Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୬/୧୨ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଆର ଏନ ସୁନକରଙ୍କ ଅଧ୍ୟକ୍ଷତାରେ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ , ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର ରାଜଭାଷା ଅଧିକାରୀମାନେ ଉପସ୍ଥିତ ଥିଲେ। ମହାପ୍ରବନ୍ଧକ ଶ୍ରୀ ସୁନକର ଏହି ବୈଠକକୁ ସମ୍ବୋଧିତ କରି ରେଳ କର୍ମଚାରୀଙ୍କୁ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାର କରିବାକୁ ପରାମର୍ଶ କରିଥିଲେ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ହିନ୍ଦୀରେ ତାଲିମ ପ୍ରାପ୍ତ କର୍ମଚାରୀମାନେ ରାଜଭାଷାରେ ଅଧିକରୁ ଅଧିକ କାମ କରିବା ଉଚିତ୍।ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ସୁନକର ମହାନ ହିନ୍ଦୀ ସାହିତ୍ୟିକମାନଙ୍କର ପ୍ରଭାବଶାଳୀ ଉଦ୍ଧୃତି ସମ୍ବନ୍ଧୀୟ ପୋଷ୍ଟରଗୁଡିକ ଉନ୍ମଚନ କରିଥିଲେ। ସେ ହିନ୍ଦୀ ଲେଖକମାନଙ୍କ ଉପରେ ଆଧାରିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଶ୍ରୀ ଆର ଏସ୍ ମିତ୍ର ରାଜଭାଷାର ସଫଳ କାର୍ଯ୍ୟକାରିତା ପାଇଁ ରେଳ କର୍ମଚାରୀଙ୍କ ସହୃଦୟ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଉପ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ଉପ ମୁଖ୍ୟ ଅପରେସନ୍ ମ୍ୟାନେଜର (ଜେନେରାଲ୍) ଶ୍ରୀ ଦେବରାଜ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶ୍ରୀମତୀ ୟେଲିନା ପଣ୍ଡା, ରାଜଭାଷା ଅଧିକାରୀ ଏହି ବୈଠକକୁ ସଂଯୋଜନା କରିଥିଲେ।

Mo sapath

Leave A Reply

Your email address will not be published.