ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୩/୨୭ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଇଆରସି ଭିଲେଜେ ଓ ମହାନଗର ସ୍ୱାସ୍ଥ୍ୟ ସମିତି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ–୨୭ ର ମାନନୀୟ କର୍ପୋରେଟର ଓ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଅଧକ୍ଷତା କରିଥିଲେ ।

କାର୍ଯ୍ୟକ୍ରମରେ ଓଡିଶାର ପୂର୍ବତନ ପ୍ରଶାସକ ଡା. ଅରବିନ୍ଦ ବେହେରା, ପ୍ରସିଦ୍ଧ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଏବଂ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର, State Council for Senior Citizen ର ସଦସ୍ୟ ଓ Bou Foundation ସଂସ୍ଥାପକ ଶ୍ରୀ ଅତିସ୍ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶିକା- ସହରୀ ସ୍ବାସ୍ଥ୍ୟ, ଡା. ପୁସ୍ପିତା ମହାନ୍ତି, SHSRC, NHM Odisha ର Team Leader ଡା. ଦିନବନ୍ଧୁ ସାହୁ ଏବଂ ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନର ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ସୁକାନ୍ତ କୁମାର ମିଶ୍ର ଉପସ୍ଥିତ ଥିଲେ।
ଅତିଥିମାନେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ସଚେତନତା ଓ ସମୟୋପଯୋଗୀ ଚିକିତ୍ସା ସେବାର ଗୁରୁତ୍ୱ ବିଷୟରେ ଉଦ୍ବୋଧନ ରଖିଥିଲେ। ସେମାନେ ଓଡିଶା ସରକାରଙ୍କ ବାର୍ଦ୍ଧକ୍ୟ ଲୋକ ମାନଙ୍କ ପାଇଁ ସୁସ୍ଥ ଓ ସୁଖମୟ ଜୀବନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଉଲ୍ଲେଖ କରିଥିଲେ।
ଏହି ସ୍ୱାସ୍ଥ୍ୟ ଶିବିରରେ ୯୧ ଜଣ ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଶେଷରେ ସ୍ବାସ୍ଥ୍ୟ ଅଧିକାରୀ ଡା. ଗୁଲନାଜ୍ ଉସ୍ମାନ୍ ତଥା ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।
ଏହି କାର୍ଯ୍ୟକ୍ରମ ପ୍ରତି ମାସର ପ୍ରଥମ ଶନିବାର ଦିନ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆୟୋଜନ କରାଯାଉଛି, ଯାହା ମାଧ୍ୟମରେ ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରାଯାଉଛି।

