ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୩/୦୩ ଭୁବନେଶ୍ୱରରେ ସାଇବର ଠକେଇ ଚକ୍ର ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। “ସାଇବର କବଚ୍” ଅଭିଯାନ ଅଧୀନରେ ନୟାପଲ୍ଲୀ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ତଦନ୍ତ ସମୟରେ ପାରସ କର ନାମକ ବ୍ୟକ୍ତିଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଦେଶର ବିଭିନ୍ନ ରାଜ୍ୟର ସାଇବର ଠକେଇ ମାମଲା ସହ ଜଡିତ ଥିବା ତଥ୍ୟ ପୋଲିସ ଠାବ କରିଛି।

ଏହି ଆକାଉଣ୍ଟରେ ପ୍ରାୟ ୨ କୋଟି ୩୫ ଲକ୍ଷ ଟଙ୍କାରୁ ଅଧିକ ଟ୍ରାନ୍ସାକ୍ସନ୍ ହୋଇଥିବା ବେଳେ ଅଧିକାଂଶ ଟଙ୍କା ପୂର୍ବରୁ ଉଠାଯାଇଥିବା ଜଣାପଡିଛି।
ପଚରାଉଚରାରେ ଜଣାପଡିଛି ଯେ ଅଶିମ କୁମାର ସାହୁଙ୍କ ପ୍ରରୋଚନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ସାଇବର ଠକେଇ ଟଙ୍କା ଟ୍ରାନ୍ସଫର ପାଇଁ ବ୍ୟବହାର କରାଯାଉଥିଲା।
ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

