ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର):
ବିହାରରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭକାମନା କରିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ଶ୍ରୀ ନିତିନ ନବୀନଙ୍କ ନେତୃତ୍ୱ, ଅନୁଭବ ଓ ଜନସେବା ପ୍ରତି ସମର୍ପଣ ଭାବନା ଦେଶର ଉନ୍ନତିକୁ ନୂତନ ଦିଗ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାରେ ଶ୍ରୀ ନବୀନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।
ରାଜ୍ୟସଭାରେ ତାଙ୍କ ଉପସ୍ଥିତି ଦେଶ ଗଢ଼ିବା ପ୍ରତି ବିଜେପିର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରିବ ବୋଲି ମଧ୍ୟ ଶ୍ରୀ ସାମଲ ମତ ପ୍ରକାଶ କରିଛନ୍ତି। ସେଥିପାଇଁ ଶ୍ରୀ ନବୀନଙ୍କ କାର୍ଯ୍ୟକାଳ ସଫଳ ଓ ପ୍ରେରଣାଦାୟୀ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

