ଭୁବନେଶ୍ଵର,ନିରପେକ୍ଷ ଖବର :ତା: ୨୦/୦୧: ରାଜଧାନୀ ଭୁବନେଶ୍ଵରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ
ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଭିନ୍ନ ବିଷୟ ଉପରେ ଆଧାରିତ ପ୍ରକଳ୍ପ ପ୍ରଦର୍ଶନୀ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଡ. କାର୍ତିକ ଚନ୍ଦ୍ର ଦାଶ ଯୋଗଦେଇ ପିଲାମାନଙ୍କ
ଅନ୍ତର୍ନିହିତ ଗୁଣର ବିକାଶ ନିମନ୍ତେ ଏପରି କାର୍ଯ୍ୟକ୍ରମର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ବକ୍ତବ୍ୟ ପ୍ରଦାନ ସହ ନିଜର ପିଲାଦିନର ସ୍ମୃତିଚାରଣ କରିଥିଲେ । ବିଦ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ପିଲାମାନଙ୍କର ସୃଜନଶୀଳତା ଓ କଳ୍ପନାପ୍ରବଣ ଗୁଣର ବିକାଶ ନିମନ୍ତେ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଏହାଦ୍ଵାରା
ପିଲାମାନଙ୍କର ସହଯୋଗ, ଦକ୍ଷତା ପ୍ରଦର୍ଶନ ଓ ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନରେଶ କୁମାର ରଥ, ଶ୍ରୀମତୀ ପଦ୍ମାଳୟା ପଲ୍, ଶ୍ରୀଯୁକ୍ତ ପ୍ରଦୀପ
କୁମାର ମଲ୍ଲିକ, ଶ୍ରୀମତୀ ସୁଚରିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ତୃତୀୟରୁ ନବମ ଶ୍ରେଣୀର ୨୯୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଷୟ ଯଥା ଶକ୍ତି ସଞ୍ଚୟ ଏବଂ ସବୁଜ ଶକ୍ତି (ପରିବେଶ ବିଜ୍ଞାନ), ଆମ ଗ୍ରହ ଆମ କାହାଣୀ (ସାମାଜିକ ବିଜ୍ଞାନ), କଳ୍ପନା ଏବଂ ସୃଜନଶୀଳତା (ଭାଷା ଓ ସାହିତ୍ୟ) ଏବଂ ବ୍ୟବହାରିକ ଏବଂ ବାସ୍ତବ ପ୍ରୟୋଗ (ଗଣିତ) ଉପରେ ୧୦୭ଟି ପ୍ରକଳ୍ପରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଏପରି କାର୍ଯ୍ୟକ୍ରମ
ପ୍ରଶଂସନୀୟ ଅଟେ ।


