପର୍କରେ ଜଣାଇଛନ୍ତି। ଉପବାଚସ୍ପତି ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ପଦବି ପରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି। ଚତୁର୍ଥ ପାଳିର ଶଷ ସମୟ ପର୍ଯ୍ୟନ୍ତ ମନ୍ତ୍ରୀ ଥିବା ମାତ୍ର ଛଅ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ନିଜ ମନ୍ତ୍ରୀ ପରିଷଦରେ ସାମିଲ କରିଛନ୍ତି। ସେହିପରି ପୂର୍ବତନ ଚାରି ମନ୍ତ୍ରୀଙ୍କୁ ପୁଣି ବିଶ୍ବାସକୁ ନେଇ ମନ୍ତ୍ରୀ ପରିଷଦକୁ ଫେରାଇ ଆଣିଛନ୍ତି ନବୀନ।

 

ଅନ୍ୟ ୧୦ ଜଣଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ତାଲିକାରେ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରୁ ତିନି ଜଣ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଛି ଓ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ କରି ନବୀନ ତାଙ୍କୁ ଦୀର୍ଘ ବର୍ଷ ପରେ କ୍ଷମତାକୁ ଆଣିଛନ୍ତି। ଗତ ସରକାର ସମୟରେ ଯାଜପୁର ଜିଲ୍ଲାର ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏହି ପଦବିରେ ଥିଲେ। ରଘୁନନ୍ଦନଙ୍କୁ ମନ୍ତ୍ରୀ କରି ନବୀନ ପରୋକ୍ଷରେ ଦାମଙ୍କୁ ପରାସ୍ତ କରିଥିବା ପରିପ୍ରେକ୍ଷୀରେ ‘ପୁରସ୍କାର’ ବୋଲି ସଙ୍କେତ ଦେଇଛନ୍ତି। ବିଜେପି ଟିକେଟ୍ ପ୍ରତ୍ୟାଖ୍ୟାନ କରି କାକଟପୁର ଆସନରୁ ଜିତିଥିବା ତୁଷାରକାନ୍ତିଙ୍କୁ ମନ୍ତ୍ରୀ ପଦ ଦେଇ ନବୀନ ବିଜେପିକୁ ଭିନ୍ନ ଏକ ସଙ୍କେତ ଦେଇଛନ୍ତି। ସେହିପରି ଦୁଇ ନୂଆ ମନ୍ତ୍ରୀ ନବ କିଶୋର ଦାସ ଓ ଟୁକୁନି ସାହୁଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ଅଶୋକ ପଣ୍ଡା କିନ୍ତୁ ସେହି ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ରହିଛନ୍ତି।

 

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 11:53:51 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.