Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ‘ମହାସାରଥୀ’ ସମ୍ମାନ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୫ ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର ଓ ନର୍ସ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ସେହିପରି ସାମ୍ବାଦିକମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କରୋନାକୁ ଖାତିର ନ କରି ବିପଦଶଙ୍କୁଳ ସ୍ଥାନକୁ ଯାଇ ଟିକିନିଖି ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । କରୋନା ଭୂତାଣୁ , ଏହାର ସଂକ୍ରମିତ କାରଣ , ଜନ ସଚେତନତା ସୃଷ୍ଟି ସାଙ୍ଗକୁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଜନସାଧାରଙ୍କ ନିକଟରେ ପହଞ୍ଚାଇ ସାମ୍ବାଦିକମାନେ ପାଲଟି ଯାଇଛନ୍ତି କରୋନା ଯୋଦ୍ଧା । ସାମ୍ବାଦିକମାନଙ୍କ ମାଧ୍ୟମରେ ପରିବେଷିତ ତଥ୍ୟକୁ ଜାଣିବା ପାଇଁ ଦିନରାତି ଚାତକ ପରି ଅନେଇ ବସିଥାନ୍ତି ସରକାର, ପ୍ରଶାସନ ଓ ଜନସାଧାରଣ । ସବୁବେଳେ ଯିଏ ଜନସାଧାରଣ ଓ ପ୍ରଶାସନ ପାଇଁ କାମ କରୁଛି ସେଭଳି କରେନା ଯୋଦ୍ଧାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି । କିନ୍ତୁ ଭୁବନେଶ୍ୱରରେ ଏଭଳି ମାନସିକତାରେ ପରିବର୍ତ୍ତନ ଘଟିଛି ଓ ନୂଆ ପରମ୍ପରା ଆରମ୍ଭ ହୋଇଛି । ଆଜି କରୋନା ଯୁଦ୍ଧରେ ନିଜ ଜୀବନକୁ ବିପଦରେ ପକେଇ ନ ଡରି ଲଢେଇ କରୁଥିବା ସେହି ସାମ୍ବାଦିକଙ୍କ ମନକୁ ଆହୁରି ଦୃଢ଼ ଓ ସାହସ ଦେବା ପାଇଁ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ନିଖିଳ ଓଡ଼ିଶା ପାଇକ ମହାସଂଘ । ଏଥିନେଇଭି.ଏସ୍‍.ଏସ୍‍. ନଗର ଠାରେ ଆୟୋତି ହୋଇଥିଲା ନିଆରା କାର୍ଯ୍ୟକ୍ରମ । କରୋନାକୁ ପ୍ରତିହତ କରିବା ନିମନ୍ତେ ବିଶ୍ୱବ୍ୟାପୀ ଚାଲିଥିବା ଲଢ଼େଇରେ ଭୁବନେଶ୍ୱରର ପ୍ରିୟ ଲଢୁଆ ସାମ୍ବାଦିକଙ୍କୁ “ମହାସାରଥୀ” ସମ୍ମାନରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ‘ପ୍ରେରଣା’ ଅଧ୍ୟକ୍ଷ ଡ.ଦିଲ୍ଲୀପ ଶ୍ରୀଚନ୍ଦନ, ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ, ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଖୋର୍ଦ୍ଧା ଜିଲା ପାଇକ ମହାଂସଘ ସଭାପତି ପାଇକ ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କୁ ଉପଢୌକନ, ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ‘ମହାସାରଥୀ’ ସମ୍ମାନରେ ସମ୍ବଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର୍‍ଆଇଇଟି ସଭାପତି ପୁରଞ୍ଜନ ପାଢ଼ୀ, ଇଂ.ଶିବପ୍ରସାଦ ମିଶ୍ର, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ଇଂ.ଜନ୍ମେଜୟ ରାଉତ, ସମରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ‘ପ୍ରେରଣା’ ଅଧ୍ୟକ୍ଷ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ ସାମ୍ପ୍ରତିକ ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ର ଓ ପ୍ରସାର କରି ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ଏବଂ ଜୀବନ ଜୀବିକାରେ ସକଳ ସମ୍ବାଦ ସଂଗ୍ରହ ଭଳି ସମ୍ବେଦନଶୀଳ କାର୍ଯ୍ୟ ନିର୍ବାହ କରୁଥିବାରୁ ସାମ୍ବାଦିକ ବନ୍ଧୁମାନେ ସର୍ବଦା ପ୍ରଶଂସନୀୟ । ପାଇକ ମହାସଂଘ ସଭାପତି ଅଶୋକ ପାଲ୍‍ଟାସିଂହ କରୋନା ମହାମାରୀର ଭୟାବହତା ଉପରେ ଆଲୋକପାତ କରିବା ସହିତ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକମାନେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯେଉଁ ଉତ୍ସର୍ଗିକୃତ ସେବା ଯୋଗାଇ ଦେଉଛନ୍ତି ତାହା ଅବର୍ଣ୍ଣନୀୟ । କାର୍ଯ୍ୟକ୍ରମରେ ସାମ୍ବଦିକମାନେ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ ।

Mo sapath

Leave A Reply

Your email address will not be published.