ବାରିପଦା (ନିରପେକ୍ଷ ଖବର) ତା ୨୯/୧୧/୨୦୧୯- ଆଜି ମୟୂରଭଞ୍ଜ ପ୍ରେସକ୍ଲବର ଏକ ବୈଠକ ବାରିପଦା ଷ୍ଟାଡିୟମ ସଭାଗୃହରେ କ୍ଲବର ସମ୍ପାଦକ ସତ୍ୟଜିତ ସୋମଙ୍କ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି ମାନେ ଯୋଗଦେଇ ପୂର୍ବରୁ ଗଠିତ ହୋଇ କାର୍ଯ୍ୟକରି ଆସୁଥିବା ମୟୂରଭଞ୍ଜ ପ୍ରେସ କ୍ଲବକୁ ପୁନଃ ସକ୍ରୀୟ ଭାବେ କାର୍ଯ୍ୟକ୍ଷମ କରାଯିବାର ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଏକ ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ନୂତନ ପରିଚାଳନା କମିଟିର ସଭାପତି ଭାବରେ ବର୍ଷିୟାନ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲା, କାର୍ଯ୍ୟକାରୀ ସଭାପତି ଭାବରେ ପ୍ରୟାଗରାଜ କର, ଉପସଭାପତି ଭାବରେ ଅଭିଜିତ ମହାନ୍ତି ଓ ସୁକାନ୍ତ କୁମାର ଜୀଉ, ସାଧାରଣ ସମ୍ପାଦକ ଭାବରେ ସଞ୍ଜୟ କୁମାର ଚୌଧୁରୀ, ସମ୍ପାଦକ ଭାବରେ ସତ୍ୟଜିତ ସୋମ, ମୁଖ୍ୟ ସଂଗଠକ ଭାବରେ ରବି ନାରାୟଣ ଚାଲାଣ, ସହ ସମ୍ପାଦକ ଭାବରେ ଦୀପକ କୁମାର ନାୟକ, ମୁଖ୍ୟ ଉପଦେଷ୍ଟା ଭାବରେ ରାଧାଶ୍ୟାମ ପ୍ରଧାନ, ଗଣମାଧ୍ୟମ ସଂଯୋଜକ ଭାବରେ ରୁପମ ସ୍ୱାଇଁ, କୋଷାଧ୍ୟକ୍ଷ ଭାବରେ ପ୍ରଦୀପ କୁମାର ନାୟକ ମନୋନୀତ ହୋଇଥିବା ବେଳେ ସଭ୍ୟ ରବିନ୍ଦ୍ର ମହାନ୍ତି, ମାନସ କୁମାର ବେହେରା, ସନ୍ତୋଷ କୁମାର ବରାଜ, ଅସୀତ ଗିରି, ରଞ୍ଜନ କୁମାର ଦାଶ, ମଳୟ ମହାପାତ୍ର, ସୁବ୍ରତ କୁମାର ପ୍ରଧାନ, ପ୍ରିୟବ୍ରତ ମିଶ୍ର, ଦିଲ୍ଲିପ କୁମାର ପାତ୍ର, ମୃତ୍ୟୁଞ୍ଜୟ ସେନାପତି, ସୁବ୍ରତ କୁମାର ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହି ଅବସରରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଉପସ୍ଥିତ ସଭ୍ୟ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିବା ବେଳେ ଆଗାମୀ ବୈଠକରେ କ୍ଲବର କାର୍ଯ୍ୟପନ୍ଥା ସ୍ଥିର କରାଯାଇ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ସ୍ଥିର ହୋଇଥିବାର ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.
[pj-news-ticker]