Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ପ୍ରଶାସନର ଚୋରାପୀରତି ପାଇଁ ବଢୁଛି ଚୋରା ପଥର ଖାଦାନ ଖନନ..

ଅଳ୍ପକେ ବର୍ତ୍ତିଲା ଶ୍ରମିକଙ୍କ ଜୀବନ,

0

ବଞ୍ଚିବା ପାଇଁ ସଂଘର୍ଷ କରୁଛି ଶ୍ରମିକ…..

ବାରିପଦା,୧୫/୩(ନିରପେକ୍ଷ ଖବର) – ଜଙ୍ଗଲ ବିଭାଗ ଆଇନକୁ ଅବମନନା କରି ବେଆଇନ ଭାବରେ ପଥର ଉତ୍ତୋଳନ କାରବାର ବଢ଼ିବାରେ ଲାଗିଛି। ପ୍ରଶାସନର ଚୋରା ପୀରତି ପାଇଁ ପଥର ମାଫିଆମାନେ ରାଜୁତି ଚଳାଇଛନ୍ତି। ଯାହାର ଫଳସ୍ୱରୂପ ପଥର ଖୋଲୁ ଖୋଲୁ ଦୁର୍ଘଟଣା ଘଟି ଜଣେ ଶ୍ରମିକ ମୃତ୍ୟୁ ସହ ସଂଗ୍ରାମ କରୁଛି। ବେଆଇନ ଭାବରେ ଚାଲିଥିବା ପଥର ଉତ୍ତୋଳନ ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।ପଥର ଖାଦାନରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଶୋଚନୀୟ ଭାବରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେରେ ଭର୍ତ୍ତି କରାଯାଇଛି । ଉକ୍ତ ଶ୍ରମିକ ଜଣକ ହେଉଛନ୍ତି ବିଶୋଇ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଅଞ୍ଚଳର ଯୁବରାଜ ବେଶ୍ରା । ପ୍ରାପ୍ତ ସୂଚନା ଅନୁସାରେ ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ ନାଫ୍ରି ପଞ୍ଚାୟତ ସ୍ଥିତ ଏକ ପଥର ଖାଦାନରେ ସେ ଶ୍ରମିକ ଭାବେ ନିୟୋଜିତ ଥିବା ବେଳେ ଶନିବାର ଏହି ଅଘଟଣ ଘଟିଥିଲା । ପଥର ଉତ୍ତୋଳନ ସମୟରେ ଏକ ପଥର ଖଣ୍ଡ ଛିଟିକି ଆସି ଯୁବରାଜଙ୍କ ଉପରେ ବାଜିବା ଫଳରେ ତାଙ୍କ ଆଖି ଏବଂ କାନ୍ଧରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ ରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି । ଅନ୍ୟପକ୍ଷେ ସେହି ପଥର ଖାଦାନଟି ସୁଗୁଦା ମୁର୍ମୁ ଙ୍କ ନାମରେ ଥିବାର ସୂଚନା ମିଳିଛି ଏବଂ ବ୍ଲାଷ୍ଟିଂ ଯୋଗୁଁ ପୁଅର ଏପରି ଦୁର୍ଦ୍ଦଶା ହୋଇଥିବାର ଯୁବରାଜଙ୍କ ବାପା ପ୍ରକାଶ କରିଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ହେଲେ ସମ୍ପୂର୍ଣ୍ଣ ସତ୍ୟତା ପଦାକୁ ଆସିବ ସହିତ ଖଣି ମାଲିକ ଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ଘଟଣା ବାବଦରେ ଏସ ଡି ପି ଓ କେ କେ ହରିପ୍ରସାଦ ଙ୍କୁ ପଚାରିବାରୁ ସେ କୋଣସି ପ୍ରତିକ୍ରିୟା ଦବାକୁ ରୋକଠୋକ ଭାବରେ ମନା କରିଦେଇଥିଲେ।ତେବେ ଅନ୍ୟପଟେ ବେଆଇନ ଭାବରେ ରାତି ଅଧିଆ ପଥର ଉତୋଳନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋର ଚାଲାଣ କରାଯାଉଛି।ଏହା ଫଳରେ କୋଟି କୋଟି ଟଙ୍କା ର ସରକାରୀ ରାଜସ୍ବ ଅପଚୟ ହେଉଛି।ବର୍ଷ ବର୍ଷ ଧରି ସରକାରୀ ଅଧିକାରୀ ଜ୍ଞାତ ସାରରେ ଚାଲିଥିବା ଏହି ଚୋର ବେଆଇନ କାରବାରର କେବେ ଯେ ପୂର୍ଣଛେଦ ପଡିବ ତାହା ଏବେ ବହୁତ ବଡ଼ ପ୍ରଶ୍ନ ବାଚି ଭାବରେ ଉଭା ହୋଇଛି।

Mo sapath

Leave A Reply

Your email address will not be published.