ଭୁବନେଶ୍ୱର, ନିରପେକ୍ଷ ଖବର ତା:୦୨/୦୭ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ କଲମ ଛାଡ ଆନ୍ଦୋଳନରେ ବିଏମସି କର୍ମଚାରୀ । କାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ କମିଶନରଙ୍କୁ ଭେଟି ସୁରକ୍ଷା ଲୋଡିଛନ୍ତି ଅଫିସର । ଏହି ଘଟଣାରେ ପୂର୍ବରୁ ତିନି ଜଣ ଗିରଫ ହୋଇଥିବାବେଳେ ଏବେ ଗିରଫ ସଂଖ୍ୟା ୫ ରେ ପହଞ୍ଚିଛି । ଗିରଫ ମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନ । ଆଜି ସଞ୍ଜୀବ ମିଶ୍ର ଓ ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରାଯାଇଛି ।
