Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ମୟୁରଭଂଜ ବିଜେଡି ଛାତ୍ର ରାଜନୀତିରେ କିଏ ପିନ୍ଧିବ ସୁନା ମୁକୁଟ !

0

ବଢୁଛି ଆଶାୟୀଙ୍କ ସଂଖ୍ୟା…..

ବାରିପଦା(ନିରପେକ୍ଷ ଖବର)ତା-୧୨/୦୩-ମୟୁରଭଞ୍ଜ ରାଜନୀତିରେ ବିଜୁ ଜନତା ଦଳ ତାର ପୂର୍ବସ୍ଥିତିକୁ ଫେରିବା ପାଇଁ ସଗଠନକୁ ନେଇ ଅଙ୍କକଷା ଜାରି ରଖିଛି। ବହୁ କଳ୍ପନା ଜଳ୍ପନାର ପୂର୍ଣ୍ଣଛେଦ ଟାଣି ଜିଲ୍ଲା ସଭାପତି ଭାବେ ଦୁଇ ଜଣଙ୍କୁ ଦାୟିତ୍ୱ ଦିଆଗଲା। ମୟୁରଭଞ୍ଜର ସଭାପତି ଭାବେ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ମୟୁରଭଞ୍ଜ ସଦର ପାଇଁ କାଶୀନାଥ ହେମ୍ବ୍ରମଙ୍କୁ ଦାୟିତ୍ୱ ଅର୍ପଣ କରାଗଲା। ହେଲେ ଏବେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା ଚୟନକୁ ନେଇ ଛାମୁଆ ନେତାମାନେ ହରଡ଼ଘଣାରେ ପଡିଛନ୍ତି। ବିଜୁ ଛାତ୍ର ସଭାପତି ପାଇଁ ଆସାୟୀ ସଂଖ୍ୟା ବଢିବାରେ ଲାଗିଛି। ବିଜୁ ଛାତ୍ର ସଂଗଠନର ସଭାପତି ପଦ ପାଇଁ ଚାରି ଜଣ ପାର୍ଥି ଆଗରେ ରହିଥିବା ବେଳେ ଆହୁରି ଅନେକ ଆଶାୟୀ ଥିବା ଜଣାପଡିଛି। ବିଜେଡିର ନମ୍ବର ଟୁ ନେତା ଭାବେ ଯୁବ ବିଧାୟକ ତଥା ସୁସଂଗଠକ ବବି ଦାସ ଉଭା ହୋଇଥିବା ବେଳେ ମୟୁରଭଞ୍ଜର ସାଙ୍ଗଠନିକ ଦାୟିତ୍ୱ ତାଙ୍କୁ ଅର୍ପଣ କରାଯାଇଛି। ତେଣୁ ମୟୁରଭଞ୍ଜରେ ଦଳର ସଂଗଠନକୁ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି। ବିଜୁ ଛାତ୍ର ସଭାପତି ପାଇଁ ପୂର୍ବତନ ସଭାପତି ଅଭୟ ସିଂ,ସୁଶୀଲ ସେଠୀ,ସୁନୀଲ ନାୟକ, ଅବଦୁଲ ହାବିବକୁ ନେଇ ଚର୍ଚ୍ଚା ଜୋର ଧରିଛି।

Blank space

ଅଭୟ ସିଂ- ଛାତ୍ର ରାଜନୀତିରୁ ପ୍ରଥମେ ନିଜ କ୍ୟାରିଅର ଆରମ୍ଭ କରଥିବା ବେଳେ ବିଭିନ୍ନ ସମୟରେ ବହୁ ପଦପଦବୀରେ ରହି ନିଷ୍ଠାର ସହ କାମ କରଥିଲେ। ସେଥିପାଇଁ ଦଳ ପକ୍ଷରୁ ତାଙ୍କୁ 2017ରେ ବିଜୁ ଛାତ୍ର ସଭାପତି ଦାଇତ୍ୱ ଦିଆ ଯାଇଥିଲା। ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ସେ ପୁଣି ଥରେ ସଭାପତି ହେବାକୁ ଆସାୟୀ ରହିଛନ୍ତି।

ସୁଶୀଲ ସେଠୀ କୌଣସି ପଦପଦବୀରେ ନ ରହି ମଧ୍ୟ ଦଳ ପାଇଁ ସେ ନିଷ୍ଠାର ସହ କାମ କରିଚାଲିଛନ୍ତି। ପ୍ରଚ୍ଛଦ ପଟର ନାୟକ ସାଜି ବିଭିନ୍ନ କଲେଜ ନିର୍ବାଚନରେ ଦଳୀୟ ପାର୍ଥିଙ୍କୁ ଜିତାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏ ପରିକି ସାଧାରଣ ନିର୍ବାଚନ ସମୟରେ ଦଳର ଉଚ୍ଚ ନେତୃବୃନ୍ଦଙ୍କ ନିର୍ଦ୍ଧେଶକୁ ପାଳନ କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଦଳ ପାଇଁ ପ୍ରଚାର କରିଛନ୍ତି। ବିଜେଡିର ସବୁଠୁଁ ଲୋକ ପ୍ରିୟ କାର୍ଯ୍ୟକ୍ରମ ଜୀବନ ବିନ୍ଦୁରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଦୀର୍ଘ 14 ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାମ କରିଥିବାରୁ ଦଳର ହାଇକମାଣ୍ଡ ତାଙ୍କୁ ପ୍ରଥମ ଥର ପାଇଁ ଏହି ପଦରେ ବସାଇବେ ବୋଲି ସେ ଆଶାବାନ୍ଧି ବସିଛନ୍ତି।

ସୁନୀଲ ନାୟକ2007 ମସିହାରୁ ସେ ଛାତ୍ର ରାଜନୀତିରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ବିଭିନ୍ନ କଲେଜ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଛନ୍ତି। ଏବେ କଲେଜ ନିର୍ବାଚନରେ ଦଳୀୟ ପାର୍ଥିଙ୍କୁ ଜିତାଇବାରେ ତାଙ୍କର ଦକ୍ଷତା ମଧ୍ୟ ରହିଛି। ସେଥିପାଇଁ ଦଳ ତାଙ୍କୁ 2017 ମସିହାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦାଇତ୍ୱ ଦେଇଥିଲା।2014 ମସିହା ରୁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ରାଜନୀତି ରେ ସକ୍ରିୟ ଭୂମିକାରେ ଅଛନ୍ତି। ସେ ଏମ ଏ. ଏଲଏଲବି ପାସ କରଥିବା ବେଳେ ଏଥର ଜିଲ୍ଲା ବିଜୁ ଛାତ୍ର ସଭାପତି ପଦ ନେବାକୁ ଆସାୟୀ ଅଛନ୍ତି।

ଅବଦୁଲ ହାବିବ- 2009 ମସିହାରୁ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସୁଛାତ୍ର ସଂଗଠକ ଭାବେ ଜିଲ୍ଲାରେ ବେଶ ପରିଚିତ ମଧ୍ୟ ରହିଛନ୍ତି। ତେଣୁ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କ ଗୁଡ଼ ବୁକରେ ସେ ବିଭିନ୍ନ ସମୟରେ ରହି ଆସିଛନ୍ତି। ଫଳରେ 2016ରୁ ଏ ପର୍ଯ୍ୟନ୍ତ ରାଜ୍ୟ ବିଜୁ ଛାତ୍ର ସମ୍ପାଦକ ପଦ ରହିଛନ୍ତି। ଚଳିତ ଥର କିନ୍ତୁ ସେ ରାଜ୍ୟ ରାଜନୀତି ଛାଡି ଜିଲ୍ଲାର ଦାଇତ୍ୱ ନେବାକୁ ମନ ବଳାଇଥିବା ଜଣାପଡିଛି।

ଦଳର ସୁପ୍ରିମ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ସାଙ୍ଗଠନିକ ଦାଇତ୍ୱ ବବି ଦାସଙ୍କୁ ଦେବା ପରେ ସେ ମୟୁରଭଞ୍ଜକୁ ଗସ୍ତ କରି ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ଦଳର ପାଇଁ ଆଉ ଯୁବକମାନଙ୍କୁ ଏକୁଜୁଟ କରିବାର ଦକ୍ଷତା ଯାହା ପାଖରେ ରହିଥିବ ତାଙ୍କୁ ଛାତ୍ର ସଭାପତି ପଦ ଦିଆଯିବ ବୋଲି ମୟୁରଭଞ୍ଜ ଗସ୍ତ ସମୟରେ ସେ ଘୋଷଣା କରିଥିଲେ। ତେବେ ଆସାୟୀ ଥିବା 4 ଜଣ ପାର୍ଥିଙ୍କ ମଧ୍ୟରୁ ଦଳର ସୁପ୍ରିମ ନବୀନ ପଟ୍ଟନାୟକ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Mo sapath

Leave A Reply

Your email address will not be published.