Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୦୭/୧୦ ବିଶ୍ୱ ସ୍ତନ କର୍କଟ ମାସ ଅବସରରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଲାୟନ୍‌ସ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ, କ୍ରିୟା ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ “ଉଡ଼ାନ୍‌” ଭି.ଏସ୍‌.ଏସ୍‌. ନଗର ସ୍ଥିତ ବି.ଏମ୍‌.ସି. କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ମେୟର ଭୁବନେଶ୍ୱର ଶ୍ରୀମତୀ ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭି.ଏସ୍‌.ଏସ୍‌. ନଗର ତଥା ୱାର୍ଡ଼ ନଂ.୧୧ର କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ସ୍ପର୍ଶ ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶାର ସୁନାମଧନ୍ୟ କର୍କଟ ବିଶେଷଜ୍ଞ ଡ଼ାଃ ଘନଶ୍ୟାମ ବିଶ୍ୱାସ, ପୂର୍ବତନ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ଶରତ ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ କର୍କଟ ରୋଗ ଅପେକ୍ଷା ସ୍ତନ କର୍କଟ ଅତି ସାଧାରଣ ଅଟେ କିନ୍ତୁ ସ୍ତନ କର୍କଟ ଜନିତ ରୋଗଦ୍ୱାରା ହେଉଥିବା ମହିଳାମାନଙ୍କର ମୃତ୍ୟୁ ହିଁ ପ୍ରମୁଖ ଚିନ୍ତାର କାରଣ ଅଟେ । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମହିଳାମାନଙ୍କଠାରେ ସ୍ତନ କର୍କଟ ଭଳି ସମସ୍ୟା ଦେଖାଦେଉଛି । ନିଶ୍ଚିତ ରୂପେ ସ୍ତନ କର୍କଟ ଏକ ଗୁରୁତର ରୋଗ, କିନ୍ତୁ ଏହା ଯେ ଦୁରାରୋଗ୍ୟ ତାହା ଭାବିବା ଭୁଲ । ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ଏବଂ ଜଣେ ରୋଗୀ ସୁସ୍ଥ ମଧ୍ୟ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ସାଧାରଣତଃ ମହିଳା, ଚିକିତ୍ସିତ ହେଉଥିବା ରୋଗୀ, ସୁସ୍ଥ ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନ ପାଇଁ ଏକ ଛୋଟ ପ୍ରୟାସ କରାଯାଇଥିଲା । କର୍କଟ ବିଶେଷଜ୍ଞଙ୍କ ମତରେ ଯଦି ରୋଗ ପ୍ରଥମାବସ୍ଥାରେ ଜଣାପଡ଼ିଥାଏ ତାହେଲେ ରୋଗକୁ ଭଲ କରିହେବ । ସେଥିପାଇଁ କିଛି ସାବଧାନତା ଏବଂ ସଚେତନତାର ଆବଶ୍ୟକ । ଯଦି ସ୍ତନରେ ଗେଟା ହେବ, ଅସ୍ଥିରତା ଦେଖାଦେବ, କିଛି ଯଦି କଷ୍ଟ ଅନୁଭବ କଲେ, ରକ୍ତ କ୍ଷରଣ ହେଲେ, ଲାଲ ଦେଖାଗଲେ ଏବଂ ଯଦି ରୋଗ ବଂଶାନୁକ୍ରମ ହୋଇଥିବ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଯଦି ବର୍ତ୍ତମାନ ଜୀବନ ଶୈଳୀରେ ପରିବର୍ତ୍ତନ ତଥା ମଦ୍ୟପାନ, ମାତ୍ରାଧିକ ଧୂମପାନ, ବ୍ୟାୟାମର ଅଭାବ, ଉଚ୍ଚରକ୍ତଚାପ ଥିଲେ, ମାତ୍ରାଧିକ ଜଙ୍କଡ଼ ଫୁଡ଼ ଖାଇଲେ ଶିଶୁମାନଙ୍କୁ ସ୍ତନପାନ କରାଉଥିବା ମହିଳାମାନଙ୍କ ପାଖରେ ଏହି ରୋଗ ଦେଖାଦେବାର ସମ୍ଭାବନା ଥାଏ । ସଠିକ୍ ସମୟରେ ରୋଗର ଚିକିତ୍ସା ଦ୍ୱାରା ଏହି ସମସ୍ୟାର ସମାଧାନ କରାଯାଇପାରିବ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ୍ ପକ୍ଷରୁ ସ୍ୱତନ୍ତ୍ର ମେସିନ୍ ଦ୍ୱାରା ସ୍କ୍ରିନ ମାଧ୍ୟମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଚିବ ଶ୍ରୀ ଦେବାଶିଷ ପଟ୍ଟନାୟକ ଓ ଲାୟନ୍‌ସ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେସନର ସଭାଧ୍ୟକ୍ଷ ତଥା ସମ୍ପାଦକ ସୁଚିସ୍ମିତା ପୃଷ୍ଟି, କ୍ରିୟା ଫାଉଣ୍ଡେସନ୍‌ର ଲିଲି ଜେନାମଣି ପ୍ରମୁଖଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାୟନ ମିନତି ବେହେରା କ୍ୟାନ୍‌ସର ଫାଉଣ୍ଡେସନ ପକ୍ଷରୁ କ୍ୟାନସର ସରଭାଇଭର ମିସ୍ ପ୍ରେମଲତା ସାହୁ, ସ୍ପର୍ଶ ହସପିଟାଲର ଅସ୍ଥିଶଲ୍ୟ ଡାକ୍ତର ଜୟ ପ୍ରକାଶ ପ୍ରଧାନ ଓ ସ୍ପର୍ଶ ହସପିଟାଲର ଷ୍ଟାଫ୍ ନର୍ସ ଶ୍ରୀ ଦେବାଶିଷ ଦାସଙ୍କୁ ଲାୟନ ମୀନତୀ ସୂର୍ଯ୍ୟସେବା ସମ୍ମାନ ୨୦୨୨ରେ ସମ୍ମାନୀତ କରାଯାଇଥିଲା ।

Mo sapath

Leave A Reply

Your email address will not be published.