Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ଦୁଇ ଦିନର ପୁଅକୁ ଛାଡି ଆର ପାରିରେ ମା

ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ

0

ଭୁବନେଶ୍ୱର,ନିରପେକ୍ଷ ଖବର,ତା ୦୩/୦୯; ଦୁଇ ଦିନ ତଳେ ମହାନ୍ତି ପରିବାରରେ ପୁତ୍ର ସନ୍ତାନ ଟିଏ ଜନ୍ମ ନେଇଥିଲା । ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାରୁ ମା ମନରେ କାହିଁ କେତେ ଆନନ୍ଦ କହିଲେ ନସରେ । ଅସ୍ତ୍ରୋପଚାର କଷ୍ଠକୁ ଭୂକ୍ଷେପ ନକରି ମା ତା ଟିକି ପୁଅକୁ କୋଳେଇ ଆଣି କହିଥିଲା ମୋ ଗେଲ୍ଲା, ମୋ ଧନ ତୋ ବାପାକୁ କହିବି ଏକୋଇଶାକୁ ବଡ ପାର୍ଟିଟେ କରିବେ, ମୋ ଗେଲୁ ପାଇଁ ବଡ ଦୋଳି ଆଣିବେ ଏମିତି କେତେ ଭାବନା କରି ପକାଇଥିଲା ମା । ପରିବାରରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଥିଲା । ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସହୋଦର ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ଉଲ୍ଲାସରେ ମିଠା ବାଣ୍ଟିବା ସହିତ ବିଭିନ୍ନ ବରାଦି କରିଦେଇଥିଲେ । କିନ୍ତୁ ନିଷ୍ଠୁର ବିଧାତାର ଖେଳ ଆଗରେ ପାଣି ଫାଟି ଯାଇଥିଲା ଖୁସିର ଳହରୀ । ହଠାତ ହୃଦ୍ ଘାତରେ ମାର ଅକାଳ ବିୟୋଗ ଘଟିଥିଲା । ଦୁଇ ଦିନର ବାଳୁତ ପୁଅକୁ ଛାଡି ଆର ପାରିକୁ ଚାଲି ଯାଇଥିଲେ ମା । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱର ବ୍ଲକ ଲିଙ୍ଗିପୁର ପଞ୍ଚାୟତର ଗୌଙ୍ଗତ୍ରୀ ନଗରରେ । ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମହାନ୍ତିଙ୍କ ପୁତ୍ରବଧୂ ତଥା ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ ଇଂ ସୁଶ୍ରୀ ସେଫାଳି ମହାନ୍ତିଙ୍କର ୩୫ ବର୍ଷ ବୟସରେ ହୃଦ୍ ଘାତରେ ଅକାଳ ବିୟୋଗ ଘଟିଛି । ସେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ସରଳ, ନିଷ୍କପଟ, ବୁଦ୍ଧିଜୀବି ଓ ରଜନେତ୍ରୀ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ସେ ଜଣେ କର୍ମତତ୍ପର, କର୍ତ୍ତବ୍ୟନିଷ୍ଠା ମହିଳା ହୋଇଥିବାରୁ ଲିଙ୍ଗିପୁର ପଞ୍ଚାୟତର ୧ ନମ୍ବର ଓାର୍ଡର ଅଧିବାସୀ ମାନେ ୨୦୨୨-୨୭ ବର୍ଷ ପାଇଁ ବିପୁଳ ସଂଖ୍ୟାରେ ଭୋଟଦେଇ ନିର୍ବାଚିତ କରାଇଥିଲେ । ସେ ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ଜାଗା ଆଣିବା ସହିତ ସମସ୍ତ ମୂକୁଳା ଟ୍ରାନ୍ସଫରମରରେ ତାର ଜାଲି ଘେରାଇଥିଲେ । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଶୋକର ଛାୟା ଖେଳି ଯାଇଛି । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ ସମ୍ପନ୍ନ କରାଯାଇଛି ।

Mo sapath

Leave A Reply

Your email address will not be published.