Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା

ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର ଦେଲା ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୫/୦୬: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଟିଏମ୍‍ଟି ବାର୍‍ର ଅଗ୍ରଣୀ ଉତ୍ପାଦନ ଏବଂ ନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ। କମ୍ପାନୀ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର (ଅମ୍ଳଜାନ ସାନ୍ଦ୍ରକ) ଦାନ କରାଯାଇଛି। ରାଜ୍ୟ ମେଡିକାଲ ନିଗମକୁ ୨୦ଟି ଅମ୍ଳଜାନ ସାନ୍ଦ୍ରକ ଦିଆଯାଇଛି। ମେଡିକାଲ ନିଗମର ସାମଗ୍ରୀ ବିଭାଗର ମହାପ୍ରବନ୍ଧକ ଡା.ସୌଭାଗ୍ୟ ରଞ୍ଜନ ରଣସିଂହ ଏହି ଅମ୍ଳଜାନ ସାନ୍ଦ୍ରକଗୁଡିକ ଗ୍ରହଣ କରିଛନ୍ତି। ଏନେଇ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆର ଡାଇରେକ୍ଟର ଲଳିତ ବେରିୱାଲା କହିଲେ, “ମହାମାରୀ ବିରୁଦ୍ଧରେ ଲଢେଇରେ ଦେଶର ପ୍ରତ୍ୟେକ ନାଗରିକଙ୍କ ସମ୍ମିଳିତ ପ୍ରୟାସ ଏବଂ ଦୃଢ ଇଛାଶକ୍ତିକୁ ଆମେ ସଲାମ କରୁଛୁ। କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ କନସେଣ୍ଟ୍ରେଟର ଗୁଡିକ ବିଶେଷ ଫଳପ୍ରଦ ହେଉଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ଦିନରେ ଆମେ ଓଡ଼ିଶା ସରକାରଙ୍କୁ ଅଧିକ ସମର୍ଥନ ଯୋଗାଇଦେବୁ। ସଠିକ ସମ୍ବଳ ଏବଂ ଦେଶବାସୀଙ୍କ ସହାନୁଭୂତିକୁ ନେଇ ଆମେ କେବଳ ଏହି ସଙ୍କଟରୁ ତିଷ୍ଠି ରହିବା ନାହିଁ, ବରଂ ଆହୁରି ମଜଭୁତ ହୋଇ ଏହି ବିପଦକୁ ମୁକାବିଲା କରିବାକୁ ହେବ।
କରୋନା ଦ୍ୱିତୀୟ ଲହର ସମୟରେ ଅଧିକରୁ ଅଧିକ କୋଭିଡ ରୋଗୀ ଶ୍ୱାସକ୍ରିୟା କଷ୍ଟ ଅନୁଭବ କରିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଚଳିତ ଥର ଅମ୍ଳଜାନର ଅଧିକ ଆବଶ୍ୟକତା ଦେଖାଦେଇଛି। ସର୍ବାଧିକ ସଂଖ୍ୟକ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ ଓଡ଼ିଶା ସରକାରଙ୍କୁ ଏହି ପ୍ରାଣଘାତୀ ଭୂତାଣୁ ବିରୋଧୀ ଲଢେଇରେ ସମସ୍ତ ସହାୟତା ଯୋଗାଇଦେବା ଉଚିତ ବୋଲି ସେ କହିଛନ୍ତି।

Mo sapath

Leave A Reply

Your email address will not be published.