Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮/୦୮  ସହିଦ ନଗର ଦୁର୍ଗାପୂଜା ସମିତି ଓ ଆସ୍ପାୟାର ହସ୍ପିଟାଲ ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସହିଦ ନଗର ଦୁର୍ଗାପୂଜା ସମିତିର ପୂର୍ବତନ ସଭାପତି ସଚ୍ଚିଦାନନ୍ଦ ରଥ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ଅନେକ ଯୁବକଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ୫୦ ୟୁନିଟ୍‌ରୁ ଊର୍ଦ୍ଧ୍ୱ ରକ୍ତ ସଂଗୃହୀତ ହୋଇଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୩୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା ଆସ୍ପାୟାର ହସ୍ପିଟାଲର ଅଧ୍ୟକ୍ଷ ତଥା ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଭାନୁ ପରିଜା ସୂଚନା ଦେଇଛନ୍ତି । ସହିଦନଗର ତଥା ଆଖପାଖ ଅଞ୍ଚଳର ଅନେକ ଲୋକ ଏହି ସ୍ୱାସ୍ଥ୍ୟସେବା ଶିବିର ଲାଭ ଉଠାଇଥିଲେ । ନିଶୁଳ୍କ ଇସିଜି, ବୋନ୍ ଡେନ୍‌ସିଟି ପରୀକ୍ଷା ଓ ରକ୍ତ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବିତରଣ ମଧ୍ୟ କରାଯାଇଥିଲା । ଏହି ସ୍ୱାସ୍ଥ୍ୟସେବା ଶିବିରକୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସ୍ୱାସ୍ଥ୍ୟ ସେବା ଶିବିରରେ ଉପସ୍ଥିତ ଥିବା ରୋଗୀ ଓ ଡାକ୍ତରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ହେମନ୍ତ କୁମାର ପରିଡ଼ା, ସଂପାଦକ ସଚ୍ଚିନନ୍ଦନ ନାୟକ, ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ, ମନୋରଞ୍ଜନ ଦାସ, ସୁଧୀର କୁମାର ଶତପଥୀ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପାତ୍ର, ଉପସଭାପତି ଚନ୍ଦନ କୁମାର ପାଲିତ, ଅଚ୍ୟୁତ୍ ପ୍ରସାଦ ବେହେରା, ସହସଂପାଦକ ବିଶ୍ୱପ୍ରସାଦ ମହାନ୍ତି, ସୁଦର୍ଶନ ସାହୁ, ମହେନ୍ଦ୍ର କୁମାର ତ୍ରିପାଠୀ, ରଞ୍ଜନ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସ୍ମୃତିରଞ୍ଜନ ଜେନା, ସହକୋଷାଧ୍ୟକ୍ଷ ଗୋପାଳକୃଷ୍ଣ ମହାନ୍ତି ଓ କାର୍ଯ୍ୟକାରୀ ସଦସ୍ୟ ହରିତ୍ ପ୍ରସାଦ ରଥ, ଦିଲ୍ଲୀପ କୁମାର ଦାସ, ଜିତେନ୍ଦ୍ର ରାଓ, ସନ୍ଦୀପ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ଲଳିତ ଖୁଣ୍ଟିଆ, ଜ୍ୟୋତିପ୍ରକାଶ ସାମନ୍ତ, ଦୀପଙ୍କର ମହାପାତ୍ର, ସୁଦୀପ୍ତ ପଟ୍ଟନାୟକ, ଆଦର୍ଶ ପଟ୍ଟନାୟକ, ସିଦ୍ଧେଶ୍ୱର ମହାରଣା, ଅମିତ ପ୍ରସାଦ ବେହେରା, ରଞ୍ଜନ ବାରିକ, ସୁବ୍ରତ ସିଂ, ଦେବାଶିଷ ସାହୁ ଓ ଜୟ ଓଡ଼ିଶାର ଅଧ୍ୟକ୍ଷ ରୁଦ୍ରପ୍ରସାଦ ସାମନ୍ତରାୟ ଏବଂ ସ୍ଥାନୀୟ କର୍ପୋରେଟର ରାଜ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ହେବାରେ ସହଯୋଗ କରିଥିଲେ । ସମିତିର ସଂପାଦକ ସଚ୍ଚିନନ୍ଦନ ନାୟକ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଆସ୍ପାୟାର ହସ୍ପିଟାଲ କର୍ତ୍ତୃପକ୍ଷ, ରେଡକ୍ରସ୍ ସୋସାଇଟି ତଥା କମିଟିର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ

Mo sapath

Leave A Reply

Your email address will not be published.