Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଦେଶର ପ୍ରଥମ ଦୂରଗାମୀ ସି.ଏନ୍.ଜି ବସ୍ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ.....

0

*ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ଯାତାୟତ କରିବ ଏହି ବସ୍
*ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଗଡିବ ଏଭଳି ବସ୍
*ଆଗାମୀ ପିଢିଙ୍କ ଜୀବନଶୈଳି ପରିବର୍ତନ କରିବାରେ ଭାରତ ସରକାରଙ୍କ ବଡ ପଦକ୍ଷେପ
*ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ ଇନ୍ଧନ ତୁଳନାରେ ଭଲ
* ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଭାରତ ସରକାରଙ୍କର ପ୍ରତିଶ୍ରୁତି
*ମୋଦି ସରକାର ଆସିବା ପରେ ପିଏନଜି ଓ ସିଏନଜିକୁ ଦେଇଛନ୍ତି ଅଧିକ ଗୁରୁତ୍ୱ
* ଦିଲ୍ଲୀରେ ସବୁ ପ୍ରକାର ଇନ୍ଧନକୁ ଆହୁରି ସ୍ୱଚ୍ଛ କରାଯିବା ନେଇ ଉଦ୍ୟମ ଜାରୀ
* ସିଏନଜି ଓ ହାଇଡ୍ରୋଜେନ୍ ର ଆହୁରି ବିଶୁଦ୍ଧ ଇନ୍ଧନ ତିଆରି କରାଯିବା ନେଇ ଯୋଜନା

ନୂଆଦିଲ୍ଲୀ/ଭୁବନେଶ୍ୱର/ନିରପେକ୍ଷ ଖବର: ୨୪/୧୨/୧୯ –ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍ଜି ବସର ଶୁଭାରମ୍ଭ କରିବା ପରେ ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ ଆଇଜିଏଲ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ
ହେଉଥିବା ସିଏନଜି ସିଲିଣ୍ଡରରେ ଥରେ ମାତ୍ର ସିଏନଜି ଭରିଲେ ବସଟି ୧ ହଜାର କିମି ପର୍ଯ୍ୟନ୍ତ ଯାତାୟତ

Blank space
Advertising:

କରିପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ୫ଟି ଦୂରଗାମୀ ସିଏନଜି ବସ୍ ଯାତାୟତ କରିବ । ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଏଭଳି ବସ୍ ଯାତାୟତ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା
ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ ଇନ୍ଧନ ତୁଳନାରେ ଭଲ । ଯଦ୍ୱାରା
ଅଧିକ ସମୟ ମଧ୍ୟ ବଂଚାଯାଇପାରିବ । ଆଗାମୀ ପିଢିଙ୍କୁ ଭଲ ଭିତିଭୂମି ଉପଲବ୍ଧ କରେଇବାରେ ତଥା ସେମାନଙ୍କ ଜୀବନ ଶୈଳି ପରିବର୍ତନ କରିବାରେ ଏହା ଭାରତ ସରକାରଙ୍କ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଏକ ସ୍ଥିର ମୂଲ୍ୟ ଆଧାରିତ ବଜାର ଅଟେ । ତେଣୁ ଦେଶରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଭାରତ ସରକାରଙ୍କର ପ୍ରତିଶ୍ରୁତି ରହିଛି । ପୂର୍ବରୁ ସରକାର ପିଏନଜି ଓ ସିଏନଜି ଗ୍ୟାସ ଉପରେ ଗୁରୁତ୍ୱ ଦେଉନଥିଲେ । ମାତ୍ର ମୋଦି ସରକାର ଆସିବା ପରେ ପିଏନଜି ଓ ସିଏନଜିକୁ ଗୁରୁତ୍ୱ ଦେଇଛନ୍ତି।ଏବେ ଗ୍ୟାସର ଦାମ କମ୍ ହୋଇ ମଧ୍ୟ ଆଇଜିଏଲର ବ୍ୟବସାୟିକ ଲାଭ ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଦେଶରେ ଉର୍ଜା ଭିତିଭୂମିର ବିକାଶ ପାଇଁ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯାଉଛି । ପୂର୍ବରୁ ୧୯୯୮ ରୁ ୨୦୧୪ ମଧ୍ୟରେ ସାରା ଦେଶରେ ୩୪୦ ସିଏନଜି ଷ୍ଟେସନ ଥିଲା । ବିଗତ ୫ ବର୍ଷରେ ନୂଆ ୧୭୫ ସିଏନଜି ଷ୍ଟେସନ ଖୋଲାଯାଇଥିଲା ବେଳେ ଏବେ ତାହା ବଢି ମୋଟ ୫୧୫ ସିଏନଜି ଷ୍ଟେସନ ସ୍ଥାପନ ହେଲାଣି । ସେହିପରି ଦେଶରେ ପିଏନଜି ସଂଯୋଗ ୫ ଲକ୍ଷରୁ ୧୨ ଲକ୍ଷରେ ପହଁଚିଛି । ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତାଙ୍କର ଦୃଢ ରାଜନୈତିକ ଇଚ୍ଛା ଶକ୍ତି କାରଣରୁ ୪୦୦ ଜିଲ୍ଲାରେ ସିଟି ଗ୍ୟାସ  ବିତରଣ(ସିଜିଡି) ନେଟୱାର୍କ ପ୍ରତିଷ୍ଠା ହୋଇପାରିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଏନଜି ବସ ଆରମ୍ଭ ହେବା ନୂଆ କଥା ନୁହେଁ ବରଂ ଲମ୍ବା ଯାତ୍ରା କରିପାରୁଥିବା ବସ ଆରମ୍ଭ କରାଯିବାର ନୂଆ ଅଧ୍ୟାୟ ଆଜି ଆରମ୍ଭ ହୋଇଛି । ଭାରତ ଅନ୍ୟ ଦେଶ ତୁଳନାରେ ପ୍ରଦୂଷଣ ଦେଶ  ନୁହେଁ । ମାତ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ବା ବିଶ୍ୱର ଚିନ୍ତା କାରଣରୁ ଅଙ୍ଗାରକାମ୍ଲ ହ୍ରାସ ପାଇଁ  ସ୍ୱଛ ଇନ୍ଧନ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଉଛି ।
ସେ କହିଛନ୍ତି ଯେ ପ୍ରଦୂଷଣରୁ ରକ୍ଷା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ସବୁ ପ୍ରକାର ଇନ୍ଧନକୁ ଆହୁରି ସ୍ୱଚ୍ଛ କରାଯିବା ନେଇ ଉଦ୍ୟମ ଜାରୀ ରହିଛି । ଡିଟିସି ଏବଂ ଆଇଓସିର ମିଳିତ ଉଦ୍ୟମରେ ସିଏନଜି ଓ ହାଇଡ୍ରୋଜେନ୍କୁ ମିଶ୍ରଣ କରି ଆହୁରି ବିଶୁଦ୍ଧରୁ ବିଶୁଦ୍ଧ ଇନ୍ଧନ ତିଆରି କରାଯିବ । ଅନ୍ତତଃ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସହରରେ ଏହାର ଶୁଭାରମ୍ଭ କରାଯିବ । ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଜୈବ ଇନ୍ଧନକୁ ଅଧିକ ପ୍ରାଥମିକତା ଦେଉଛନ୍ତି ଓ ଖୁବ ଶୀଘ୍ର ଡିଜିଟାଇଲାଇଜେସନ ବା ମୋବାଇଲ ମାଧ୍ୟମରେ ପେଟ୍ରୋଲ, ଏଲପିଜି, ସିଏନଜି ପହଁଚାଇବା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । 

 

Mo sapath

Leave A Reply

Your email address will not be published.