Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆବେଦନର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି ଦାବି

"ବେକାରୀ” ନୀତିକୁ ବିରୋଧ କଲା ପାଇକ ମହାସଂଘ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୦୧.୧୧.୨୦୨୦, ନୂତନ ନିଯୁକ୍ତି ନିୟମକୁ “୫ ଟି”ରେ ସାମିଲ କରିବା ସହିତ ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବା, ଆବେଦନର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ନିଖିଳ ଓଡ଼ିଶା ପାଇକମହାସଂଘ ରାଜ୍ୟସରକାରଙ୍କ ନିକଟରେ ଦାବି କରିଛି ।କରୋନା ମହାମାରୀ ଯେତେବେଳେ ଜୀବନ, ଜୀବିକାକୁ ଧ୍ୱଂସ କରି ଚାଲିଛି, ଘରୋଇ ଉଦ୍ୟୋଗ କର୍ମଚାରୀମାନଙ୍କୁ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ବେକାରୀ ସମସ୍ୟା ବଢିଚାଲିଛି, ଅର୍ଥନୀତି ଭୁସୁଡ଼ି ପଡ଼ିଛି, ଜୀବନ ଜୀବିକାର ଦୋଛକିରେ ଯୁବ ସମାଜ ପଥଭ୍ରଷ୍ଟ, ଶିକ୍ଷିତ ଆଶାୟୀ ନିଯୁକ୍ତିକୁ କବର ଦେଇ ବେକାରୀମାନଙ୍କୁ ନେଇ ଖେଳ ଖେଳାଯାଉଥିବା ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ କୁମାର ପାଲଟାସିଂହ ଅଭିଯୋଗ କରିଛନ୍ତି। ଫଳରେ ଓଡ଼ିଶା ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିଶନ ଚାକିରୀ ଅପେକ୍ଷାରେ ଥିବା ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦିଆଯାଇଛି। ବର୍ତ୍ତମାନ ନୂତନ ମାର୍ଚ୍ଚ ୨୦୨୦ (ନୋଟିଫିକେସନ ତା.୦୩.୦୩.୨୦୨୦) ରେ ପ୍ରକାଶିତ ସରକାରୀ ଇସ୍ତାହାର ଅନୁଯାୟୀ ୨୦୧୫ ନିୟମରେ ପରିବର୍ତ୍ତନ କରିବା ସହିତ ସପ୍ଳିମେଣ୍ଟାରୀ ଲିଷ୍ଟକୁ ବାଦ ଦେଇଛନ୍ତି । ସୂଚନା ଅନୁଯାଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନର ଆଶାୟୀ ପ୍ରାଥି ଗୋଟିଏ ପରୀକ୍ଷାପାଇଁ ୪ ରୁ ୫ ବର୍ଷ ଅପେକ୍ଷା କରୁଛନ୍ତି । ଏହାଦ୍ୱାରା ଆଶାୟୀ ପ୍ରାର୍ଥିଙ୍କର ବୟସ ଅତିକ୍ରାନ୍ତ କରିବା ସହିତ ନିଯୁକ୍ତିର ଆଶା ମଉଳି ଯାଉଛି । ପୁରାତନ ନିୟମ ଅନୁଯାୟୀ ବିଗତ ବିଜ୍ଞପ୍ତି ଗୁଡ଼ିକରେ ମୌଖିକ ପରୀକ୍ଷା ଓ ଅନ୍ୟାନ୍ୟ ନିୟମ ଲାଗୁ କରାଯାଉଥିବା ସମୟରେ ସଂପୃକ୍ତ ବିଭାଗର ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବାରେ କୌଣସି ଆନ୍ତରିକତା ପରିଲଖିତ ହେଉନାହିଁ । ଯଦି ଏହାର ଅଧ୍ୟକ୍ଷ ଏହାକୁ ଦୃଷ୍ଟିଦେବା ସହିତ ବିଚାରକୁ ନେଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତି ଆଶାୟୀ ପ୍ରାର୍ôଥ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ତତ୍‌ସହିତ ଅନ୍ୟ ରାଜ୍ୟପରି ସରକାରୀ ଚାକିରୀ ପାଇଁ ରାଜ୍ୟ ସରକାର ଆବେଦନର ବୟସ ସୀମା ୪୨ ବର୍ଷକୁ ବୃଦ୍ଧିକଲେ ଶିକ୍ଷିତ ଯୁବକମାନେ ନିଯୁକ୍ତି ପାଇ ପାରନ୍ତେ ଏବଂ ରାଜ୍ୟରେ ବେକାରୀ ସମସ୍ୟା କିଛିମାତ୍ରାରେ ହ୍ରାସ ପାଇପାରନ୍ତା । “୫ ଟି” କୁ ନେଇ ରାଜ୍ୟ ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ କରୋନା ମହାମାରୀ ସମୟରେ ଦୁଇବର୍ଷ ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇଁ ନିଷେଧାଦେଶ ଜାରୀ କରିବା ଏକ ଯୁବମାରଣ ନୀତି ବୋଲି ମଧ୍ୟ କହିଛନ୍ତି । ଏହାଦ୍ୱାରା ଆଶାୟୀ ପ୍ରାର୍ଥୀଙ୍କ ବୟସ ଅତିକ୍ରାନ୍ତ କରିବା ସହିତ ବେକାରୀ ସମସ୍ୟା ବଢିବାର ସ୍ପଷ୍ଟ ପ୍ରମାଣ ମିଳେ । ଓଡ଼ିଶାର କୁଶଳୀ, ଯୁବକମାନେ ପେଟ ପାଟଣା ପାଇଁ ଦେଶାନ୍ତର ହୁଅନ୍ତି । ରାଜ୍ୟ ସରକାର ମେକ୍‌ଇନ ଓଡ଼ିଶା ନାମରେ ଶ୍ଳୋଗାନ ଦିଅନ୍ତି, ଓଡ଼ିଆ ପୁଅ ଦାଦନ ଖଟିବା ପାଇଁ ଅନ୍ୟରାଜ୍ୟକୁ ଯାଏ, ଏହା କେଉଁ ପ୍ରକାର ନିଯୁକ୍ତି ନିୟମ ବୋଲି ପ୍ରଶ୍ନ କରିଛନ୍ତି ।
ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ଆଗାମୀ ଦିନରେ ଓଡ଼ିଶାର ଲକ୍ଷଲକ୍ଷ ବେକାର ଯୁବକ, ଯୁବତୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରିବା ସହିତ ରାଜରାସ୍ତାକୁ ଉହ୍ଳାଇବ ବୋଲି ଚେତାବନୀ ଦେଇଛନ୍ତି।

Mo sapath

Leave A Reply

Your email address will not be published.