Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

କେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀ

0

ଭୁବନେଶ୍ବର,ନିରପେକ୍ଷ ଖବର : ତା ୦୨/୧୨ କେଏଲ ବିଶ୍ବବିଦ୍ୟାଳୟ ପକ୍ଷରୁ ଜୟଦେବ ଭବନରେ ଏକ ଛାତ୍ରଛାତ୍ରୀ କ୍ୟାରିୟର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।। ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଭବିଷ୍ୟତ ଗଢ଼ିବା ଲାଗି ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ସେ ପାଠପଢ଼ା ଓ କ୍ୟାରିୟରରେ ସଫଳ ହେବାର ମନ୍ତ୍ର ଦେଇଥିଲେ। ଏହି ଅବସରରେ ସେ ବିଶ୍ବବିଦ୍ୟାଳୟର ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ‘କେଏଲ୍‌ଇଇଇ’ର ପୋଷ୍ଟରକୁ ଉନ୍ମୋଚନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚିତ ରାଜନେତା ସୁର ରାଉତରାୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିୟର ଗଠନର ବିଭିନ୍ନ ଦିଗ ବିଷୟରେ ବୁଝାଇଥିଲେ। ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ (ନାମଲେଖା) ଡକ୍ଟର ଜେ ଶ୍ରୀନିବାସ ରାଓ ଯୋଗଦେଇ କ୍ୟାରିୟର ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ | ମଧ୍ୟରେ ବିଶ୍ବବିଦ୍ୟାଳୟର ଜୋର୍ନାଲ ମୁଖ୍ୟ ଆର୍ ଶିବ କୁମାର ଓ ଟିମ୍ ସଦସ୍ୟମାନେ ଉପସ୍ଥିତ ଥିଲେ। କେଏଲ୍ ବିଶ୍ଵବିଦ୍ୟାଳୟର ପ୍ରବେଶିକା ପରୀକ୍ଷାର ଦ୍ବିତୀୟ ପର୍ଯ୍ୟାୟ ୨୦୨୬ ଜାନୁଆରି ୩ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବା ସମୟରେ ଇଞ୍ଜିନିୟରିଂ, ଲାଟେରାଲ୍ ଏଣ୍ଟ୍ରି, ମାଷ୍ଟର୍ସ ଆପ୍‌ଟିଚ୍ଯୁଡ୍, ସାଇନ୍ସ ଆପ୍‌ଟିଚ୍ୟୁଡ୍ ଓ ହ୍ୟୁମାନିଟିଜ୍ ଆପ୍‌ଟିଚ୍ୟୁଡ୍ ପରୀକ୍ଷା ଅନୁଷ୍ଠିତ ହେବ। ବିଶ୍ଵବିଦ୍ୟାଳୟ ପକ୍ଷରୁ କେଏଲ୍‌ଇଇଇର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ୩୫ କୋଟି ଟଙ୍କା, ୯୬ ପର୍ସେଣ୍ଟାଇଲରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ୧୦୦ ପ୍ରତିଶତ ଟ୍ୟୁସନ ଫି’ ଛାଡ଼ ବାବଦରେ ୩୦ କୋଟି ଟଙ୍କା, ଇଣ୍ଟର ମେରିଟ୍ ଛାତ୍ରଛାତ୍ରୀମାନଙ୍କୁ ୧୫ କୋଟି ଟଙ୍କା ଏବଂ ମ୍ୟାନେଜମେଣ୍ଟ, ହ୍ୟୁମାନିଟିଜ୍ ଓ ବିଜ୍ଞାନର ଛାତ୍ରଛାତ୍ରୀଙ୍କୁ ୨୦ କୋଟି ଟଙ୍କାର ଶିକ୍ଷାବୃତ୍ତ ପ୍ରଦାନ କରାଯିବ। ମୋଟ୍ ଉପରେ ବିଶ୍ବବିଦ୍ୟାଳୟ ତରଫରୁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ୧୦୦ କୋଟି ଟଙ୍କାର ବୃତ୍ତି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମକୁ ନିରପେକ୍ଷ ଖବର ପରିଚାଳନା କରିଥିଲେ।

Mo sapath

Leave A Reply

Your email address will not be published.