Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ପାଳିତ

ସମ୍ମାନିତ ହେଲେ ୨୦ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୧୦/୨୨ ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ ଯୋଗଦେଇ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ବର୍ଷର ଯାତ୍ରାର ଅଭିଯାନକୁ ଭୁୟଷୀ ପ୍ରଶଂସା କରିବା ସହ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ଏହିଭଳି ଅନନ୍ୟ ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ଓ ପଦ୍ମବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ଉଦ୍‌ଘାଟନ କରି ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା କ୍ରିକେଟ୍ ଏକାଡ଼େମୀ ସଭାପତି ଶ୍ରୀ ପଙ୍କଜ ଲୋଚନ ଦାସ, ଗୁପ୍ତା ପାୱାର୍‌ର ମୁଖ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହେନ୍ଦ୍ର ଗୁପ୍ତା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମ ଭୂଷଣ ଡ଼ଃ ପ୍ରତିଭା ରାୟ, ଶ୍ରୀମତୀ ଗୁହା ପୁନମ୍ ତାପସ୍ କୁମାର (ଆଇ.ଏ.ଏସ୍‌, ସି.ଇ.ଓ, ଓରମାସ୍‌), ରଞ୍ଜନ କୁମାର ଦାସ (ଆ.ଇ.ଏ.ଏସ୍‌, ନିର୍ଦ୍ଦେଶକ, ସଂସ୍କୃତି ବିଭାଗ), ସୌମେନ୍ଦ୍ର ପ୍ରିୟଦର୍ଶୀ (ପୋଲିସ୍ କମିଶନର, ଦ୍ୱୌତନଗରୀ), ପ୍ରିୟଦର୍ଶି ମିଶ୍ର, ପୂର୍ବତନ ବିଧାୟକ, ଜେ.କେ. ମହାନ୍ତି, ଏମ୍‌.ଡ଼ି., ସ୍ୱୋସ୍ତି ଗ୍ରୁପ୍‌, ଡ଼ଃ ତପନ କୁମାର ଚାନ୍ଦ (ସଭାପତି, ବେଦାନ୍ତ), ଶ୍ରୀଯୁକ୍ତ କଳିଙ୍ଗ କେଶରୀ ରଥ (ମୁଖ୍ୟ ନିର୍ଦ୍ଦେଶକ, ଇଭୋସ୍ ବିଲ୍ଡକନ୍‌), ଶ୍ରୀଯୁକ୍ତ କେ.ଜେ ପଟେଲ୍ (ନିର୍ଦ୍ଦେଶକ, ଇଫ୍‌କୋ) ଯୋଗଦାନ କରିଥିଲେ । ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ମୁଖ୍ୟ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପତ୍ରିକାର ଦୀର୍ଘ ୧୧ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ  । ଏହି ଅବସରରେ ଅତିଥିମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ କରାଯାଇଥିଲା  । ମଞ୍ଚ ସଭା ପରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ” ସମ୍ମାନରେ ସମ୍ମାନିତ କରାଯିବା ସହ ୫ ଜଣ ବ୍ୟକ୍ତିତ୍ୱଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା  । ଏହାପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଜ୍ୟୋର୍ତିମୟୀ ନାୟକ ନିଜର ସଙ୍ଗୀତ ଚାତୁରୀରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅରୁଣ କୁମାର ମାହାନା (ସି.ଓ.ଓ), ପ୍ରମୋଦ କୁମାର ଲେଙ୍କା (ମୁଖ୍ୟ ବାଣିଜ୍ୟ ଅଧିକାରୀ) ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ  । ପରିଶେଷରେ ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ  ।

Mo sapath

Leave A Reply

Your email address will not be published.